Rajyasabha vote: କାହାକୁ ଭୋଟ ଦେଲେ ସନାତନ? ଜଣାଇଲେନି, ପରୋକ୍ଷରେ ଇଙ୍ଗିତ ଅଲଗା

NEWS7
adani-enterprises-fpo-totaly-subscribed

ଭୁବନେଶ୍ୱର ୧୬/୦୩: ଚାଲିଛ ରାଜ୍ୟସଭା ଭୋଟ । ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଚାଲିଛି ଭୋଟିଂ । ଜଣଙ୍କ ପରେ ଜଣେ ବିଧାୟକ ଭୋଟ ଦେବା ପାଇଁ ପହଂଚୁଥିବା ଦେଖିବାକୁ ମିଳିଛି । ଏହି ମତଦାନ ପ୍ରକ୍ରିୟା ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି । ମତଦାନ ସରିବା ପରେ ଅପରାହ୍ନ ୫ ଟାରେ ଗଣତି ହେବ । ତେବେ ପ୍ରଥମେ ଭୋଟ ଦେଇଛନ୍ତି ପ୍ରଥମେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଜଣଙ୍କ ପରେ ଜଣେ ଭୋଟ ଦେବାରେ ବ୍ୟସ୍ତ ।

 

ଏହି ଅବସରରେ ଭୋଟ ଦେଇଥିଲେ ସନାତନ ମହାକୁଡ଼ । ବିଜେଡିରୁ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ଭୋଟ୍ ଦେଲେ । ଭୋଟ୍ ଦେବା ପରେ କହିଛନ୍ତି ରାଜ୍ୟରେ ସ୍ବାର୍ଥ ପାଇଁ ଯିଏ କାମ କରିବ ତାଙ୍କୁ ଭୋଟ୍ ଦେଇଛି । ସସ୍ପେଣ୍ଡ୍ ଲୋକକୁ ହ୍ବିପ ଜାରି କରିବାର କୌଣସି ନିୟମ ନାହିଁ । ବିଜେଡି ସସ୍ପେଣ୍ଡ କରିବା ସହ ବିଧାନସଭାରେ ଆସନ ବଦଳାଇଲା ।

କାଲି ପର୍ଯ୍ୟନ୍ତ ବିଜେଡିର କିଏ ବି ମୋ ସହ ଯୋଗାଯୋଗ କରି ନାହାନ୍ତି । ମୋତେ ଆମ ପ୍ରାର୍ଥୀ କିଏ, କାହାକୁ ଭୋଟ ଦେବାକୁ ହେବ କହି ନାହାନ୍ତି । ମୁଁ ଯାହାକୁ ଭୋଟ ଦେଇଛି, ଗଣତି ପରେ ଜାଣିବେ । ବିଜେଡିର ହୁଇପ ମୋ ଉପରେ କାହିଁକି ଲାଗିବ ? ନିଲମ୍ବନ ପରେ ହୁଇପ କାମ କରେନି । ଏହା କେଉଁ ଆଇନରେ ଅଛି ? ଯିଏ ରାଜ୍ୟ ସ୍ୱାର୍ଥ ପାଇଁ କାମ କରିବ, ତାକୁ ଭୋଟ ଦେଇଛି ।

also read...

Rajyasabha Race: ଚତୁର୍ଥ ଆସନକୁ ନେଇ ଛକାପଞ୍ଝା, ରୋଚକ ମୋଡ଼ରେ ରାଜ୍ୟସଭା ରାଜନୀତି