LIVE TV

୬୯ ବର୍ଷ ପରେ ଘରକୁ ଫେରିଲା Air India, ଟାଟାଙ୍କ ବ୍ୟାନରରେ ଚାଲିବାକୁ ଲାଗିବ ସମୟ

NEWS7

ନୂଆଦିଲ୍ଲୀ ୨୭।୧: ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆ ସମ୍ପୂର୍ଣ୍ଣ ରୂପେ ଟାଟାଙ୍କ ହାତକୁ ଚାଲିଯାଇଛି।  ଏୟାର ଇଣ୍ଡିଆର ଦାୟିତ୍ୱ ଗୁରୁବାର ଆନୁଷ୍ଠାନିକ ଭାବେ ସରକାର ଟାଟାଙ୍କ ହାତରେ ନ୍ୟସ୍ତ କରିଦେଇଛନ୍ତି। ଡିଆଇପିଏଏମ ସଚିବ ଏହି ସୂଚନା ଦେଇଛନ୍ତି। ଏୟାର ଇଣ୍ଡିଆଙ୍କ ରଣନୈତିକ ବିନିବେଶ ନେଣଦେଣ ଗୁରୁବାର ସଫଳତାର ସହ ଶେଷ ହୋଇଥିବା ସଚିବ କହିଛନ୍ତି। ଏଥିରେ ପ୍ରବନ୍ଧନ ସମେତ ଏୟାର ଇଣ୍ଡିଆର ୧୦୦ ପ୍ରତିଶତ ସେୟାର ଟେଲସ୍‌ ପ୍ରାଇଭେଟ ଲିମିଟେଡକୁ ସମର୍ପି ଦିଆଯାଇଥିବା ସେ କହିଛନ୍ତି। ଫଳରେ ୬୯ ବର୍ଷ ପରେ ଏୟାର ଇଣ୍ଡିଆ ଟାଟାଙ୍କ ଘରକୁ ଫେରିଛି। ତେବେ ଅଧିକାରୀକ ହ୍ୟାଣ୍ଡଓଭର ପୂର୍ବରୁ ଟାଟା ସନସ୍‌ ଚେୟାରମ୍ୟାନ ଏନ.ଚନ୍ଦ୍ରଶେଖରନ ନୂଆ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ।

{"id":580145,"sizeSlug":"full","linkDestination":"none"}

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ  ଚନ୍ଦ୍ରଶେଖରନ ସିଧା ଦିଲ୍ଲୀସ୍ଥିତ ଏୟାର ଇଣ୍ଡିଆ କାର୍ଯ୍ୟାଳୟକୁ ପହଞ୍ଚି ସଂସ୍ଥାର ଦାୟିତ୍ୱ ହସ୍ତାନ୍ତରଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିଛନ୍ତି।  ତେବେ ଗୁରୁବାର ଏୟାର ଇଣ୍ଡିଆ ଫ୍ଲାଇଟ୍ ଟାଟା ସମୂହଙ୍କ ବ୍ୟାନରରେ ଉଡାଣ କରୁନଥିବା ଅଧିକାରୀ କହିଛନ୍ତି। କାରଣ ଅଧିଗ୍ରହଣର ପୂରା ପ୍ରକ୍ରିୟା ଗୁରୁବାର ଶେଷ ହୋଇପାରୁ ନାହିଁ। ତେବେ ୪ ଉଡାଣ ମୁମ୍ବାଇ-ଦିଲ୍ଲୀ ଏଆଇ ୮୬୪, ମୁମ୍ବାଇ-ଦିଲ୍ଲୀ ଏଆଇ୬୮୭, ମୁମ୍ବାଇ-ଆବୁଧାବୀ ଏଆଇ୯୪୫ ଓ ମୁମ୍ବାଇ-ବେଙ୍ଗାଲୁରୁ ଏଆଇ ୬୩୯ରେ ଗୁରୁବାରଠାରୁ ଯାତ୍ରୀଙ୍କୁ ଉନ୍ନତମାନର ଭୋଜନ ସେବା ଯୋଗାଇ ଦିଆଯାଉଥିବା କହିଛନ୍ତି।

{"id":580146,"width":840,"height":490,"sizeSlug":"full","linkDestination":"none"}

ଏୟାର ଇଣ୍ଡିଆ ଏବେ ଟାଟା ସମୂହଙ୍କ ଅନୁଷଙ୍ଗୀ କମ୍ପାନୀ। ତେବେ କେଉଁଦିନଠାରୁ ଏୟାର ଇଣ୍ଡିଆ ବିମାନ ଟାଟା ସମୂଙ୍କ ନେତୃତ୍ୱରେ ଓ ତତ୍ୱାବଧାନରେ ଉଡିବ ସେ ନେଇ ପରବର୍ତ୍ତି ସମୟରେ ସୂଚିତ କରିଦିଆଯିବ। ଏହି ସବୁ କାର୍ଯ୍ୟ ପର୍ଯ୍ୟାୟକ୍ରମେ ଆରମ୍ଭ ହେବ ବୋଲି ଅଧିକାରୀ କହିଥିବା ବେଳେ ସେହି ଅନୁସାରେ ସେବା ମଧ୍ୟ ପର୍ଯ୍ୟାୟକ୍ରମେ ଆରମ୍ଭ କରାଯିବ ବୋଲି ଅଧିକାରୀ କହିଛନ୍ତି। ସେପଟେ ଦେଶର ସର୍ବ ବୃହତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏୟାର ଇଣ୍ଡିଆ ଲାଗି ଯାହାବି ଆର୍ଥିକ ଆବଶ୍ୟକତା ପଡିବ ୱାର୍କିଂ କ୍ୟାପିଟାଲ ହେଉ ଅଥବା ଅନ୍ୟ ମାମଲାରେ ବ୍ୟାଙ୍କର ଦ୍ୱାର ସର୍ବଦା ଉନ୍ମୁକ୍ତ ବୋଲି କହିଛନ୍ତି।  

{"id":580164,"width":839,"height":559,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ଟାଟା ଗ୍ରୁପଙ୍କ କମ୍ପାନୀ ଟେଲସ୍ ପ୍ରାଇଭେଟ ଲିମିଟେଡ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ସମ୍ପୂର୍ଣ୍ଣ ଅଂଶ ସମେତ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ ଏଆଇଏସଏଟିଏସଙ୍କ ୫୦ ପ୍ରତିଶତ ଭାଗିଦାରୀ କ୍ରୟ ଲାଗି ବୋଲି ଲଗାଇଥିଲେ। ପ୍ରତିଯୋଗୀତା ବୋଲି ପ୍ରକ୍ରିୟାରେ ସରକାର ଗତବର୍ଷ ଅକ୍ଟୋବର ମାସରେ ଏୟାର ଇଣ୍ଡିଆକୁ ୧୮ ହଜାର କୋଟି ଟଙ୍କାରେ ଟେଲସ୍ ପ୍ରାଇଭେଟ ଲିମିଟେଡଙ୍କୁ ବିକିଥିଲେ। ୧୯୫୩ ମସିହାରେ ଏୟାର ଇଣ୍ଡିଆର ଜାତୀୟକରଣ ପୂର୍ବରୁ ଟାଟା ସମୂହ ୧୯୩୨ ମସିହାରେ ଦେଶରେ ଟାଟା ଏୟାରଲାଇନ୍ସର ସ୍ଥାପନା କରିଥିଲେ।