ନା ପହଞ୍ଚିଲେ ରୋଗୀଙ୍କ ପାଖରେ ନା ରୋଗୀଙ୍କୁ ଆଣିଲେ, ରାସ୍ତାରେ ଗାଡି ରଖି ଶୋଇପଡିଲେ ଆମ୍ବୁଲାନ୍ସ କର୍ମଚାରୀ

Published By : Prameya-News7 Bureau | August 17, 2025 IST

ଉଦଳା ୧୭।୮: ରୋଗୀ ଆଣିବାକୁ ଯାଇଥିଲେ, ହେଲେ ଅଧା ରାସ୍ତାରେ ଆମ୍ବୁଲାନ୍ସ ରଖି ଶୋଇପଡିଲେ କର୍ମଚାରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା କୁଣ୍ଡାବାଇ ଅଞ୍ଚଳରେ । 

ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ହାଟପଦା ଅଞ୍ଚଳକୁ ରୋଗୀ ନେବା ନିମନ୍ତେ ଆସିଥିଲା ୧୦୮ ଆମ୍ବୁଲାନ୍ସ । ହେଲେ ଅଧା ରାସ୍ତାରେ ଗାଡି ରଖି ଗାଡି ଭିତରେ ଶୋଇପଡିଲେ କର୍ମଚାରୀ । ନା ପହଞ୍ଚିଲେ ରୋଗୀ ପାଖରେ ନା ରୋଗୀଙ୍କୁ ଆଣିଲେ । ରାସ୍ତା ପାର୍ଶ୍ଵରେ ଗାଡି ଛିଡା କରି ଗାଡି କାଚ ଉଠାଇ ଭିତରେ କର୍ମଚାରୀ ଶୋଇପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେବେ ଆମ୍ବୁଲାନ୍ସ କେଉଁ ଅଞ୍ଚଳକୁ ଏବଂ କେଉଁ ରୋଗୀଙ୍କୁ ଆଣିବାକୁ ଯାଉଥିଲେ ତାହା ଜଣାପଡି ନଥିବା ବେଳେ ଆମ୍ବୁଲାନ୍ସଟି ବାଲେଶ୍ୱର ଜିଲ୍ଲା ବରହମପୁର ଅଞ୍ଚଳର ବୋଲି ଜଣାଯାଇଛି ।

You Can Read:

ରୋଗୀ ଛାଡ଼ି ଫେରୁଥିବା ବେଳେ ଗଛରେ ପିଟିହେଲା ଆମ୍ବୁଲାନ୍ସ, କଟରରେ କାଟି ଚାଳକଙ୍କୁ ଉଦ୍ଧାର କଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.