କୋର୍ଟ ପରିସରରେ ପୂଜା ହେଲେ ବଡ଼ ଗୋପାଳଜୀ, ୧୯୮୩ରେ ଚୋରି, ୧୯୯୩ ରେ ଉଦ୍ଧାର

NEWS7
army-jawan-was-giving-countrys-intelligence-to-pakistani-woman

ଭୁବନେଶ୍ୱର ୧୧/୧୨: ବର୍ଷେ କି ଦୁଇ ବର୍ଷ ନୁହେଁ । ଦୀର୍ଘ ୪୨ ବର୍ଷ ପରେ ମନ୍ଦିରକୁ ଫେରିଛନ୍ତି ସୋନପୁର ଜିଲ୍ଲାର ‘ବଡ଼ ଗୋପାଳଜୀ ମହାପ୍ରଭୁ’ । ଭୁବନେଶ୍ୱର ଏଡିଜେ-୩ ବିଚାରପତି ହିମାଂଶୁ ଶେଖର ମଲ୍ଲିକଙ୍କ ନିର୍ଦ୍ଦେଶ ପରେ ସିବିଆଇ ସ୍ପେଶାଲ୍ ଜଜ୍ ବିନୋଦ ବିହାରି ସାହୁ ଠାକୁର ଓ ପାଶ୍ୱର୍ ଦେବଦେବୀ(୧୨ଟି) ମୂର୍ତ୍ତିକୁ କୋର୍ଟ ମାଲଖାନାରୁ ପ୍ରାୟ ୨୮ ବର୍ଷ ପରେ ବାହାର କରିଛନ୍ତି । ଉକ୍ତ ଅଷ୍ଟଧାତୁ ମୂର୍ତ୍ତିକୁ ସୋନପୁର ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳାଇ ଦେଇଛି ।

ସୋନପୁର ରାଜବାଟି ସମ୍ମୁଖରେ ରହିଛି ବହୁ ପୁରାତନ ବଡ଼ ଗୋପାଳଜୀ ମନ୍ଦିର । ମନ୍ଦିରରେ କଳା ମୁଗୁନି ପଥରର ମୂର୍ତ୍ତି ପୂଜା ପାଉଥିଲା । ରାଜାଙ୍କ ଶାସନ ସମୟରେ ଉକ୍ତ ମୂର୍ତ୍ତିକୁ ଜଣେ କୁଚକ୍ରୀ ରାଜା ନିଜ କ୍ଷମତାର ଅପବ୍ୟବହାର କରି ସେଠାରୁ ଅନ୍ୟ ସ୍ଥାନକୁ ନେଇଯାଇଥିଲେ । ପରେ ଅନ୍ୟ ଜଣେ ରାଜା ଏବଂ ସ୍ଥାନୀୟ ଲୋକମାନେ ଗୋପାଳ ଜୀ ଓ ପାଶ୍ୱର୍ ଦେବାଦେବୀଙ୍କ ଅଷ୍ଟଧାତୁ ମୂର୍ତ୍ତି ସ୍ଥାପନ କରି ପୂଜା କରୁଥିଲେ । ୧୯୮୩ ମସିହାରେ ଉକ୍ତ ମୂର୍ତ୍ତି ସବୁ ଚୋରି ହୋଇଯାଇଥିଲା । ଏହି ଘଟଣା ସେତେବେଳେ ସୋନପୁର ଅଞ୍ଚଳରେ ଚହଳ ପକାଇଥିଲା । ଏନେଇ ଅଭିଯୋଗ ହେଲା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ କରିଥିଲା । ହେଲେ ମୂର୍ତ୍ତି ବିଷୟରେ କିଛି ଟେର ମିଳି ନଥିଲା । ଫଳରେ ପୁଲିସ ମାମଲା ବନ୍ଦ କରିଦେଇଥିଲା ।

ଦୀର୍ଘ ୧୦ ବର୍ଷ ପରେ ୧୯୯୩ ଅକ୍ଟୋବର ୧୦ରେ ଦିଲ୍ଲୀର ସିବିଆଇ ଡିଏସ୍ପି ମେହେର ସିଂହ ଓ ତାଙ୍କ ଟିମ୍ ଦିଲ୍ଲୀ ଇଣ୍ଟରନ୍ୟାସନାଲ୍ ବିମାନ ବନ୍ଦରରୁ ବିଦେଶକୁ ଚାଲାଣ ହେଉଥିବା ଏହିମୂଲ୍ୟବାନ ୧୨ଟି ଅଷ୍ଟଧାତୁ ମୂର୍ତ୍ତିକୁ ଜବତ କରିଥିଲା । ଏହିମାମଲାରେ ରତନ ଜୈନ୍, ପରମାନନ୍ଦ ଅଗ୍ରୱାଲ୍ ଓ ରମେଶଅଗ୍ରୱାଲ୍ ନାମକ ୩ ଜଣଙ୍କୁ ଗିରଫ କରାଯାଇଥିଲା । ଉକ୍ତମୂର୍ତ୍ତି ବିଷୟରେ ତଦନ୍ତ ଆରମ୍ଭ କରିବା ସହ ଏହା କେତେପ୍ରାଚୀନ ତାହାର ଯାଞ୍ଚ କରିବା ପାଇଁ ପୁରାତନ ବିଭାଗନିର୍ଦ୍ଦେଶକ(ଡାଇରେକ୍ଟର ଅଫ୍ ଆଣ୍ଟିକ୍ ଡିପାର୍ଟମେଣ୍ଟ)ପଠାଇଥିଲେ । ଏହି ସମୟରେ ଜଣାପଡ଼ିଥିଲା ଉକ୍ତ ମୂର୍ତ୍ତି୧୨ ଶହରୁ ୧୫ ଶହ ଖ୍ରୀଷ୍ଟାବ୍ଦ ପୁରୁଣା ।

ଏତେ ପ୍ରାଚୀନ ମୂର୍ତ୍ତି ବିଷୟରେ ଜଣାପଡ଼ିବାପରେ ସିବିଆଇ ୩ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଜେରା କରିଥିଲା । ତେବେ ଏହି ସମୟରେ ଜଣାପଡ଼ିଥିଲାଉକ୍ତ ଦୁର୍ଲ୍ଲଭ ମୂର୍ତ୍ତି ଓଡ଼ିଶାର ସୋନୁପର ଜିଲ୍ଲାରୁ ଚୋରିକରିଛନ୍ତି । ଡିଏସ୍ପି ଶ୍ରୀ ସିଂହ ଭୁବନେଶ୍ୱର ସିବିଆଇସହ ଯୋଗାଯୋଗ କରିଥିଲା । ସୋନପୁର ଥାନାରେ ବନ୍ଦହୋଇଥିବା ମାମଲା ସିବିଆଇ ନେଇଥିଲା । ତେବେ ଏହିମାମଲାରେ ଗିରଫ ୩ ଜଣଙ୍କ ମଧ୍ୟରୁ ୨ ଜଣ ପରମାନନ୍ଦଓ ରମେଶର ମୃତ୍ୟୁ ହୋଇଯାଇଥିଲା । ୧୯୯୭ରୁ ‘ବଡ଼ଗୋପାଳ ଜୀ ମହାପ୍ରଭୁ’ ୧୨ ଟି ମୂର୍ତ୍ତିଗୁଡ଼ିକୁ ଭୁବନେଶ୍ୱରସିବିଆଇ କୋର୍ଟ ମାଲଖାନାକୁ ଦେଇଥିଲେ ତଦନ୍ତକାରୀଅଧିକାରୀ । ୨୦୦୯ରେ ସିବିଆଇ ସ୍ପେଶାଲ୍ ଜଜ୍ ଅଭିଯୁକ୍ତରତନକୁ ଦଣ୍ଡିତ କରିଥିଲେ । ଏହି ରାୟ ପ୍ରକାଶ ପରେରତନ୍ ଉପର କୋର୍ଟକୁ ଯାଇଥିଲା ।

ଗତ କିଛି ଦିନ ତଳେ ସୋନପୁର ଅଞ୍ଚଳବାସୀପ୍ରଭୁଙ୍କୁ ତାଙ୍କ ମନ୍ଦିରକୁ ଫେରାଇ ଆଣିବାକୁ ଯୋଜନାକରିଥିଲେ । ସୋନପୁର ଉପଜିଲ୍ଳାପାଳ ତଥା ନିର୍ବାହୀଅଧିକାରୀ(ଦେବୋତ୍ତର) ସୌମ୍ୟା ରୁପା ରଥଙ୍କୁ ଭେଟିଦାବି ଜଣାଇଥିଲେ । ଏହି ଦାବି ପାଇବା ପରେ ଜିଲ୍ଳାପ୍ରଶାସନ ଘଟଣାକୁ ଗମ୍ଭିରତାର ସହ ନେଇଥିଲା । ଏଡିଜି-୩ଙ୍କ ପାଖରେ ଏହାକୁ ଉପସ୍ଥାପନା କରାଯାଇଥିଲା ।ଏଡିଜି-୩ ବିଚାରପତି ଏହି ଘଟଣାର ଗୁରୁତ୍ୱ ବୁଝିତୁରନ୍ତ ଜିଲ୍ଲା ପ୍ରଶାସନକୁ ଏହି ମୂର୍ତ୍ତିକୁ ଫେରସ୍ତ କରିବାପାଇଁ ସ୍ପେଶାଲ୍ ସିବିଆଇ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସିବିଆଇ ସ୍ପେଶାଲ୍ କୋର୍ଟ ବୁଧବାର ମୃର୍ତ୍ତିକୁ ମାଲଖାନାରୁରିଲିଜ୍ କରିଥିଲେ । ଏଥିପାଇଁ କିଛି ଏସ୍ଓପି ମଧ୍ୟ ଜାରିକରିଥିଲେ । ୨୪ ଘଣ୍ଟିଆ ସିସିକ୍ୟାମେରା ଓ ସୁରକ୍ଷାକୁବାଧ୍ୟତା ମୂଳକ କରିଥିଲେ । ମୂର୍ତ୍ତିକୁ ରିଜିଲ୍ ପରେଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ସୋନପୁର କିଛି ବରିଷ୍ଠବ୍ୟକ୍ତିମାନେ କୋର୍ଟ କ୍ୟାମ୍ପସ୍ ପରିସରରେ ମୂର୍ତ୍ତିଗୁଡ଼ିକୁନୂଆ ପୂଜା କରିଥିଲେ । ସୋନପୁରବାସୀଙ୍କ ପାଇଁ ଏହାସବୁଠାରୁ ଖୁସିର ଖବର ବୋଲି ଜିଲ୍ଲାପାଳ କହିଛନ୍ତି ।ଆଇନଜୀବୀ ପ୍ରଭାସ ପୂଜାରି ପରିଡ଼ା ଏହି ମାମଲାକୁପରିଚାଳନା କରୁଥିଲେ ।