ଏୟାର ଇଣ୍ଡିଆ ବିମାନର ଦାୟିତ୍ୱହୀନତା: ଖାଦ୍ୟରେ ମିଳିଲା ବଡ଼ ବ୍ଲେଡ୍, ଭୁଲ୍ ସ୍ୱୀକାର କଲା କମ୍ପାନି

Published By : Prameya-News7 Bureau | June 17, 2024 IST

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ବେଙ୍ଗାଲୁରୁ ସାନ ଫ୍ରାନ୍ସିସ୍‌କୋ ବିମାନରେ ଗୁରୁତର ଅବହେଳା ସାମ୍ନାକୁ ଆସିଛି। ଏହି ବିମାନର ଯାତ୍ରୀଙ୍କ ଖାଦ୍ୟରେ ଏକ ବଡ ବ୍ଲେଡ୍ ମିଳିଥିଲା। ଏହି ଘଟଣା  ଜୁନ ୯ରେ ଘଟିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଏୟାର ଇଣ୍ଡିଆ ନିଜର ଭୁଲକୁ ସ୍ୱୀକାର କରିଛି। ବ୍ଲେଡ୍ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ରୁ ଚାଲିଆସିଥିବା କହିଛନ୍ତି।

ସୂଚନାନୁସାରେ, ମାଥର୍ସ ପାଲ ନାମକ ଜଣେ ଯାତ୍ରୀ ଏହି ଏୟାର ଇଣ୍ଡିଆ ବିମାନରେ ଫ୍ରାଏ ପଟାଟୋ ଏବଂ ଡିମିରି ଫଳର ଚାଟ୍ ଅର୍ଡର କରିଥିଲେ। ଯାତ୍ରୀ ଖାଦ୍ୟ ଖାଉଥିଲେ ହଠାତ୍ ତାଙ୍କ ପାଟିରେ ଏକ କଠିନ ଜିନିଷ ଲାଗିବା ଅନୁଭବ କଲେ, ଯେତେବେଳେ ସେ ଏହାକୁ ବାହାର କରି ଦେଖିଲେ ଯେ ଏହା ଏକ ବ୍ଲେଡ୍। ସେ ସଙ୍ଗେ ସଙ୍ଗେ ଏହାକୁ କାଢି ପକାଇଥିଲେ।

ଏହା ପରେ ଯାତ୍ରୀ ଜଣକ Xରେ ଏହି ଖାଦ୍ୟର ଚିତ୍ର ସେୟାର କରି ଲେଖିଥିଲେ, "ଏୟାର ଇଣ୍ଡିଆର ଖାଦ୍ୟ ଛୁରୀ ପରି କାଟିପାରେ। ଏହାର ଫ୍ରାଏ ସ୍ୱିଟ ପଟାଟୋ ଏବଂ ଅଞ୍ଜିର ଚାଟରେ ଏକ ବ୍ଲେଡ୍ ଖଣ୍ଡ ଥିଲା। ଏହା ଖାଦ୍ୟ ସହିତ ପାଟି ଯିବାପରେ ଜଣାପଡ଼ିଥିଲା।  ଧନ୍ୟବାଦ, କୌଣସି କ୍ଷତି ହୋଇନାହିଁ।"

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଏହି ଘଟଣା ଏକ ବ୍ରାଣ୍ଡ ଭାବରେ ଏୟାର ଇଣ୍ଡିଆର ଭାବମୂର୍ତ୍ତିକୁ ବହୁ ମାତ୍ରାରେ କ୍ଷୁର୍ଣ୍ଣ କରିଛି। ଯଦିଓ ସେମାନେ ସୁରକ୍ଷିତ ଅଛନ୍ତି, ଯଦି ଏହି ଖାଦ୍ୟ ଏକ ଶିଶୁଙ୍କ ନିକଟକୁ ଯାଇଥାନ୍ତା, ତେବେ ଏହା ଜୀବନ ବିପଦରେ ପଡ଼ିଥାନ୍ତା। ଅଭିଯୋଗ ପରେ ଏୟାର ଇଣ୍ଡିଆ ଏହି ଘଟଣା ପାଇଁ କ୍ଷମା ମାଗିଛି ଏବଂ ତୁରନ୍ତ ଏହାର ସମୀକ୍ଷା କରିବ ଏବଂ ଏହାର ସମାଧାନ ନିଶ୍ଚିତ କରିବ ବୋଲି ଆଶ୍ୱାସନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.