ମୁମ୍ଵାଇ ୨୯।୦୪: ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟକ ଅରିଜିତ ସିଂ। ୨୭ ଏପ୍ରିଲ ଶନିବାର ଦିନ ଦୁବାଇର କୋକାକୋଲା ଏରିନାରେ ଏକ ଲାଇଭ୍ କନ୍ସର୍ଟ ଆୟୋଜନ କରିଥିଲେ । ଏହି କନର୍ସଟରେ ପାକିସ୍ତାନୀ ପ୍ରସିଦ୍ଧ ଅଭିନେତ୍ରୀ ମାହିରା ଖାନ ମଧ୍ୟ ଉପସ୍ଥିତ ଥିଲେ। ଏଥି ସହିତ, ବର୍ତ୍ତମାନ ସେହି କନସର୍ଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ଗାୟକ ପରଫର୍ମ ସମୟରେ ଅଭିନେତ୍ରୀଙ୍କୁ କ୍ଷମା ମାଗୁଥିବା ନଜର ଆସିଛନ୍ତି ।
ଅରିଜିତ ସିଂ ମାହୀରା ଖାନଙ୍କୁ ଚିହ୍ନିବାରେ ବିଫଳ ହୋଇଥିଲେ, ଯେତେବେଳେ ସେ ରଇସ ଫିଲ୍ମର ଜଲିମା ଗୀତ ଗାଉଥିଲେ। ଏହି ଚଳଚ୍ଚିତ୍ରଟି ତାଙ୍କର ପ୍ରଥମ ବଲିଉଡ ଚଳଚ୍ଚିତ୍ର ଥିଲା। ଯାହା ୨୦୧୭ରେ ମୁକ୍ତିଲାଭ କରିଥିଲା ଏବଂ ଏଥିରେ ଶାହାରୁଖ ଖାନ ତାଙ୍କ ସହ ନଜର ଆସିଥିଲେ। କନସର୍ଟରେ ମାହୀରା ଭିଆଇପି ଜୋନରେ ବସିଥିଲେ। ଅରିଜିତ୍ ତାଙ୍କୁ ଚିହ୍ନିବା ମାତ୍ରେ ସେ ଗୀତକୁ ମଧ୍ୟଭାଗରେ ବନ୍ଦ କରି ମାହୀରାଙ୍କୁ କନ୍ସର୍ଟରେ ଉପସ୍ଥିତ ସମସ୍ତ ଦର୍ଶକଙ୍କ ସହ ପରିଚିତ କରାଇଥିଲେ ଏବଂ ଅଭିନେତ୍ରୀଙ୍କ ନିକଟରେ କ୍ଷମା ମାଗିଥିଲେ। ଏବେ ଏହି ଏକ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଅରିଜିତ ସିଂ କହୁଛନ୍ତି, ଆପଣମାନେ ଆଶ୍ଚର୍ଯ୍ୟ ହେବେ କିଏ ଏଠାରେ ଅଛନ୍ତି । ମୁଁ ତାଙ୍କ ପାଇଁ ଏକ ଗୀତ ଗାଇଛି। ସେ ଆଉ କେହି ନୁହନ୍ତି ମୋ ସାମ୍ନାରେ ମାହିରା ଖାନ୍ ବସିଛନ୍ତି ।
ଏହା ପରେ କ୍ୟାମେରା ସିଧାସଳଖ ମହିରା ଖାନ ଆଡକୁ ଗଲା । ଏହି ସମୟରେ ଅରିଜିତ୍ କହିଥିଲେ, ମୁଁ ତାଙ୍କ ଗୀତ ଜାଲିମା ଗାଉଥିଲି, ହେଲେ ମୁଁ ତାଙ୍କୁ ଚିହ୍ନି ପାରିଲି ନାହିଁ। ମୁଁ ବହୁତ ଦୁଃଖିତ । ମୁଁ କୃତଜ୍ଞ ଯେ ତୁମେ ଏଠାକୁ ଆସିଛ, ବହୁତ ଧନ୍ୟବାଦ । ସେତେବେଳେ ମାହିରା ହସିବା ସହଏବଂ ଲାଜଉ ଥିବା ଦେଖାଯାଇଥିଲା।