ଭାଇକୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ଭଉଣୀ, ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର

NEWS7
are-indian-startups-stuck-in-delivery-while-china-builds-the-future

ଯାଜପୁର ୧।୨: ଡକାଡକି ହୋଇ ଚାଲିଗଲେ ଭାଇ-ଭଉଣୀ । ଭାଇକୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ଭଉଣୀ । ପୋଖରୀରେ ବୁଡ଼ି ଉଭୟ ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭୁବନେଶ୍ୱରପୁର ପଞ୍ଚାୟତ ସମସରପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭୁବନେଶ୍ୱରପୁର ପଞ୍ଚାୟତ ସମସରପୁର ଗାଁର ଉଭୟ ଭାଇ-ଭଉଣୀ ପୋଖରୀ ନିକଟକୁ ଯାଇଥିଲେ । ଅସାବଧାନତା ବଶତଃ ଆଗେ ପୋଖରୀରେ ବୁଡ଼ି ଯାଇଥିଲେ ଭାଇ । ତେବେ ଭାଇକୁ ବଞ୍ଚାଇବାକୁ ଯାଇ ଭଉଣୀ ମଧ୍ୟ ପୋଖରୀ ଭିତରୁ ପଳାଇଯାଇଥିଲେ । ଫଳରେ ଉଭୟ ଭାଇ-ଭଉଣୀ ପୋଖରୀରେ ବୁଡ଼ି ଯାଇଥିଲେ । ଉଭୟ ଭାଇ-ଭଉଣୀ ନାବାଳିକା ଓ ନାବାଳକ ବୋଲି ଜଣାପଡିଛି । ଉଭୟଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଉଭୟଙ୍କ ପରିଚୟ ମିଳିପାରିନଥିବା ବେଳେ ଭଉଣୀର ବୟସ ୧୩ ବର୍ଷ ଏବଂ ଭାଇର ବୟସ ୧୦ ବର୍ଷ ହେବ ବୋଲି କୁହାଯାଉଛି ।