ଭାରତୀୟ ସେନାର ଆଟାକ୍‌ ପରେ ବିଳିବିଳଉଛି ପାକିସ୍ତାନ, ଗୁଗୁଲରେ ଆତଙ୍କୀ ସର୍ଚ୍ଚ କରୁଛି ସିନ୍ଦୂର କଣ?

Published By : Prameya-News7 Bureau | May 07, 2025 IST

ନୂଆଦିଲ୍ଲୀ ୦୭/୦୫: ପହଲଗାମ ଆକ୍ରମଣ ପରେ ଭାରତ 'ଅପରେସନ ସିନ୍ଦୂର' । ଯାହା ଜରିଆରେ ପାକିସ୍ତାନରେ ରକ୍ତର ହୋଲି ଖେଳିଛି ପାକିସ୍ତାନ । ମାଧ୍ୟମରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି । ବିଳମ୍ୱିତ ରାତିରେ ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (POK)ରେ ନଅଟି ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ କରିଥିଲେ। 

ଭାରତର ଏହି କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଏବେ ପାକିସ୍ତାନର ଲୋକମାନେ ଗୁଗୁଲରେ । ୨୩୪ ଏୟାର ଷ୍ଟ୍ରାଇକ୍, ଭାରତୀୟ ସେନା, ଭାରତ ଏବଂ ଅପରେସନ ସିନ୍ଦୁର ବିଷୟରେ ସର୍ଚ୍ଚ କରୁଛନ୍ତି । ପାକିସ୍ତାନରେ ଗୁଗୁଲ୍ ଟ୍ରେଣ୍ଡ୍ ଦେଖାଉଛି ଯେ ସେମାନେ ଏବେ ସିନ୍ଦୂର ନାମର ଅର୍ଥ ଖୋଜୁଛନ୍ତି ।

ପ୍ରକୃତରେ, ଭାରତୀୟ ସେନାର ଆକ୍ରମଣର ସମ୍ମୁଖୀନ ହେବା ପରେ, ପାକିସ୍ତାନୀମାନେ ଏବେ ସିନ୍ଦୂର ବିଷୟରେ ଜାଣିବାକୁ ଚାହୁଁଛନ୍ତି। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ପାକିସ୍ତାନରେ ଲୋକମାନେ ଗୁଗୁଲରେ କଣ ସର୍ଚ୍ଚ କରୁଛନ୍ତି  । ପାକିସ୍ତାନୀମାନେ ଗୁଗୁଲରେ ଅପରେସନ ସିନ୍ଦୂର ବିଷୟରେ ଖୋଜୁଛନ୍ତି। ଏବେ ସୋସିଆଲ ମିଡିଆରେ ଅପରେସନ ସିନ୍ଦୂର, ଇଣ୍ଡିଆ ଅପରେସନ ସିନ୍ଦୂର, ସିନ୍ଦୂର ଆକ୍ରମଣ, ଅପରେସନ ସିନ୍ଦୂର କ'ଣ ଭଳି ଶବ୍ଦ ଖୋଜାଯାଉଛି। 

ଏହା ବ୍ୟତୀତ, ସେଠାକାର ଲୋକମାନେ ସିନ୍ଦୁରର ଅର୍ଥ ଜାଣିବା ପାଇଁ ଗୁଗୁଲର ସାହାଯ୍ୟ ନେଉଛନ୍ତି। ଏବେ, ସେଠାରେ ସିନ୍ଦୂର କ'ଣ, ସିନ୍ଦୂରର ଅର୍ଥ ଇତ୍ୟାଦି କୀୱାର୍ଡ ଖୋଜାଯାଉଛି।ଅପରେସନ ସିନ୍ଦୂର ବ୍ୟତୀତ, ପାକିସ୍ତାନୀମାନେ ଭାରତ ବିଷୟରେ ମଧ୍ୟ ନିରନ୍ତର ସନ୍ଧାନ କରୁଛନ୍ତି। 

ଗୁଗୁଲ୍ ଟ୍ରେଣ୍ଡ୍ସ ରିପୋର୍ଟ ଅନୁଯାୟୀ, India Attack Bahawalpur, India Attack on Pakistan Today, India Attack on Bahawalpur, India Attacked on Pakistan, India Strikes Pakistan ଭଳି କୀୱାର୍ଡଗୁଡ଼ିକୁ ସର୍ଚ୍ଚ କରାଯାଉଛି। ଏହା ବ୍ୟତୀତ, ପାକିସ୍ତାନର ଲୋକମାନେ ପାକିସ୍ତାନ ସେନା ବିଷୟରେ ସନ୍ଧାନ କରୁଛନ୍ତି। ଏହା ସହିତ, ସୋସିଆଲ ମିଡିଆରେ ସବୁଠାରୁ ଶକ୍ତିଶାଳୀ ସେନା, ଭାରତୀୟ ସେନା, ପାକିସ୍ତାନ ସେନା ଇତ୍ୟାଦି ବିଷୟଗୁଡ଼ିକୁ ମଧ୍ୟ ସନ୍ଧାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.