ଟ୍ରେନ୍‌ ଲାଇନ୍‌ରେ ମଦ୍ୟପ ଯୁବକର ଉନ୍ମତ୍ତକାଣ୍ଡ, ଗାଡ଼ିରେ ଆଗରେ ଶୋଇପଡିଲା...

NEWS7
army-chief-bipin-rawat-on-terrorism-says-if-we-have-to-go-across-loc-we-will

ଭୁବନେଶ୍ୱର ୧୮।୦୧ : ଚଳନ୍ତା ଟ୍ରେନ୍ ଅଟକାଇଲା ମଦ୍ୟପ । ଟ୍ରେନ୍ ଲାଇନରେ ମଦ୍ୟପଙ୍କ ଉନ୍ମତ୍ତକାଣ୍ଡ । ଭୁବନେଶ୍ୱର ରାଜମହଲ ଛକ ନିକଟରେ ଥିବା ରେଳଧାରଣାରେ ଏପରି ଅଭାବନୀୟ ଘଟଣା ଘଟିଛି।

ଖବର ଅନୁଯାୟୀ, ଭୁବନେଶ୍ୱର ଫାଳିକିଆ ବସ୍ତିର ଜଣେ ଯୁବକ ଏପରି କାଣ୍ଡ ଭିଆଇଛନ୍ତି । ଯୁବକ ଜଣଙ୍କ ମଦ ପିଇ ହଠାତ୍ ଟ୍ରେନ୍ ଆଗକୁ ଚାଲିଆସିଥିଲେ । ଟ୍ରେନ୍ ଲାଇନ୍ରେ ଶୋଇପଡିଥିଲେ । ଯାହାଫଳରେ କିଛି ସମୟ ପାଇଁ ଟ୍ରେନ୍ ମଧ୍ୟ ଅଟକି ଯାଇଥିଲା । ସେପଟେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ RPF ଓ GRP । ଦୁଇ ପୋଲିସ ଟିମ୍ ଦୀର୍ଘ ସମୟର ପରିଶ୍ରମ କରି ମଦ୍ୟପ ଯୁବକଙ୍କୁ କାବି କରିଥିଲେ । ତେବେ ଏହି ଘଟଣାକୁ ନେଇ ରେଳ ସୁରକ୍ଷାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।