LIVE TV

କଳିଙ୍ଗା ଘାଟିରେ ଭୂସ୍ଖଳନକୁ ବିତିଲାଣି ୧୯ ଦିନ, ତଥାପି ସ୍ୱାଭାବିକ ହୋଇପାରିନି ଗମନାଗମନ

NEWS7
kalinga ghati

ଜି.ଉଦୟଗିରି ୦୫।୧୦ : କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟଣାକୁ ବିତିଲାଣି ୧୯ ଦିନ । ଏଯାଏ ଘାଟିରେ ସ୍ବାଭାବିକ ହୋଇପାରିନି ଗମନାଗମନ ଏବେ ବି ପ୍ରଶାସନ ପକ୍ଷରୁ ଜୋରଦାର ଚାଲିଛି ଘାଟି ମରାମତି କାମ।

ଗତ ୧୬ ତାରିଖରେ ହୋଇଥିବା ଭୂସ୍ଖନରେ ୧୫୭ ନମ୍ବର ଜାତୀୟ ରାଜପଥ ଧୋଇଯାଇଛି । ଫଳରେ ଯାତାୟାତ ବନ୍ଦ ରହିଛି। ଅସ୍ଥାୟୀ ରାସ୍ତାରେ ପରୀକ୍ଷାମୂଳକ ଭାବେ ଗାଡି ଚାଲିଥିବା ବେଳେ ରାସ୍ତାରେ କଂକ୍ରିଟି ଢ଼ଳେଇ ସରିଛି । କିନ୍ତୁ ଦ୍ୱିତୀୟ ଭୂସ୍କଳନରେ ବଡ଼ ବଡ଼ ପଥର ଆସି ରାସ୍ତା ଉପର ମୁଣ୍ଡରେ ବିପଦ ସଂକୁଳ ଅବସ୍ଥାରେ ରହିଛି । ଯାହାକୁ ଆଜି ପର୍ଯ୍ୟନ୍ତ ହଟାଯାଇନାହିଁ । ଲଘୁଚାପ ଜନିତ ଲଗାଣ ପ୍ରବଳ ବର୍ଷା ଯୋଗୁ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଦୀର୍ଘ ଦିନ ପରେ ମଧ୍ୟ ରାସ୍ତା ସ୍ୱାଭାବିକ ହୋଇନଥିବାରୁ ସାଧାରଣ ଜନତା ଅସନ୍ତୋଷ ପ୍ରକାଶ କରିଛନ୍ତି ।