LIVE TV

ସଂପର୍କୀୟଙ୍କୁ ଅଲବିଦା କହିବାକୁ ବି ସୁଯୋଗ ଦିଆଗଲା ନାହିଁ, ବୟସ୍କ ମହିଳାଙ୍କୁ ଭାରତ ପଠାଇ ଦେଲା ଆମେରିକା

NEWS7
harjit kaur sikh

ନୂଆଦିଲ୍ଲୀ – ପଞ୍ଜାବର ୭୩ ବର୍ଷୀୟା ଶିଖ୍‌ ମହିଳା ହରଜିତ୍‌ କୌର, ଆମେରିକାରୁ ନିର୍ବାସିତ ସେହି ଲୋକଙ୍କ ମଧ୍ୟରେ ସାମିଲ ଥିଲେ , ଯିଏ ଗୁରୁବାର ସନ୍ଧ୍ୟାରେ ଭାରତରେ ପହଞ୍ଚିଛନ୍ତି। ତାଙ୍କୁ କାଲିଫର୍ଣ୍ଣିଆର ଅଧିକାରୀମାନେ ଆମେରିକୀୟ ଇମିଗ୍ରେସନ ଏବଂ କଷ୍ଟମ୍ସ ଏନଫୋର୍ସମେଣ୍ଟ (ଆଇସିଇ) ସହ ନିୟମିତ ଯାଞ୍ଚ ବେଳେ ହେପାଜତକୁ ନେଇଥିଲେ। ସେ ୩୦ ବର୍ଷରୁ ଅଧିକ ସମୟ ଧରି ଆମେରିକାରେ ରହୁଥିଲେ। ତାଙ୍କର ଓକିଲ ଦାବି କରିଛନ୍ତି ଯେ, ଏହି ବୟସ୍କ ମହିଳାଙ୍କୁ ନିଜର ସଂପର୍କୀୟଙ୍କୁ ଅଲବିଦା କହିବା ଯାଏ ମଧ୍ୟ ସୁଯୋଗ ଦିଆଯାଇ ନଥିଲା। ବୁଧବାର ଏକ ଇନଷ୍ଟାଗ୍ରାମ୍‌ ପୋଷ୍ଟରେ ଓକିଲ ଦୀପକ ଅହଲୁୱାଲିଆ କହିଥିଲେ, ହରଜିତ୍‌ କୌର ପଞ୍ଜାବ ଫେରି ଆସୁଛନ୍ତି। ସେ ଭାରତରେ ପହଞ୍ଚି ସାରିଛନ୍ତି।

କୌରଙ୍କୁ କାଲିଫର୍ଣ୍ଣିଆରେ ଇମିଗ୍ରେସନ ଅଧିକାରୀମାନେ ସେତେବେଳେ ହେପାଜତକୁ ନେଲେ , ଯେତେବେଳେ ସେ ନିୟମିତ ଯାଞ୍ଚ ପାଇଁ ଯାଇଥିଲେ, ଯେଉଁଥିରୁ ତାଙ୍କ ପରିବାର ଓ ସଂପ୍ରଦାୟର ସଦସ୍ୟଙ୍କ ମଧ୍ୟରେ ବିରୋଧ ଓ ଚିନ୍ତା ବ୍ୟାପି ଯାଇଛି। କୌରଙ୍କ ତତ୍କାଳ ମୁକ୍ତିର ଦାବିକୁ ନେଇ ତାଙ୍କ ପରିବାର ଶହଶହ ସଂପ୍ରଦାୟର ସଦସ୍ୟଙ୍କ ସହ ମିଶି ଏକ ବିରୋଧ ପ୍ରଦର୍ଶନ କରିଥିଲେ। କୌରଙ୍କୁ ଆଇସିଇ ଅଧିକାରୀଙ୍କ ଦ୍ୱାରା ଅତିରିକ୍ତ କାଗତପତ୍ର କାର୍ଯ୍ୟାନୁଷ୍ଠାନ ପାଇଁ ସାନ୍‌ ଫ୍ରାନ୍ସିସ୍କୋ କାର୍ଯ୍ୟାଳୟ ଆସିବା ପାଇଁ କହିବା ପରେ ହେପାଜତ ନିଆଯାଇ ଥିଲା। ଅହଲୁୱାଲିଆ କହିଛନ୍ତି ଯେ, ଏହାପରେ ତାଙ୍କୁ ବେକର୍ସଫିଲ୍ଡର ଏକ ହେପାଜତ କେନ୍ଦ୍ରକୁ ନିଆଯାଇ ଥିଲା।

ଉକ୍ତ ପୋଷ୍ଟରେ, ଅହଲୁୱାଲିଆ ଦାବି କରିଛନ୍ତି ଯେ, କୌରଙ୍କୁ ବେକର୍ସଫିଲ୍ଡରୁ ଲସ୍‌ ଏଞ୍ଜେଲ୍ସ ନିଆଯାଇ ଥିଲା , ଯେଉଁଠାରୁ ତାଙ୍କୁ ଜର୍ଜିଆ ଓ ଏହାପରେ ନୂଆଦିଲ୍ଲୀ ପାଇଁ ଏକ ଉଡ଼ାଣରେ ବସା ଯାଇ ଥିଲା। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ କୌରଙ୍କ ପରିବାର ସଦସ୍ୟମାନେ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ଯେ , ତାଙ୍କୁ ଦେଶ ପଠାଇବା ପୂର୍ବରୁ ତାଙ୍କର ସଂପର୍କୀୟଙ୍କୁ ଅନ୍ତିମ ବିଦାୟ ଦେବାକୁ ସୁଯୋଗ ଦିଆଯାଉ , କିନ୍ତୁ ଅନୁମତି ଦିଆଯାଇ ନଥିଲା।