ଏୟାର ଇଣ୍ଡିଆ ଏକ୍ସପ୍ରେସର ବଡ ଆକ୍ସନ, ସିକ୍‌ ଲିଭ୍‌ରେ ଥିବା କର୍ମଚାରୀମାନଙ୍କୁ ପଠାଇଲା ଟର୍ମିନେସନ ଲେଟର

Published By : Prameya-News7 Bureau | May 09, 2024 IST

ନୂଆଦିଲ୍ଲୀ ୦୯/୦୫: ମହଙ୍ଗା ପଡିଲା ସମୂହ ଛୁଟିରେ ରହିବା । ଚାକିରୀରୁ ବିଦା କଲା କମ୍ପାନୀ । ମାନେ ସାମାହିକ ଛୁଟିରେ ଯାଇଥିବା କର୍ମଚାରୀଙ୍କ ଉପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ନେଇଛି ବଡ୍ ଆକ୍ସନ । ଚୁଟିରେ ଥିବା ସମସ୍ତ କର୍ମଚାରୀଙ୍କୁ ଟର୍ମିନେସନ ଲେଟର ପଠାଇଛି କମ୍ପାନୀ । ଏୟାର ଇଣ୍ଡିଆ ଏଭଳି କର୍ମଚାରୀମାନଙ୍କୁ ଅପରେସନକୁ ବ୍ୟାଘାତ ସହ ନିଯୁକ୍ତିର ସର୍ତ୍ତ ଉଲ୍ଲଂଘନ ଅଭିଯୋଗରେ ଦୋଷୀ ବିବେଚନା କରି ସେମାନଙ୍କୁ ବହିଷ୍କାର ନୋଟିସ ଜାରି କରିଛି । 

ସୂଚନା ଥାଉକି, ୧୦୦ ରୁ ଅଧିକ କର୍ମଚାରୀ ହଠାତ୍ ଅସୁସ୍ଥତା ଦର୍ଶାଇ ଛୁଟିରେ ଯାଇଥିବାରୁ ବିମାନକୁ ଗତ ଦୁଇ ଦିନ ମଧ୍ୟରେ ୯୦ଟି ବିମାନକୁ ବାତିଲ କରାଯାଇଥିଲା । ଏୟାର ଇଣ୍ଡିଆ ଏକ୍ସପ୍ରେସର ବରିଷ୍ଠ କ୍ୟାବିନ କ୍ରିୟୁ ସଦସ୍ୟମାନେ ସେମାନଙ୍କ ଦାବି ନେଇ ଏକ ପ୍ରକାର ଧର୍ମଘଟ କରୁଥିଲେ ବୋଲି କୁହାଯାଉଛି । 

ଗତ ମଙ୍ଗଳବାର ଯେତେବେଳେ ବିମାନର ଅନେକ ବିମାନ ଉଡ଼ାଣ ଭରିବାକୁ ଯାଉଥିଲା, ଶେଷ ମୁହୂର୍ତ୍ତରେ କ୍ୟାବିନ କ୍ରିୟୁ ସଦସ୍ୟମାନେ ଅସୁସ୍ଥ ଥିବା ଜାଣିବାକୁ ମିଳିଥିଲା । ଏହା ପରେ ସମସ୍ତଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ହୋଇଥିଲା । ବୁଧବାର ଏୟାରଲାଇନ୍ସର ସିଇଓ କହିଛନ୍ତି ଯେ ଗତ ସନ୍ଧ୍ୟା ଠାରୁ ଆମର ୧୦୦ ରୁ ଅଧିକ କ୍ୟାବିନ କ୍ରିୟୁ ମେମ୍ୱର ନିର୍ଦ୍ଧାରିତ ଫ୍ଲାଇଟ୍ ଡ୍ୟୁଟି ପୂର୍ବରୁ ଶେଷ ମୁହୂର୍ତ୍ତରେ ଅସୁସ୍ଥ ହୋଇଥିବାର ଖବର ଦେଇ ଆମର କାର୍ଯ୍ୟରେ ଯୋଗଦେଲେନି । 

ଫଳରେ ଆମର ସେବା ବ୍ୟାହତ ହୋଇଥିଲା । ଏହା ପରେ ଏୟାର ଇଣ୍ଡିଆ ମେ ୧୩ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ କରିବାକୁ ଘୋଷଣା କରିଥିଲା । ଯେଉଁ କାରଣରୁ ମଙ୍ଗଳବାର ରାତିରୁ ୧୦୦ରୁ ଅଧିକ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ ହୋଇ ପ୍ରାୟ ୧୫ ହଜାରରୁ ଯାତ୍ରୀ ପ୍ରଭାବିତ ହୋଇଥିଲେ । 

ଏୟାରଲାଇନ୍ସର ସିଇଓ ଆଲୋକ ସିଂ କହିଛନ୍ତି ଯେ ସମଗ୍ର ନେଟୱାର୍କ ପ୍ରଭାବିତ ହୋଇଛି ଏବଂ ଆସନ୍ତା କିଛି ଦିନ ମଧ୍ୟରେ କାର୍ଯ୍ୟସୂଚୀକୁ ହ୍ରାସ କରିବାକୁ ବାଧ୍ୟ ହେବୁ । ସେପଟେ କମ୍ପାନୀ କ୍ଷମା ପ୍ରାର୍ଥନା କରିଛି ଏବଂ ଏକ ବିବୃତ୍ତି ପୋଷ୍ଟ କରି କହିଛି, 'ବିମାନର ବିଳମ୍ବ ଏବଂ ବାତିଲ ଯୋଗୁଁ ଘଟିଥିବା ଅସୁବିଧା ପାଇଁ ଆମେ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛୁ । ଯଦିଓ ଆମେ ସେବା ବ୍ୟାହତ କମ୍ କରିବାକୁ କଠିନ ପରିଶ୍ରମ କରୁଛୁ, ଦୟାକରି ବିମାନ ବନ୍ଦରକୁ ଯିବା ପୂର୍ବରୁ ଆପଣଙ୍କର ବିମାନ ସ୍ଥିତି ଯାଞ୍ଚ କରନ୍ତୁ । 

ଯଦି ଆପଣଙ୍କର ବିମାନ ପ୍ରଭାବିତ ହୁଏ, ତେବେ ପଇସା ଫେରସ୍ତ ଏବଂ ପୁନଃ ସହାୟତା ପାଇଁ ଆମ ସହ ଯୋଗାଯୋଗ କରନ୍ତୁ। ସେହପରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ବିଳମ୍ବ ଏବଂ ବାତିଲ ବିଷୟରେ ଜାଣିଛି ଏବଂ ଏ ସମ୍ପର୍କରେ ବିମାନ କମ୍ପାନୀରୁ ବିସ୍ତୃତ ରିପୋର୍ଟ ମାଗିଛି । ତୁରନ୍ତ ସମସ୍ୟାର ସମାଧାନ ପାଇଁ ମନ୍ତ୍ରଣାଳୟ ବିମାନ କମ୍ପାନୀକୁ ଅନୁରୋଧ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.