ଏହି ଦିଗ୍ଗଜମାନେ କିଏ ଯାହାଙ୍କ ଉପରେ ନ୍ୟସ୍ତ Budget 2026-27, ଭେଟନ୍ତୁ ନିର୍ମଳା ସୀତାରମଣଙ୍କ ଟିମ୍ କୁ

NEWS7
american-president-donald-trump-said-it-is-a-good-thing-to-have-more-of-infection-it-is-like-badge-of-honor-for-us

ନୂଆଦିଲ୍ଲୀ ୧୬।୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗାମୀ ଆର୍ଥିକ ବର୍ଷ ନିମନ୍ତେ ଫବୃଆରୀ ୧ ତାରିଖ ଦିନ ବଜେଟ୍ ଉପସ୍ଥାପନ କରିବେ। ଏଥି ପାଇଁ ଏବେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଓ ନର୍ଥ ବ୍ଲକର ରୁଦ୍ଧଦ୍ୱାର କୋଠରୀରେ ଦିନରାତି କାମ ଚାଲିଛି । ଉଲ୍ଲେଖଯୋଗ୍ୟ ଯେ ଅର୍ଥମନ୍ତ୍ରୀ ଏକାକୀ ବଜେଟ୍ ତିଆରି କରନ୍ତିନି, ଏଥି ପାଇଁ ଅଧିକାରୀଙ୍କ ଏକ ଟିମ୍ କାମ କରିଥାଏ। ଏଥିରେ ଆର୍ଥିକ ବ୍ୟାପାର ସଚିବ, ମୁଖ୍ୟ ଆର୍ଥିକ ପରାମର୍ଶଦାତା ଓ ଅନ୍ୟ ଲୋକେ ସାମିଲ ହୋଇଥାନ୍ତି। ହେଲେ ୨୦୨୬ ବଜେଟ୍ ନିମନ୍ତେ ପ୍ରଥମ ଥର ଆର୍ଥିକବ୍ୟାପାର ଓ ରାଜସ୍ୱ ସଚିବଙ୍କୁ ସାମିଲ କରାଯାଇଛି। ତେବେ ଆସନ୍ତୁ ଭେଟିବା ନିର୍ମଳା ସୀତାରମଣଙ୍କ ପ୍ରମୁଖ ଅଧିକାରୀଙ୍କୁ।

ମୁଖ୍ୟ ଆର୍ଥିକ ପରାମର୍ଶଦାତା ବି.ଅନନ୍ତ ନାଗେଶ୍ୱରନ
ବି.ଅନନ୍ତ ନାଗେଶ୍ୱରନ ଗତ ୪ଟି ବଜେଟରେ କାମ କରିଛନ୍ତି। ସେ ଏବେର ଶୀର୍ଷ ଅଧିକାରୀଙ୍କ ମଧ୍ୟରେ ସିନିୟର ଅଫିସର ଅଛନ୍ତି। ଏଥର ମଧ୍ୟ ସେ ବଜେଟ୍ ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଜାନୁୟାରୀ ୨୦୨୨ରେ ସେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ମାଇକ୍ରୋ ଇକୋନମି ଆକଳନକୁ ଆକାର ଦେଇ ଆସୁଛନ୍ତି। ସେ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ଇକୋନମିକ ସର୍ଭେ ରିପୋର୍ଟ ପ୍ରଦାନ କରିବେ। ଏହା ୨୦୨୭ ବର୍ଷ ନିମନ୍ତେ ବଜେଟର ଆଧାର ହେବ। ସେ ସରକାରଙ୍କୁ ନୂଆ ଆର୍ଥିକ ଫ୍ରେମୱାର୍କ ବଦଳେଇବାକୁ ପରାମର୍ଶ ଦେଇପାରନ୍ତି, ଯାହା ଋଣରୁ ଜିଡିପି ଅନୁପାତ କମ କରିବା ଆଧାରରେ ହେବ।

ଆର୍ଥିକ ବ୍ୟାପାର ସଚିବ ଅନୁରାଧା ଠାକୁର
ବଢୁଥିବା ବୈଶ୍ୱିକ ଆର୍ଥିକ ଅନିଶ୍ଚିତତା ଓ ଭାରତର ବିକାଶରେ ଆମେରିକୀୟ ଟାରିଫର ସମ୍ଭାବିତ ପ୍ରଭାବ ମଧ୍ୟରେ ଏହି ବଜେଟ୍ ପ୍ରସ୍ତୁତ ହେଉଛି। ଏଥିରେ ହିମାଚଳ ପ୍ରଦେଶ କ୍ୟାଡରର ୧୯୯୪ ବ୍ୟାଚ୍ ଆଇଏଏସ୍ ଅଫିସର ଅନୁରାଧା ଠାକୁରଙ୍କର ବଜେଟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ସେ କେନ୍ଦ୍ରୀୟ ବଜେଟ୍ ପ୍ରକ୍ରିୟାର ନେତୃତ୍ୱ ନେଉଥିବା ପ୍ରଥମ ମହିଳା ଆର୍ଥିକ ବ୍ୟାପାର ସଚିବ। ଅନୁରାଧା ଠାକୁରଙ୍କ ଜନ୍ମ ଓଡିଶାରେ ଓ ସେ ମନବିଜ୍ଞାନରେ ପୋଷ୍ଟ ଗ୍ରାଜୁଏଟ୍। ଏହା ଛଡା ଠାକୁର ଲଣ୍ଡନ ସ୍କୁଲ ଅଫ ଇକୋନମିକ୍ସରୁ ଡେଭଲପମେଣ୍ଟ ଇକୋନମିକସ୍ ସାର୍ଟିଫିକେଟ ମଧ୍ୟ ପ୍ରାପ୍ତ କରିଛନ୍ତି।

ସେ ମାଇକ୍ରୋ ଇକୋନମିକ ପଲିସି, ବଜେଟିଂ, କ୍ୟାପିଟାଲ ମାର୍କେଟ ଓ ଫାଇନାନସିଆଲ ସେକ୍ଟରରେ ସୁଧାରର ଦେଖରେଖ କରନ୍ତି। ତାଙ୍କର କାମ ସ୍ଥିରତା କାୟମ ରଖି ଉଚ୍ଚ ବିକାଶ ହାର ହାସଲ କରିବା। ଏଥିରେ ଡେଫିସିଟ୍ ଓ ଲୋନ ପ୍ରବନ୍ଧନ କରିବା, ନିବେଶ ଜୁଟେଇବା, ବିତ୍ତିୟ ବଜାରକୁ ଗହନ କରିବା ଓ ଅର୍ଥ ବ୍ୟବସ୍ଥାକୁ ବାହାର ଝଟକାରୁ ମୁକ୍ତ ରଖିବା ଆଦି ଦାୟିତ୍ୱ ନିର୍ବାହ କରୁଛନ୍ତି। ଠାକୁର ଆରବିଆଇ ଲାଗି ଇନଫ୍ଲେସନ ଟାର୍ଗେଟିଂ ଫ୍ରେମୱାର୍କର ପରବର୍ତ୍ତି ପର୍ଯ୍ୟାୟ ଆଲୋଚନାକୁ ମଧ୍ୟ ଲିଡ କରୁଛନ୍ତି।

ରାଜସ୍ୱ ସଚିବ ଅରବିନ୍ଦ ଶ୍ରୀବାସ୍ତବ
୧୯୯୪ ବ୍ୟାଚ୍ ର ଆଇଏଏସ ଅଧିକାରୀ ଅରବିନ୍ଦ ଶ୍ରୀବାସ୍ତବଙ୍କୁ ବଜେଟ ପ୍ରକ୍ରିୟାର ଗଭୀର ଅଭିଜ୍ଞତା ଅଛି। ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଓ ପରେ ଅତିରିକ୍ତ ସଚିବ ଭାବେ ଅର୍ଥମନ୍ତ୍ରାଳୟରେ କାମ କରିଛନ୍ତି। ଏହା ପୂର୍ବରୁ ସେ ଆର୍ଥିକ ବ୍ୟାପାର ବିଭାଗର ବଜେଟ ଡିଭିଜନରେ ଯୁଗ୍ମ ସଚିବ ଭାବେ ମଧ୍ୟ କାମ କରିଛନ୍ତି। ଆୟକର ଓ ଜିଏସଟି କାଟ୍ ପରେ ଟ୍ୟାକ୍ସ ରେଭେନ୍ୟୁ ଉପରେ ଚାପକୁ ନଜରରେ ରଖି ତାଙ୍କ ଅଭିଜ୍ଞତା ବଜେଟ୍ ପ୍ରସ୍ତୁତିରେ ଜରୁରି ହେବ। ଲଣ୍ଡନ ୟୁନିଭର୍ସିଟିରୁ ଫାଇନାନ୍ସରେ ଏମଏସସି ଓ ଇଞ୍ଜିନିୟରିଂ ଗ୍ରାଜୁଏଟ ଶ୍ରୀବାସ୍ତବ ଟ୍ୟାକ୍ସ ବେସ୍ କୁ ବଢାଇବାରେ ନେତୃତ୍ୱ କରିବେ।

ବ୍ୟୟ ସଚିବ ଭି.ଭୁଅଲନାମ
ଟ୍ୟାକ୍ସ ରେଭିନ୍ୟୁ ଉପରେ ଚାପ ମଧ୍ୟରେ ଭି.ଭୁଅଲନମ ଅଦରକାରୀ ଫଣ୍ଡକୁ ରୋକିବା ଓ ସରକାରୀ ଋଣ ଉପରେ ଚାପ ହ୍ରାସ ପାଇଁ ଖର୍ଚ୍ଚ ମ୍ୟାନେଜମେଣ୍ଟ ଓ ରେସନଲାଇଜେସନର ନେତୃତ୍ୱ କରିବେ। ୧୯୯୨ ବ୍ୟାଚ୍ ର ମଣିପୁର କ୍ୟାଡେର ଆଇଏଏସ ଅଧିକାରୀ ପୂର୍ବରୁ ବେସାମରିକ ବିମାନଚଳାଚଳ ସଚିବ ଓ ଆର୍ଥିକ ବ୍ୟାପାର ବିଭାଗରେ ଆଡିସନାଲ ସେକ୍ରେଟାରୀ ଭାବେ କାମ କରିଛନ୍ତି। ସେ ପବ୍ଲିକପଲିସିରେ ମାଷ୍ଟର ଡିଗ୍ରି ହାସଲ କରିଥିବା ବେଳେ ଜଣେ କମର୍ସ ସ୍ନାତକ। ସେ ରାଜ୍ୟମାନଙ୍କୁ ସୁଧମୁକ୍ତ ୫୦ ବର୍ଷିଆ କ୍ୟାପେକ୍ସ ଲୋନ ଓ ରାଜ୍ୟମାନଙ୍କ ଋଣ ସୀମା ଗାଇଡ କରିବେ।

ଦୀପମ ସଚିବ ଅଋଣେଶ ଚାୱଲା
ବିହାର କ୍ୟାଡରର ୧୯୯୨ ବ୍ୟାଚ୍ ଆଇଏଏସ ଅଫିସର ଅଋଣେଶ ଚାୱଲା ଲଣ୍ଡନ ସ୍କୁଲ ଅଫ ଇକୋନମିକ୍ସରୁ ଇକୋନନିକ୍ସ ରେ ଏମଏସସି ଓ ପିଏଚଡି ଡିଗ୍ରି ହାସଲ କରିଛନ୍ତି। ସେ ସରକାରଙ୍କ ଡିସଇନଭେଷ୍ଟମେଣ୍ଟ ପ୍ରୋଗ୍ରାମର ମୁଖ୍ୟ ଅଟନ୍ତି। ଏହାକୁ ଏବେ ଆହୁରି ଗତି ମିଳିପାରିବ, କାରଣ ସରକାର ରାଜସ୍ୱ ହ୍ରାସ ପୁରଣ କରିବାକୁ ଓ ଋଣ କମ କରିବାକୁ ଅଧିକ ନନ ଟ୍ୟାକ୍ସ ରେଭିନ୍ୟୁ ସଂଗ୍ରହ କରିବାକୁ ଚାହିଁବେ।

ଆର୍ଥିକ ସେବା ସଚିବ ଏମ.ନାଗରାଜୁ
୧୯୯୩ ବ୍ୟାଚ୍ ତ୍ରିପୁରା କ୍ୟାଡର ଆଇଏଏସ୍ ଅଧିକାରୀ ନାଗରାଜୁ ବଜେଟ୍ ପ୍ରସ୍ତୁତିରେ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି। କାରଣ ଅର୍ଥମନ୍ତ୍ରାଳୟରେ ସେ ଦୀର୍ଘ ସମୟ ହେଲା ସେବା ଦେଇ ଆସୁଛନ୍ତି। ଏହି ପଦବୀ ପୂର୍ବରୁ ସେ ଦେଶର କୋଇଲା ସଚିବ ଥିଲେ। ସେ ଇକୋନମିକ୍ସରେ ଗ୍ରାଜୁଏଟ ହୋଇଥିବା ବେଳେ ଫିଲୋସଫିରେ ପୋଷ୍ଟ ଗ୍ରାଜୁଏଟ ଡିଗ୍ରି ହାସଲ କରିଛନ୍ତି।