ସୋନପୁରରେ ଅମିତ ଶାହଙ୍କ ସଭାର ବହୁତ ପ୍ରଭାବ ରହିବ, ବିଜେପି ଏକାକୀ ସରକାର କରିବ : ମନମୋହନ

Published By : Prameya-News7 Bureau | April 25, 2024 IST

ଭୁବନେଶ୍ବର ୨୫।୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସଭାର ପ୍ରଭାବ ବହୁତ ରହିବ । ଆଗକୁ ଓଡ଼ିଶା ବିଜେପି ମୟ ହେବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ସେ ଆହୁରି କହିଛନ୍ତି, କେନ୍ଦ୍ରରେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ । ଓଡ଼ିଶାରେ ବିଜେପି ଏକାକୀ ସରକାର କରିବ । ବଲାଙ୍ଗିର ଲୋକସଭା ସିଟ୍ ସହିତ ଏହା ଅଧିନରେ ଆସୁଥିବା ୭ ବିଧାନସଭା କ୍ଷେତ୍ରକୁ ମଧ୍ୟ ବିଜେପି ଦଖଲ କରିବ । ପଶ୍ଚିମ ଓଡ଼ିଶାରେ ସମସ୍ତ ଲୋକସଭା ସିଟ୍ ଦଖଲ କରିବ । ବିଧାନସଭାରେ ମଧ୍ୟ ଭଲ ପ୍ରଦର୍ଶନ କରିବ । ୧୪୭ ବିଧାନସଭା ଏବଂ ୨୧ ଲୋକସଭା ଆସନରେ ଲଢେଇ ହେବ ।

ନିର୍ବାଚନ ପ୍ରଚାର ସୋନପୁରରୁ ଆରମ୍ଭ ହେବ । ବିଜେପି ଚାର୍ଜସିଟ୍‌ ପ୍ରକାଶ କରି ବିଜେଡି ସରକାର କ’ଣ କହିଥିଲା, ଆଉ କ’ଣ କରିଛି, କେନ୍ଦ୍ର ସରକାର ଅର୍ଥ ଦେଲେ ବିଜେଡି ସରକାର କ’ଣ କରିଛନ୍ତି ବିଜେପି ଏନେଇ ପ୍ରଶ୍ନ କରିଥିଲା । ଯାହାର ଉତ୍ତର ବିଜେଡି ଏଯାଏଁ ଦେଇପାରି ନାହିଁ ବୋଲି ମନମୋହନ କହିଛନ୍ତି ।

You Can Read :

ଦଳରୁ ମିଳିଲାନି ଟିକେଟ୍, ଜୟଦେବ ଆସନରୁ ସ୍ଵାଧୀନ ଭାବେ ଲଢିବେ ସତ୍ୟପ୍ରିୟ


 

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.