LIVE TV

‘୨୪ ବର୍ଷ ବିଜେଡି ଶାସନ ବାରମ୍ବାର କହିବା ବନ୍ଦ କରନ୍ତୁ, ଅନୁପ୍ରବେଶକାରୀଙ୍କ ନାଁରେ ଭୋଟ୍ ରାଜନୀତି କରାନଯାଉ’

NEWS7
army-personnel-held-for-leaking-information-to-pakistani-female-agent

ଭୁବନେଶ୍ବର ୧୮୧୧: ଜଗତସିଂହପୁର ଜିଲ୍ଲାରେ ବାଂଲାଦେଶୀ ଆଡ୍ଡା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମର କାର୍ ଜବତ ପରେ ତାର ପାସପୋର୍ଟକୁ ଜବତ କରିଛି ପୋଲିସ । ତାର ପାସପୋର୍ଟକୁ ରଦ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ସହିତ ଲୁକ୍ ଆଉଟ୍ ଜାରି କରିବ ଜଗତସିଂହପୁର ପୋଲିସ । ଏଥି ସହିତ ତାକୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସିକନ୍ଦରକୁ ଖୋଜୁଛି ପୋଲିସ । ଅନ୍ୟପଟେ ଅଟକ ସନ୍ଦିଗ୍ଧ ବାଂଲାଦେଶୀଙ୍କର ଆଧାର ଏବଂ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯାଉ ଥିବା ଜଗତସିଂହପୁର ଏସପି କହିଛନ୍ତି ।

ସେପଟେ ଜଗତସିଂପୁର ଜିଲ୍ଲାରୁ ବାଂଲାଦେଶୀଙ୍କୁ ବାହାର କରାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା । ସୀମା ସୁରକ୍ଷାକେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟ । ଦେଶବାସୀଙ୍କୁ ସୁରକ୍ଷା ଯୋଗାଇଦେବା କେନ୍ଦ୍ର ସରକାରଙ୍କ ପ୍ରାଥମିକତା । ମୋଦୀ ସରକାରଙ୍କ ୧୧ ବର୍ଷ ଶାସନ ଭିତରେ ଅନୁପ୍ରବେଶ କିପରି ହେଲା ? ଯଦି ସୀମାକୁ ସୁରକ୍ଷା ଦିଆଯାଇଛି ତାହେଲେ ଅନୁପ୍ରବେଶ ହେଉଛି କିପରି ବୋଲି ପ୍ରଶ୍ନ କରିଛନ୍ତି ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା । ଅନ୍ୟ ଦେଶର ନାଗରିକ ମାନେ ସୀମାରେ କିପରି ପ୍ରବେଶ କରୁଛନ୍ତି । ଅଘଟଣ ଘଟିବା ପରେ ସରକାର କାହିଁକି ତତ୍ପରତା ପ୍ରକାଶ କଲେ । ପୂର୍ବରୁ କାହିଁକି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କଲେ ନାହିଁ ସରକାର । ସରକାର କୈଫତ୍ ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଧାୟକ । 

ଅନ୍ୟପଟେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି । କହିଛନ୍ତି ଯାହା କହିଲେ ୨୪ ବର୍ଷ ବିଜେଡି ଶାସନ ବାରମ୍ବାର କହିବା ବନ୍ଦ କରନ୍ତୁ । ରାଷ୍ଟ୍ର ସୁରକ୍ଷା କେନ୍ଦ୍ର ସରକାରଙ୍କ ଦାୟିତ୍ଵ ।  ଆଭ୍ୟନ୍ତରୀଣ ମାମଲା ସମ୍ଭାଳିବା ରାଜ୍ୟ ସରକାରଙ୍କ ଦାୟିତ୍ଵ । ଅନୁପ୍ରବେଶକାରୀଙ୍କ ନାଁରେ ଭୋଟ୍ ରାଜନୀତି କରାନଯାଉ ବୋଲି ବିଧାୟକ କହିଛନ୍ତି ।