ଭୁବନେଶ୍ୱର ୦୯।୦୬ : ମଙ୍ଗଳବାର ବସିବ ବିଜେଡି ବୈଠକ । ସକାଳ ୧୧ଟା ସମୟରେ ଶଙ୍ଖ ଭବନରେ ବିଜେଡିର ରାଜ୍ୟସ୍ତରୀୟ କର୍ମକର୍ତ୍ତା ବୈଠକ ବସିବ । ଯାହାର ଅଧ୍ୟକ୍ଷତା କରିବେ ବିରୋଧୀ ଦଳ ନେତା ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।
ତେବେ ମଙ୍ଗଳବାର ବସିବାକୁ ଥିବା ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ଖାସ କରି ବିଜେପିର ଏକ ବର୍ଷ ବିଫଳତାର ବର୍ଷ । ତେଣୁ ସେନେଇ ଆଲୋଚନା ହେବ । ସରକାର କହୁଛନ୍ତି ଦୁର୍ନୀତି ହେଉନି । ସେପଟେ ଜଣେ ଆଇଏଏସ୍ ଅଫିସରଙ୍କ ଘରୁ ୪୭ ଲକ୍ଷ ଟଙ୍କା ବାହାରୁଛି । ଦୁର୍ନୀତିର ଉତ୍ସ ହେଉଛି ସଚିବାଳୟ । ନହେଲେ ଏତେ ଟଙ୍କା କୁଆଡୁ ଆସିବ । ତାହା ପୁଣି ଜଣେ ଯୁବ ଅଫିସରଙ୍କ ଘରୁ । ସରକାର ଯାହା ତଥ୍ୟ ଦେବେ ଦିଅନ୍ତି । ଆମେ ତାଙ୍କ ବିଫଳତାର ପର୍ଦ୍ଦାଫାଶ କରିବୁ ବୋଲି କହିଛନ୍ତି ବିଜେଡି ଓବିସି ସେଲ୍ ଆବାହକ ଅରୁଣ ସାହୁ ।