ଅଷ୍ଟ୍ରେଲିଆରେ ଭାରତୀୟ ଯୁବକଙ୍କୁ ଆକ୍ରମଣ, 'ଇଣ୍ଡିଆନ୍ ଡଗ୍' କହି ଫଟାଇଦେଲେ ମୁହଁ....ଭୟରେ ପରିବାର ଲୋକେ

NEWS7
ashwini-panda-become-oas-topper-giving-credit-to-parents-for-success

କାନବେରା, ୧୯/୦୨ : ଅଷ୍ଟ୍ରେଲିଆରେ ଭାରତୀୟଙ୍କୁ ଆକ୍ରମଣ । ରଙ୍ଗଭେଦ ତଥା ବର୍ଣ୍ଣ ବୈଷମ୍ୟତାକୁ ନେଇ ଭାରତୀୟଙ୍କ ପ୍ରତି ଅପମାନସୂଚକ ଟିପ୍ପଣୀ । ଏପରିକି ଭାରତୀୟ କୁକୁର ବୋଲି କହିଲେ ଅଷ୍ଟ୍ରେଲିଆ ନାଗରିକ । କିଛି ଏମିତି ଘଟିଛି ଜଣେ ଭାରତୀୟ ନର୍ସଙ୍କ ସହ । ଖାଲି ଅପମାନସୂଚକ ଟିପ୍ପଣୀ ନୁହେଁ ବରଂ ଆକ୍ରମଣ କରାଯାଇଛି । ଯାହାକୁ ସବୁଠି ବିରୋଧ କରାଯାଉଛି ।

ରିପୋର୍ଟ ଅନୁସାରେ, ୨୨ ବର୍ଷୀୟ ହରମନ୍ ପ୍ରୀତ୍ ସିଂ ନାମକ ଜଣେ ବ୍ୟକ୍ତି ଅଷ୍ଟ୍ରେଲିଆର ଜିଲଙ୍ଗ୍ ସହରରେ ରୁହନ୍ତୁ । ନର୍ସ ଭାବେ ଏକ ହସ୍ପିଟାଲରେ କାର୍ଯ୍ୟ କରନ୍ତି । ଏକ ଜିମରୁ ବାହାରୁଥିବା ବେଳେ ତାଙ୍କୁ ତିନି ଜଣ ସ୍ଥାନୀୟ ବ୍ୟକ୍ତି କଟାକ୍ଷ କରିଥିଲେ । ସବୁ ଶୁଣିବା ପରେ ବି ହରମନପ୍ରୀତ୍ ଚୁପ୍ ରହିଥିଲେ । ଏତିକିରେ ସ୍ଥାନୀୟ ବ୍ୟକ୍ତିଙ୍କ କଟାକ୍ଷ ଥମି ନଥିଲା ବରଂ ସେମାନେ ବର୍ଣ୍ଣ ବୈଷମ୍ୟତା ସୃଷ୍ଟି କଲା ଭଳି କଥା କହିଥିଲେ ।

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, କଟାକ୍ଷ ଶୁଣିବା ପରେ ପ୍ରଥମେ ହରମନ୍ ପ୍ରିତ୍ କିଛି ନକହି ଚୁପଚାପ୍ ଜିମ୍ କୁ ଯାଇଥିଲେ । ଜିମ୍ ବାହାରେ ତିନି ଜଣ ଯୁବକ ତାଙ୍କୁ ଅପେକ୍ଷା କରି ରହିଥିଲେ । ଏହାପରେ ସେ ବାହାରକୁ ବାହାରିବା ପରେ ତିନି ଜଣ ହରମନ୍ ଙ୍କୁ ମାଡ ମାରିଥିଲେ । ଫଳରେ ତାଙ୍କ ମୁହଁରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଶେଷରେ ତାଙ୍କୁ ଇଣ୍ଡିଆନ୍ ଡଗ୍ ବା ଭାରତୀୟ କୁକୁର ବୋଲି ସେମାନେ କହିଥିଲେ ।

ଘଟଣାକୁ ନେଇ ହରମନ୍ କହିଛନ୍ତି ଯେ, ଆକ୍ରମଣକାରୀମାନେ ଧୂସର ରଙ୍ଗର ସେଡାନ୍ କାରରେ ଆସିଥିଲେ । ଆକ୍ରମଣ ପରେ ସେ ନିଜେ ହସ୍ପିଟାଲ ଯାଇଥିଲେ । ଡାକ୍ତର ତାଙ୍କୁ ମୁହଁରେ ସର୍ଜରୀ ହେବ ବୋଲି କହିଛନ୍ତି । ପ୍ରାୟ ଏକ ସପ୍ତାହ ଧରି ସେ ହସ୍ପିଟାଲରେ ରହିବେ । ଏହାପ୍ରଥମ ଥର ନୁହେଁ । ପୂର୍ବରୁ ଅନେକ ଥର ସେ ବର୍ଣ୍ଣ ବୈଷମ୍ୟତାର ଶିକାର ହୋଇଛନ୍ତି । ଯାହା ତାଙ୍କୁ ମାନସିକ ଭାବେ ଆଘାତ ଦେଇଛି । ସେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସୁରକ୍ଷାକୁ ନେଇ ଚିନ୍ତା ରହିଥିବା ହରମନ୍ ପ୍ରୀତ୍ ପ୍ରକାଶ କରିଛନ୍ତି ।

ଏହି ଖବରଟି ପଢନ୍ତୁ... ଆଜି ଶାନ୍ତି ବୋର୍ଡର ପ୍ରଥମ ବୈଠକ କରିବେ ଟ୍ରମ୍ପ; ଗାଜା ସ୍ଥିତିକୁ ନେଇ ହେବ ଚର୍ଚ୍ଚା, ହ୍ବାଇଟ୍ ହାଉସ ପକ୍ଷରୁ ସୂଚନା

ହରମନପ୍ରୀତଙ୍କ ଭଉଣୀ କହିଛନ୍ତି ଯେ, ଘଟଣାକୁ ନେଇ ପରିବାର ଲୋକେ ଭୟଭୀତ ରହିଛନ୍ତି । ବାହାରକୁ ବାହାରିବାକୁ ଡର ଲାଗୁଛି । ଖୁବ୍ ଶୀଘ୍ର ଭାଇଙ୍କ ଆକ୍ରମଣକାରୀକୁ ଗିରଫ କରିବାକୁ ସେ ଦାବି କରିଛନ୍ତି ।