ମୁମ୍ବାଇ ୨।୭: ଜୁନ ୧୨ ତାରିଖରେ ଗୁଜରାଟର ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ହୋଇଥିଲା। ଏହି ବିମାନ ଦୁର୍ଘଟଣାର କାରଣ କ’ଣ ତାହା ଏବେ ଯାଞ୍ଚ ହେଉଛି। ପ୍ଲେନର ବ୍ଲାକ୍ ବକ୍ସରୁ ଡାଟା ଡାଉନଲୋଡ ହୋଇଯାଇଛି, ଏବେ ଏହାର ଯାଞ୍ଚ ଚାଲିଛି। ଏହା ବି ଜାଣିବାକୁ ଚେଷ୍ଟା କରାଯାଉଛି ଯେ ପାଇଲଟଙ୍କ ଦ୍ୱାରା କିଛି ଭୁଲ ହୋଇ ନାହିଁତ? ଯାଞ୍ଚରେ ଫ୍ୟୁଲ ସ୍ୱିଚ୍ ସ୍ଥିତି ମଧ୍ୟ ପରଖାଯିବ। ଏଥି ପାଇଁ ମୁମ୍ବାଇରେ ଏୟାର ଇଣ୍ଡିଆର ୩ ଜଣ ପାଇଲଟ ସିନେରିଓ ରିକ୍ରିଏଟ କରିଛନ୍ତି।
ସିମୁଲେଟରରେ ପାଇଲଟମାନେ ଇଲେକ୍ଟ୍ରିକାଲ ଫଲ୍ୟୋରକୁ ବୁଝିବାକୁ ଚେଷ୍ଟା କରିଛନ୍ତି। ଏଥିରୁ ଦୁଇ ଇଞ୍ଜିନରେ ନିଆଁ ଲାଗିଯିବାର ଯଥେଷ୍ଟ ସମ୍ଭାବନା ଥାଏ ଓ ପ୍ଲେନ ଟେକଅଫ୍ କରିବା ପରେ କ୍ଲାଇମ୍ବିଂ କରିପାରେ ନାହିଁ। ସିମୁଲେସନରେ ପାଇଲଟମାନେ ଏୟାର ଇଣ୍ଡିଆ ବିମାନର ଟ୍ରିମ ସିଟ୍ ଡାଟାକୁ ଦୋହରାଇଛନ୍ତି। ଏଥିରେ ପାଇଲଟମାନେ ଗୋଟିଏ ଇଞ୍ଜିନ ଫେଲ ହେବାର ସ୍ଥିତିକୁ ମଧ୍ୟ ଆକଳନ କରିଛନ୍ତି। ଏଥିରେ ଅଣ୍ଡର କ୍ୟାରେଜକୁ ତଳେ ଛାଡି ଦିଆଯାଇଥିଲା ଓ ଫ୍ଲାପକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନିଆଯାଇଥିଲା। ଏହି ସ୍ଥିତି ଟେକଅଫ ଲାଗି ଅନସେଫ ମନେ କରାଯାଏ।
ଏହା ଛଡା ଏକ ଭୁଲ ଟେକଅଫ ଫ୍ଲାପର କନଫିଗରେସନକୁ ବି ଦୋହରା ଯାଇଥିଲା, ଏଥିରେ କୌଣସି ବିମାନ ଗୋଟିଏ ଇଞ୍ଜିନରେ କ୍ଲାଇମ୍ବ କରିବା କଷ୍ଟକର ହୁଏ। ଟେକଅଫ ଫ୍ଲାପ ଫ୍ଲାଇଟ୍ ୱିଙ୍ଗରେ ଲାଗିଥିବା ଆଡଜଷ୍ଟେବଲ ସରଫେସ ହୋଇଥାନ୍ତି, ଏହା ଦ୍ୱାରା କ୍ଲାଇମ୍ବରେ ସହାୟତା ମିଳିଥାଏ। ସମୁଲେସନରେ ଏହି ସବୁ ସ୍ଥିତିରେ ପ୍ଲେନ ଗୋଟିଏ ଇଞ୍ଜିନରେ ମଧ୍ୟ ଲିଫ୍ଟ ନେଇଯାଇଥିଲା।
ଏହା ଦ୍ୱାରା ସେହି ସବୁ ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରାଯାଇଥିଲା ଯେ ଦୁଇଟି ଇଞ୍ଜିନ ଫେଲ ହେବା ପରିସ୍ଥିତିରେ ପ୍ଲେନ ଦୁର୍ଘଟଣାର ଶିକାର ହୋଇପାରେ। ପାଇଲଟ ମାନଙ୍କୁ ୪୦୦ ଫୁଟରୁ କମ ଉଚ୍ଚତାରେ ଉଭୟ ଇଞ୍ଜିନ ଫେଲ୍ୟୋର ସ୍ଥିତି ନିମନ୍ତେ ଟ୍ରିନିଂ ଦିଆଯାଏ ନାହିଁ। ଏଣୁ ମନେ କରାଯାଉଛି ଯେଉଁ ଉଚ୍ଚତାରେ ଏୟାର ଇଣ୍ଡିଆ ପ୍ଲେନ ଦୁର୍ଘଟଣା ଘଟିଛି ସେଠାରେ ଉଭୟ ଇଞ୍ଜିନ ଫେଲ୍ୟୋର ହିଁ ଏକମାତ୍ର କାରଣ ହୋଇପାରେ।
ତେବେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋଙ୍କ ପ୍ରାରମ୍ଭିକ ରିପୋର୍ଟ ଆଗାମୀ ସପ୍ତାହରେ ଆସିବାର ସମ୍ଭାବନା ରହିଛି। ଏୟାର ଇଣ୍ଡିଆ ତାଙ୍କ ଫ୍ଲିଟରେ ଅଧିକାଂଶ ଡ୍ରିମଲାଇନର ବିମାନ ସଞ୍ଚାଳନ କରୁଛନ୍ତି। ଏଣୁ ଏହି ଯାଞ୍ଚ ରିପୋର୍ଟ ଏୟାରଲାଇନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।