ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ଦିନରେ ଧନପ୍ରାପ୍ତିର ଯୋଗ ରହିଛି, ତଥାପି ବ୍ୟୟ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ

NEWS7
arvind-kejriwals-troubles-will-increase-fir-will-be-filed-against-other-aap-leaders-too--

ମେଷ- କର୍ମକ୍ଷେତ୍ରରେ ଦକ୍ଷତା ପ୍ରମାଣିତ ହେବ ଏବଂ ଉଚ୍ଚାଧିକାରୀଙ୍କ ପ୍ରଶଂସା ପାଇବେ। ମାତ୍ର, ପାରିବାରିକ ସମସ୍ୟାକୁ ନେଇ ସାମାନ୍ୟ ଚିନ୍ତିତ ରହିବେ। ଅପରାହ୍ନରେ ଚନ୍ଦ୍ରମାଙ୍କ ଗତି ପରିବର୍ତ୍ତନ ହେତୁ ସିଂହ ରାଶିର ଚନ୍ଦ୍ରଙ୍କ ପ୍ରଭାବରେ ସୃଜନାତ୍ମକ କାର୍ଯ୍ୟରେ ମନ ଲାଗିବ।

ବୃଷ- ଧନପ୍ରାପ୍ତିର ଯୋଗ ରହିଛି, କିନ୍ତୁ ବ୍ୟୟ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଯାତ୍ରା ଯୋଗ ଅଛି, ଯାହା ଶୁଭଫଳଦାୟକ ହେବ।

ମିଥୁନ- ଦିନଟି ଶୁଭଙ୍କର ରହିବ, ସମ୍ପର୍କରେ ମଧୁରତା ବଜାୟ ରହିବ। ଭାଇ ଭଉଣୀଙ୍କ ସହଯୋଗ ମିଳିବ ଏବଂ ଅଟକି ଥିବା କାର୍ଯ୍ୟ ସମାପ୍ତ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ ଓ ମାନସିକ ଶାନ୍ତି ମିଳିବ।

କର୍କଟ- ମାନସିକ ସ୍ଥିରତା ବଜାୟ ରହିବ। ପରେ ସିଂହ ରାଶିକୁ ଚନ୍ଦ୍ରଙ୍କ ଗମନ ଯୋଗୁଁ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବାର ସମ୍ଭାବନା ଅଛି। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

ସିଂହ- ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ଅଯଥା ବିବାଦରେ ଫସିପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭ ରହିବ।

କନ୍ୟା- ଅଯଥା ଖର୍ଚ୍ଚ ଏଡ଼ାଇବା ପାଇଁ ଚେଷ୍ଟା କରିବାକୁ ପଡ଼ିବ, ନଚେତ୍ ଆର୍ଥିକ ସମସ୍ୟା ଦେଖାଦେଇପାରେ। ଶତ୍ରୁମାନେ ପରାଜିତ ହେବେ ଏବଂ ଆପଣଙ୍କ କାର୍ଯ୍ୟରେ ସଫଳତା ପାଇବେ। ସ୍ୱାସ୍ଥ୍ୟ ସାମାନ୍ୟ କୋହଳ ରହିପାରେ।

ତୁଳା- ଆୟରେ ବୃଦ୍ଧି ଘଟିବାର ଯୋଗ ରହିଛି ଏବଂ ପୁରୁଣା ମିତ୍ରଙ୍କ ସହ ଭେଟ ହୋଇପାରେ। ପ୍ରେମ ଜୀବନରେ ସୁଖ-ଶାନ୍ତି ଫେରିଆସିବ ଓ ପରିବାରରେ ହସଖୁସିର ପରିବେଶ ରହିବ। କୌଣସି ଦୀର୍ଘ ଯୋଜନା ଆରମ୍ଭ କରିବା ପାଇଁ ଏହା ଏକ ଉତ୍ତମ ଦିନ।

ବିଛା- କର୍ମକ୍ଷେତ୍ରରେ ଦାୟିତ୍ୱକୁ ନିଷ୍ଠାର ସହ ସମ୍ପାଦନ କଲେ ଉନ୍ନତିର ସୁଯୋଗ ମିଳିବ। ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଜମିଜମା ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ମିଳିବ।

ଧନୁ- ଭାଗ୍ୟର ସହଯୋଗ ମିଳିବାରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିବାର ସୁଯୋଗ ଆସିପାରେ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ।

ମକର- କୌଣସି ବିପଦପୂର୍ଣ୍ଣ କାର୍ଯ୍ୟ କରିବାରୁ ନିବୃତ୍ତ ରୁହନ୍ତୁ ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ରଖିବା ଦ୍ଵାରା କଳହରୁ ଦୂରେଇ ରହିବେ। ପୂର୍ବରୁ ଲାଗିରହିଥିବା ସମସ୍ୟାର ସମାଧାନ ହୋଇପାରେ।

କୁମ୍ଭ- ବ୍ୟବସାୟରେ ଭାଗିଦାରୀଙ୍କ ସହ ସମ୍ପର୍କ ମଜଭୁତ ହେବ ଓ ନୂତନ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି। ବିବାହିତ ଜୀବନ ସୁଖମୟ ହେବ ଏବଂ ଜୀବନସାଥୀଙ୍କ ସହଯୋଗ ମିଳିବ। ସାମାନ୍ୟ ଅଳସୁଆ ଅନୁଭବ କରିପାରନ୍ତି।

ମୀନ- କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଉଚିତ୍ ମୂଲ୍ୟାଙ୍କନ ହେବ, ମାତ୍ର ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଋଣ ଦେବା ନେବା କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ପୁରୁଣା ରୋଗରୁ ମୁକ୍ତି ମିଳିବାର ସମ୍ଭାବନା ରହିଛି।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682