ଭୁବନେଶ୍ୱର ୧୬।୭: ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ । ସେ କହିଛନ୍ତି, ଡ୍ରୋନ୍ ସାହାଯ୍ୟରେ ସମସ୍ତ କର୍ମୀଙ୍କୁ ଚିହ୍ନଟ କରାଯାଇଛି I ଧାରଣାସ୍ଥଳରେ ଥିବା ସମସ୍ତ ଗତିବିଧି ଏବଂ ଆନ୍ଦୋଳନର ଦୃଶ୍ୟକୁ AI କ୍ୟାମେରାରେ କଏଦ ହୋଇଛି I ଏକ ରାଜନୈତିକ ଦଳ ଅନୁମତି ନେଇଥିଲା I ଆମେ ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାପକ ଫୋର୍ସ ମୁତୟନ କରିଥିଲୁ I ପ୍ରଥମ ବ୍ୟାରିକେଡ଼ ଭାଙ୍ଗିବା ପରେ, ଟିୟର ଗ୍ୟାସ୍ ପ୍ରୟୋଗ ଓ ପାଣି ମାଡ଼ କରାଯାଇଥିଲା I ଉଭୟ ପକ୍ଷରୁ କିଛି ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି I ପୁରା ଘଟଣାକ୍ରମକୁ ପୋଲିସ ସେବା ଭବନରୁ ମନିଟର କରାଯାଇଛି ବୋଲି ପୋଲିସ କମିସନର କହିଛନ୍ତି ।
You Can Read:
ବିଜେଡିର ପ୍ରତିବାଦରେ ପୋଲିସର ଆକ୍ରମଣକୁ ବିରୋଧୀ ଦଳ ନେତାଙ୍କ ନିନ୍ଦା, ଆହତ ନେତାଙ୍କ ସହ କଥା ହେଲେ