ଆଦର୍ଶ ବିଦ୍ୟାଳୟ ପକ୍ଷରୁ ସାଙ୍ଘାତିକ ଭୁଲ, ବଦଳିଲା ସିବିଏସଇ ୩୨ ଜଣ ପିଲାଙ୍କ ପ୍ରଶ୍ନପତ୍ର

Published By : Prameya-News7 Bureau | March 11, 2025 IST

ଉଦଳା: ଆଦର୍ଶ ବିଦ୍ୟାଳୟ ପକ୍ଷରୁ ସାଙ୍ଘାତିକ ଭୁଲ, ବଦଳିଲା ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର। ଅଲଗା ପ୍ରଶ୍ନପତ୍ର ଦେଖି ତାଜୁବ ହେଲେ ଛାତ୍ରଛାତ୍ରୀ।  ଆଉ ମନ ଦୁଃଖରେ ଲୁହ ଝରାଇ ଘରକୁ ଫେରିଛନ୍ତି। ଏଭଳି ଘଟଣା ଘଟିଛି ଖୁଣ୍ଟା ବ୍ଲକ ଡୁକୁରା ଆଦର୍ଶ ବିଦ୍ୟାଳୟ ଯୁକ୍ତ ୨ ସିବିଏସଇ ପରୀକ୍ଷାରେ। 

ଟିଟିଆ ଆଦର୍ଶ ବିଦ୍ୟାଳୟରେ ବଡ଼ସାହି ଆଦର୍ଶ ବିଦ୍ୟାଳୟର ୩୨ ଜଣ ଛାତ୍ରଙ୍କର ସିବିଏସଇ ଯୁକ୍ତ ୨ ପରୀକ୍ଷା ନିମନ୍ତେ ସେଣ୍ଟର ପଡିଥିଲା। ଯାହାକି ଆଜି ଇଂରାଜୀ ପରୀକ୍ଷା ରହିଥିଲା। ବଡ଼ସାହି ଆଦର୍ଶ ବିଦ୍ୟାଳୟର ୩୨ ଛାତ୍ର ଇଂରାଜୀର କୋର ବିଷୟ ପାଠ ପଢିଥିବା ବେଳେ ସେମାନେ ଆଜି ଇଂରାଜୀ କୋର ବିଷୟର ପରୀକ୍ଷା ଦେଇଥାନ୍ତେ। 


ହେଲେ ଛାତ୍ରମାନଙ୍କ ନିମନ୍ତେ ଆସିଥିଲା ଇଂରାଜୀ ଇଲେକ୍ଟିଭ ପ୍ରଶ୍ନ। ଯାହା ଦେଖି ଛାତ୍ରଛାତ୍ରୀଙ୍କ ମୁଣ୍ଡ ଗୋଲ ହୋଇଯାଇଥିଲା। କାରଣ ଇଂରାଜୀ କୋର ଏବଂ ଇଲେକ୍ଟିଭ ୨ ଗୋଟି ସମ୍ପୂର୍ଣ୍ଣ ଭିନ୍ନ ସିଲାବସର। ଯେଉଁଥି ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ହଲରେ ୩ ଘଣ୍ଟା ବସି ବସି ବାହାରି ଆସିଥିଲେ। ଯାହାକି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଏବେ ଅନ୍ଧାର କୁ ଠେଲି ହୋଇଯାଇଥିବା କହିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। 

ଅନ୍ୟପଟେ ଏହି ପ୍ରଶ୍ନପତ୍ର ତ୍ରୁଟିରେ ଆଦର୍ଶ ବିଦ୍ୟାଳୟ ବଡ଼ସାହିର ତ୍ରୁଟି ଅଛି ବୋଲି କହିଛନ୍ତି ସେଣ୍ଟର ପଡ଼ିଥିବା ଆଦର୍ଶ ବିଦ୍ୟାଳୟ ଟିଟିଆର ପ୍ରିନସିପାଲ। ଏ ବାବଦରେ ବଡ଼ସାହି ଆଦର୍ଶ ବିଦ୍ୟାଳୟ ପ୍ରିନସିପାଲଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.