ମାମଲା କୋହଳ ପାଇଁ ନେଇଥିଲେ ଲାଞ୍ଚ, ଏବେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଲେ କୋର୍ଟ

NEWS7
another-video-of-pakistans-trouble-came-out

ଫୁଲବାଣୀ ୨୯।୦୧ : ମାମଲା କୋହଳ କରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ପୋଲିସ ଏଏସ୍ଆଇଙ୍କୁ ତିନି ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି । ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ବୁଟୁପାଲିର ନବୀନ ଶତପଥୀ । ଜେଲଦଣ୍ଡ ସହ ଦୋଷୀଙ୍କୁ ୨୦ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦାୟ ଅଧିକ ୪ ମାସ ଜେଲ୍ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।

ଖବର ଅନୁଯାୟୀ, ୨୦୨୩ ମସିହାରେ ନବୀନ ଅନୁଗୁଳ ଜିଲ୍ଲା କିଆକଟା ଥାନାରେ ଏଏସ୍ଆଇ ଥିବା ବେଳେ ଏକ ମାମଲାକୁ କୋହଳ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ ନ କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଅଭିଯୋଗକାରୀ ପଞ୍ଚାନନ ମେହେର ଭିଜିଲାନ୍ସକୁ ଜଣାଇଥିଲେ । ୨୦୨୩ ଜୁଲାଇ ୨୫ରେ ନବୀନ ଅଭିଯୋଗକାରୀ ପଞ୍ଚାନନଙ୍କ ଠାରୁ ବୌଦ୍ଧ ବସ୍ଷ୍ଟାଣ୍ଡ ଠାରେ ଲାଞ୍ଚ ଟଙ୍କା ନେଉଥିବାବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲେ । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଥିଲା । ଆଜି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଅଭିଯୁକ୍ତ ଏବେ ଦେବଗଡ଼ ଜିଲ୍ଲା କୋର୍ଟ ଏଏସ୍ଆଇ ଅଛନ୍ତି ।