କ୍ଷମତାର ଅପବ୍ୟବହାର ଥାନା ବାବୁଙ୍କୁ ପଡ଼ିଲା ମହଙ୍ଗା : ଜବତ ବାଲିଗାଡ଼ିକୁ ଛାଡିଲେ, ସୋ’କଜ୍ ନୋଟିସ୍ ପାଇଲେ

NEWS7
anurag-kashyap-shares-photo-with-ex-wife-arti-bajaj-and-kalki-koechlin

ଜଗତସିଂହପୁର ୩।୧: ଗାଡ଼ି ଛାଡିଦେଲେ ଥାନା ବାବୁ, ଦରମା ବନ୍ଦ କଲେ ଜିଲ୍ଲାପାଳ । ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ୍ତ ସେଠୀ ନିଜ କ୍ଷମତାର ଅପବ୍ୟବହାର କରି ଦରମା ବନ୍ଦ ଓ କାରଣ ଦର୍ଶାଅ ନୋଟିସ୍ର ସମ୍ମୁଖୀନ ହୋଇଛନ୍ତି । କାହା ସାହସରେ ଜିଲ୍ଲା ପ୍ରଶାସନକୁ ଅନ୍ଧାରରେ ରଖି ଜବତ ବାଲି ହାଇୱାକୁ ଛାଡ଼ିଦେଲେ ତାକୁ ନେଇ ଉଠିଲାଣି ପ୍ରଶ୍ନ ।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ନଭେମ୍ବର ଓ ଡିସେମ୍ବର ମାସରେ ଦୁଇଟି ବାଲିଘାଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଥିଲା । ବେଆଇନ ବାଲି ଉତ୍ତୋଳନ ହେତୁ ଅନେକ ବାଲି ହାଇୱାକୁ ଜିଲ୍ଲା ପ୍ରଶାସନ ଜବତ ପରେ ପୋଲିସ ହେପାଜତରେ ରଖାଯାଇଥିଲା । ଜବତ ବାଲି ହାଇୱା ଓ ବାଲିଘାଟ ନିଲାମଧାରୀଙ୍କ ବିରୋଧରେ ତିର୍ତ୍ତୋଲ ଥାନାରେ ସେତେବେଳେ ଜିଲ୍ଲା ଖଣି ଅଧିକାରୀ ତରଫରୁ ଅଭିଯୋଗ ହୋଇଥିଲା । ଅନ୍ୟପଟେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଜବତ ହାଇୱା ଗାଡ଼ି ମାଲିକ । ହାଇକୋର୍ଟ ମାମଲାର ବିଚାର କରି ଆବେଦନକାରୀଙ୍କୁ ୧୫ ଦିନ ଭିତରେ ତିର୍ତ୍ତୋଲ ଥାନା ଅଧିକାରୀ, ଉପ ଜିଲ୍ଲାପାଳ ଓ ଜିଲ୍ଲା ଖଣି ଅଧିକାରୀଙ୍କ ନିକଟରେ ସମସ୍ତ ତଥ୍ୟ ଦାଖଲ କରି ଗାଡ଼ି ଛାଡ଼ିବା ପାଇଁ ଅନୁରୋଧ କରିବେ । ଆବେଦନକାରୀଙ୍କ ଅନୁରୋଧକୁ ବିଚାରକୁ ନେଇ ବିଭାଗୀୟ ଅଧିକାରୀ ଏହା ଉପରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ହାଇକୋର୍ଟ ନିଜ ଆଦେଶରେ ସ୍ପଷ୍ଟ କରିଥିଲେ । ହେଲେ ହାଇକୋର୍ଟଙ୍କ ଆଦେଶର ବିପରୀତ କାମ କରିଛନ୍ତି ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ୍ତ ସେଠୀ । କିଛି ହାଇୱାକୁ ଗାଡ଼ି ମାଲିକଙ୍କୁ ହସ୍ତାନ୍ତର କରିଦେଇଛନ୍ତି । ଯାହାକୁ ନେଇ ଅବଗତ ନଥିଲେ ଜିଲ୍ଲା ପ୍ରଶାସନ । ଯାହାକି ହାଇକୋର୍ଟଙ୍କ ପ୍ରତି ଖୋଲା ଉଲ୍ଲଙ୍ଘନ ବୋଲି ଜିଲ୍ଲାପାଳ ଜାରି କରିଥିବା କାରଣ ଦର୍ଶାଅ ନୋଟିସ୍‌ରୁ ଜଣାପଡ଼ିଛି । ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ୍ତ ସେଠୀ ନିଜ କ୍ଷମତାର ଦୁରୁପଯୋଗ ଓ ବେନିୟମ କାର୍ଯ୍ୟ ନେଇ ଥାନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଦେବା ସହିତ ଦରମା ବନ୍ଦ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ।