News7 Logo

ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ମୋଟ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ

NEWS7
hirakud

ସମ୍ୱଲପୁର ୦୫/୦୯: ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍ । ହୀରାକୁଦର ମୋଟ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୬.୫୬ ଫୁଟ୍
ହୀରାକୁଦକୁ ପଶୁଛି ୨,୯୩,୫୧୨ କ୍ୟୁସେକ ଜଳ । ନିଷ୍କାସିତ ହେଉଛି ୨,୬୪,୧୨୯ କ୍ୟୁସେକ ଜଳ । 
ହୀରାକୁଦ ଜଳଭଣ୍ଡାରକୁ ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବେଶ କରୁଛି। ହୀରାକୁଦ ଜଳଭଣ୍ଡାରର ସ୍ଥିତିକୁ ନଜର ରଖି ଗୁରୁବାର ସକାଳେ ୪ଟା ଅପରାହ୍‌ଣରେ ପୁଣି ଦୁଇଟି ଗେଟ୍‌ ଖୋଲାଯାଇଛି । ହୀରାକୁଦ ଜଳଭଣ୍ଡାର ପକ୍ଷରୁ ଗଣମାଧ୍ୟମକୁ ଏ ନେଇ ସୂଚନା ଦିଆଯାଇଛି। 
ସୂଚନାଥାଉକି, ହୀରାକୁଦ ଜଳଭଣ୍ଡାରରେ ଧୀରେଧୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ କ୍ରମାଗତ ଭାବେ ପର୍ଯ୍ୟାୟ କ୍ରମେ ଗେଟ୍‌ଗୁଡ଼ିକ ଖୋଲାଯାଉଛି। ଏହି କ୍ରମରେ ଆଜି ୪ଟି ଗେଟ୍‌ ଖୋଲି ଦିଆଯାଇଛି। ପୂର୍ବରୁ ୧୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି। ତେବେ ବର୍ତ୍ତମାନ ସମୟରେ ମୋଟ୍‌ ୨୦ ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ଆବଶ୍ୟକ ହେଲେ ଆହୁରି ଗେଟ୍‌ ଖୋଲା ଯାଇପାରେ। 
ବାରମ୍ୱାର ଗେଟ୍ ଖୋଲାଯିବାରୁ ମହାନଦୀରେ ବନ୍ୟା ଜଳସ୍ତର ବଢ଼ିବାର ଆଶଙ୍କା ରହିଛି। ଫଳରେ ହୀରାକୁଦ ଡ୍ୟାମର ତଳମୁଣ୍ଡରେ ଥିବା ନଦୀ ଶଯ୍ୟା ଅଞ୍ଚଳରେ ବନ୍ୟା ଆସିବାର ଆଶଙ୍କା ରହିଛି। ଜନସାଧାରଣଙ୍କ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ପାଇଁ ନଦୀକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକେ ଆତଙ୍କିତ ହୋଇପଡିଛନ୍ତି ।