ଥାନାରେ ଯୁବକଙ୍କୁ ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ, ଚିକିତ୍ସା ପାଇଁ ଡାକ୍ତରଖାନା ନେଇ ଛାଡ଼ି ପଳାଇଲା ପୋଲିସ

Published By : Prameya-News7 Bureau | March 07, 2025 IST

ଉଦଳା: ଥାନାରେ ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ। ମୟୁରଭଞ୍ଜ ଉଦଳା ଶରତ ଥାନା ପୋଲିସ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଏକ ହତ୍ୟା ମାମଲାରେ ପୋଲିସ ପ୍ରଥମେ ସଂଦେହରେ ଜଣେ ଯୁବକଙ୍କୁ ଉଠାଇ ଆଣି ଥାନାରେ ପଚରାଉଚରା କରିଥିଲା । ପରେ ହତ୍ୟା ଅଭିଯୁକ୍ତଙ୍କୁ ଖୋଜି ଆଣି ଦେବାକୁ ତାଗିଦ୍ କରି ସଂପୃକ୍ତ ଯୁବକଙ୍କୁ ଛାଡ଼ି ଦେଇଥିଲା ପୋଲିସ । 

ଏହି ଘଟଣାର ମାସେ ପରେ ପୁଣି ସଂପୃକ୍ତ ଯୁବକଙ୍କୁ ଉଠାଇ ନେଇ ଥାନାରେ ପୋଲିସ ମାଡ଼ମାରିଥିବା ଏବଂ ପରବର୍ତ୍ତି ସମୟରେ ଚିକିତ୍ସା ପାଇଁ ଶରତ ମେଡିକାଲକୁ ନେଇ ସେଠାରେ ଛାଡ଼ି ଚାଲିଯାଇଥିଲା । ଯୁବକଙ୍କ ମୁହଁ ଆଖି ଓ ଅଣ୍ଟାରେ ଗଭୀର ଆଘାତ ଲାଗିଥିବା ବେଳେ ଘର ଲୋକେ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପୋଲିସର ଥାର୍ଡ଼ ଡିଗ୍ରୀ ନେଇ ସାଂଘାତିକ ଅଭିଯୋଗ କରିଛନ୍ତି ପୀଡ଼ିତଙ୍କ ପରିବାର ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.