ବିଜେପିକୁ ନବୀନଙ୍କ ଟାର୍ଗେଟ, କହିଲେ ରାଜ୍ୟସଭା ନିର୍ବାଚନ ପାଇଁ ଦଳ କରୁଛି ଘୋଡ଼ା ବେପାର, ଜବାବ ରଖିଲା ବିଜେପି

NEWS7
antyodaya-gruha-yojana-will-be-launched-on-the-30th-march

ଭୁବନେଶ୍ୱର ୧୪।୦୩ : ଦିନକ ପରେ ରାଜ୍ୟସଭା ନିର୍ବାଚନ । ରାଜ୍ୟ ରାଜନୀତି ଏବେ ଉଠୁଛି ପଡୁଛି । ଚାଲିଛି ଆରୋପ, ପ୍ରତ୍ୟାରୋପ ଲଢେଇ । କିଏ କହିଲାଣି ଆମ ବିଧାୟକ ଫୋନ୍ ଉଠାଉନାହାନ୍ତି, ତ ଆଉ କିଏ କହିଲାଣି .. ତାଙ୍କ କଥା ଆମକୁ କାଇଁ ପଚାରୁଛ। ଆଉ ଏବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ଦଳକୁ ଟାର୍ଗେଟ କରିଛନ୍ତି ।

 

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଆଗକୁ ରାଜ୍ୟସଭା ନିର୍ବାଚନ । ଏହାପୂର୍ବରୁ ଆମ ଦଳର ବିଧାୟକ ଏବଂ ନେତାମାନେ ନିର୍ବାଚନ ଅଧିକାରୀଙ୍କ ସହି ଭେଟିବାକୁ ଆସିଥିଲେ । କିପରି ଓ କେଉଁଭଳି ଭାବେ ନିର୍ବାଚନ ହେବ । ସେ ବିଷୟରେ କଥା ହୋଇଛି । ଏହି ଅବସରରେ ରାଜ୍ୟସଭା ନିର୍ବାଚନ ନେଇ ବିଜେପି ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟସଭା ନିର୍ବାଚନ ଲାଗି ବିଜେପି ଘୋଡ଼ା ବେପାର କରୁଛି । ଗଣତାନ୍ତ୍ରିକ ନିର୍ବାଚନରେ ଘୋଡ଼ାବେପାର । 

ଅନ୍ୟପଟେ ନବୀନଙ୍କ ବୟାନକୁ ମୁହଁ ଖୋଲିଛନ୍ତି ଜୟ ନାରାୟଣ ମିଶ୍ର । ସେ କହିଛନ୍ତି ଯେ, ନବୀନ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର ଘୋଡା ବେପାରର ଅଭିଜ୍ଞତା ଅଛି | କାମଳ ରୋଗୀଙ୍କୁ ସବୁ ହଳଦିଆ ଦେଖାଯାଏ | ଆମେ ଘୋଡା ବେପାର କରୁ ନାହୁଁ | ସେମାନେ ଆମକୁ ଭୋଟ ଦେଉଛନ୍ତି ଆମେ ନେଉଛୁ | ଏହି ମନ୍ତବ୍ୟ ଦେବା ସହିତ ନବୀନ ବାବୁ ଆଡମିଟ କରିଦେଲେ ସେ ହାରିସାରିଲେଣି | ଆମେ ଘୋଡା ବେପାର କରୁ ନାହୁଁ ବିବେକାନୁମୋଦିତ ଭୋଟ ଦେବା ପାଇଁ ଅନୁରୋଧ କରୁଛୁ ।