LIVE TV

ତାଗିଦ ଓ ବିରୋଧ ପରେ ବି ସୁଧୁରୁନି ଇସ୍କନ, ପୁଣି କରିଲା ଅଦିନିଆ ରଥଯାତ୍ରା

NEWS7
iskon

ପୁରୀ ୧୫।୧୦ : କେବେ ସୁଧୁରିବ ଇସ୍କନ । ବାରମ୍ବାର ତାଗିଦ ଓ ବିରୋଧ ପରେ ବି ମନମାନି କରୁଛି ଇସ୍କନ । ପୁଣି ଥରେ ଅଦିନିଆ ରଥଯାତ୍ରାର ଆୟୋଜନ କରିଛି ଇସ୍କନ । ଯାହାକି ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଝଟ୍‌କା ଦେଇଛି ।

ଖବର ଅନୁଯାୟୀ, ଇସ୍କନର ଆଉ ଥରେ ମନମାନି । ଅଦିନରେ ପୁଣି ପାଳନ କରିଛି ରଥଯାତ୍ରା । ଗତ ୭ ତାରିଖ ଦିନ ଇସ୍କନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରିଷିକେଶରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରିଷିକେଶ ସ୍ଥିତ ମଧୁବନ ଆଶ୍ରମରେ ଏହି ରଥଯାତ୍ରାର ଆୟୋଜନ କରାଯାଇଥିଲା । ଯେଉଁଥିରେ ହଜାର ହଜାର ସଂଖ୍ୟ ଲୋକେ ସାମିଲ ହୋଇଥିଲେ । ତେବେ ଇସ୍କନର ଏହି ଅଦିନିଆ ରଥଯାତ୍ରାକୁ ନେଇ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ତେବେ ଥରେ କି ଦୁଇ ଥର ନୁହେଁ । ଇସ୍କନ ଏହିପରି ଭାବେ ବାରମ୍ବାର ଅଦିନିଆ ରଥଯାତ୍ରାର ଆୟୋଜନ କରୁଛି । ଆଉ ନିଜକୁ ଜଗନ୍ନାଥଙ୍କ ବଡ଼ ଭକ୍ତ ବୋଲାଉଛି । ହେଲେ ଏଠି ପ୍ରଶ୍ନ ଉଠୁଛି । ଯଦି ଜଗନ୍ନାଥଙ୍କ ତୁମେ ଭକ୍ତ, ତେବେ ଅଦିନରେ କିପରି ଭାବେ ରଥଯାତ୍ରାର ଆୟୋଜନ କରୁଛ ?