ନୂଆଦିଲ୍ଲୀ ୧୬।୦୮ : ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଧ୍ୟରେ ଭେଟ୍ଘାଟ୍ ସରିଛି । ଦୀର୍ଘ ତିନି ଘଣ୍ଟା ଧରି ଉଭୟ ଦେଶର ଏହି ଶୀର୍ଷ ନେତାଙ୍କ ମଧ୍ୟରେ ଚାଲିଥିଲା ଆଲୋଚନା । ତଥାପି ୟୁକ୍ରେନ୍ରେ ଯୁଦ୍ଧ ବନ୍ଦ ନେଇ ବାହିରିପାରିଲାନି କୌଣସି ନିଷ୍କର୍ସ । ଏପିରିକି ଉଭୟ ଦେଶ ମଧ୍ୟରେ କୌଣସି ଟ୍ରେଡ୍ ବି ହୋଇନାହିଁ ।
#WATCH | Alaska, USA | "Next time in Moscow," says Russian President Vladimir Putin as US President Trump thanks his counterpart for today's meeting.
— ANI (@ANI) August 15, 2025
"... I could see it happening," replies President Trump.
Source: The White House/ YouTube pic.twitter.com/N3U6Rygllj
ୟୁକ୍ରେନ୍ରେ ଯୁଦ୍ଧ, ଟାରିଫ ଡିଲ୍ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆମେରିକାର ଆଲାସ୍କାରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ଯାହା ଉପରେ ଭାରତ ସମେତ ପୁରା ବିଶ୍ୱର ନଜର ଥିଲା । ଦୀର୍ଘ ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ କୌଣସି ବଡ଼ ଘୋଷଣା ହୋଇପାରେ ବୋଲି ସମସ୍ତେ ଚର୍ଚ୍ଚା ଏବଂ ଆଲୋଚନା କରୁଥିଲେ । କିନ୍ତୁ ତାହା ହେଲାନାହିଁ । ବରଂ ତିନି ଘଣ୍ଟା ଧରି ଚାଲିଥିବା ବୈଠକ ପରେ ଅନୁଷ୍ଠିତ ହୋଇଥିବା ପ୍ରେସ୍ବାର୍ତ୍ତାରେ ଟ୍ରମ୍ପ କହିଥିଲେ କି, ୟୁକ୍ରେନ୍ର ଯୁଦ୍ଧ ବନ୍ଦ ପ୍ରସଙ୍ଗରେ କିଛି କଥା ହୋଇଛି । ବାକି ଆଉ କିଛି ପ୍ରସଙ୍ଗ ଉପରେ ଆଗାମୀ ବୈଠକରେ ନିଷ୍ପତ୍ତି ନିଆଯିବ । ହେଲେ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ କି ଉଭୟ ନେତାଙ୍କ ମଧ୍ୟରେ ଆଗାମୀ ବୈଠକ କେବେ ହେବ ? କିନ୍ତୁ ପ୍ରେସ୍ ବାର୍ତ୍ତାରେ ଅନ୍ତିମ ସମୟରେ ପୁଟିନ୍ କହିଥିଲେ କି, ଆଗାମୀ ବୈଠକର ଆୟୋଜନ ମସ୍କୋରେ ହେବ । ଯାହାର ଉତ୍ତର ଟ୍ରମ୍ପ କହିଥିଲେ କି, ଦେଖିବା ଆଗକୁ କଣ ହେଉଛି ?
ଅନ୍ୟପଟେ ପ୍ରେସ୍ବାର୍ତ୍ତାରେ ରୁଷ୍ ରାଷ୍ଟ୍ରପତି କହିଛନ୍ତି କି, ଯଦି ୨୦୨୨ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହୋଇଥାନ୍ତେ । ତେବେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ କୌଣସି ବି ପରିସ୍ଥିତିରେ ଯୁଦ୍ଧ ହୋଇନଥାନ୍ତା । ଗତ କିଛି ବର୍ଷ ଧରି ଆମେରିକା ଓ ରୁଷ୍ ମଧ୍ୟରେ ସେତେଟା ଭଲ ସଂପର୍କ ନାହିଁ । କିନ୍ତୁ ଏବେ ତାହା ଆଉ ନାହିଁ । ପରିସ୍ଥିତି ବଦଳିବା ସହ ଉଭୟ ଦେଶ ଏବେ ସିଧା ସଂପର୍କ ଯୋଡିବା ପାଇଁ ଚେଷ୍ଟା କରୁଛନ୍ତି । ଯାହାକି ଏକ କଠିନ ସମୟର ଅନ୍ତ ବୋଲି ଭାବିପାରିବା । ତେବେ ୟୁକ୍ରେନ୍ ସହ ଶାନ୍ତି ବାର୍ତ୍ତା ନେଇ ଟ୍ରମ୍ପ ଉଠାଇଥିବା ପଦକ୍ଷେପକୁ ମୁଁ ସ୍ୱାଗତ କରୁଛି ।
ଟ୍ରମ୍ପ-ପୁଟିନ ଆଲାସ୍କା ଭେଟର କିଛି ବଡ଼ କଥା-
-ରୁଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ ନେଇ କୌଣସି ନିସ୍କର୍ସ ହୋଇନାହିଁ
- ଉଭୟ ନେତାଙ୍କ ସହ ଆଲୋଚନା ସକରାତ୍ମକ ହୋଇଛି
- ମସ୍କୋରେ ହୋଇପାରେ ଆଗାମୀ ବୈଠକ ନେଇ ପ୍ରସ୍ତାବ
-ୟୁକ୍ରେନ୍ର ସୁରକ୍ଷା ପ୍ରତିଶୃତି ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା