T20 World Cup 2026 : ୧୫ ଜଣିଆ ଦଳରେ ସୂର୍ଯ୍ୟ ଅଧିନାୟକ, ଗିଲ୍‌ ବାଦ୍‌-ଅକ୍ଷର ଉପଅଧିନାୟକ

NEWS7
antyodaya-gruha-yojana-will-be-launched-on-the-30th-march

ମୁମ୍ବାଇ ୨୦।୧୨ : ଟି-୨୦ ବିଶ୍ୱକପ୍‌ ୨୦୨୬ । ଘୋଷଣା ହେଲା ଟିମ୍‌ ଇଣ୍ଡିଆ ସ୍କ୍ୱାର୍ଡ । ୧୫ ଜଣିଆ ଟିମ୍‌କୁ ଘୋଷଣା କରିଛନ୍ତି ଚୟନ କମିଟି । ଯେଉଁଥିରେ ସୂର୍ଯ୍ୟାକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଅକ୍ଷର ପଟେଲ୍‌ଙ୍କୁ ଉପଅଧିନାୟକ ଭାବେ ଚୟନ କରାଯାଇଛି । ଦଳରେ ୪ ଜଣ ବ୍ୟାଟର୍‌ ୨ ଜଣ ଅଲ୍‌ରାଉଣ୍ଡର ଏବଂ ବାକି ୫ ଜଣ ବୋଲରଙ୍କୁ ସାମିଲ କରାଯାଇଛି ।

ସେହିପରି ଜାନୁଆରୀରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ମଧ୍ୟ ଦଳ ଘୋଷଣା କରାଯିବ । ଜାନୁଆରୀ ୨୧ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟି-୨୦ ସିରିଜ୍‌ର ଆରମ୍ଭ ହେବ । ପ୍ରଥମ ମ୍ୟାଚ୍‌ ନାଗପୁରରେ ଖେଳାଯିବାକୁ ଥିବା ବେଳେ ୨ୟ ମ୍ୟାଚ୍‌ ରାୟପୁର, ୩ୟ ମ୍ୟାଚ୍‌ ଗୌହ୍ୱାଚୀ, ୪ର୍ଥ ମ୍ୟାଚ୍‌ ବିଶାଖାପଟ୍ଟନମ୍‌, ୫ମ ମ୍ୟାଚ୍‌ ଥିରୁଅନନ୍ତପୁରମ୍‌ରେ ଅନୁଷ୍ଠିତ ହେବ ।

୨୦୨୬ରେ ଖେଳାଯିବ ଟି-୨୦ ବିଶ୍ୱକପ୍‌ । ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ୨୦୨୬ ଟି-୨୦ ବିଶ୍ୱକପ୍‌ର ଆୟୋଜନ କରିବେ । ଯାହା ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ଚାଲିବ । ଟି-୨୦ ବିଶ୍ୱକପ୍‌ ୨୦୨୬ର ପ୍ରଥମ ମ୍ୟାଚ୍‌ କଲମ୍ବୋରେ ଖେଳାଯିବାକୁ ଥିବା ବେଳେ ଫାଇନାଲ ମୁକାବିଲା ଅହମ୍ମଦାବାଦ ଷ୍ଟାଡିୟମ୍‌ରେ ଖେଳାଯାଇପାରେ ।

ଭାରତୀୟ ଦଳ-

ସୂର୍ଯ୍ୟାକୁମାର ଯାଦବ-ବ୍ୟାଟର (ଅଧିନାୟକ)

ଅଭିଷେକ୍ ଶର୍ମା- ବ୍ୟାଟର

ସଞ୍ଜୁ ସାମସନ୍‌- ବ୍ୟାଟର/ ଓ୍ୱିକେଟ୍‌ ରକ୍ଷକ

ହାର୍ଦ୍ଦିକ ପାଣ୍ଡ୍ୟା- ଅଲରାଉଣ୍ଡର

ତିଲକ ବର୍ମା- ଅଲ୍‌ରାଉଣ୍ଡର

ଅକ୍ଷର ପଟେଲ- ଅଲ୍‌ରାଉଣ୍ଡର ( ଉପ-ଅଧିନାୟକ)

ଶିଭମ ଦୁବେ- ଅଲ୍‌ରାଉଣ୍ଡର

ଓ୍ୱାଂସିଟନ ସୁନ୍ଦର- ଅଲ୍‌ରାଉଣ୍ଡର

ରିଙ୍କୁ ସିଂହ- ଅଲ୍‌ରାଉଣ୍ଡର

ଅର୍ଶଦୀପ ସିଂହ- ବୋଲର

ହର୍ଷିତ ରାଣା- ବୋଲର

ଜଶପ୍ରୀତ୍ ବୁମରା- ବୋଲର

କୁଲଦୀପ ଯାଦବ- ବୋଲର

ବରୁଣ ଚକ୍ରବର୍ତ୍ତୀ- ବୋଲର

ଇଷାନ୍‌ କିଷାନ୍‌- ବ୍ୟାଟର/ ଓ୍ୱିକେଟ୍‌ ରକ୍ଷକ