ନୂଆଦିଲ୍ଲୀ : ଆଦାନୀ ଗ୍ରୁପ୍ର କମ୍ପାନୀ ଏକ ବଡ଼ ଡିଲ୍ କରିଛି। ଆଦାନୀ ଡିଫେନ୍ସ ସିଷ୍ଟମ୍ସ ଆଣ୍ଡ ଟେକ୍ନୋଲଜିଜ୍ ଲିମିଟେଡ୍ (ଏଡିଏସଟିଏଲ) ପ୍ରାଇମ୍ ଏୟରୋ ସହ ମିଶି ଏହି ପାର୍ଟନରସିପ୍ କରିଛି। ଉଭୟ କମ୍ପାନୀ ମିଶି ଭାରତର ପ୍ରମୁଖ ପ୍ରାଇଭେଟ୍ ସେକ୍ଟରର ରକ୍ଷଣାବେକ୍ଷଣ , ମରାମତି ଓ ଓଭରହାଲ (ଏମଆରଓ) କମ୍ପାନୀ ଗୁଡ଼ିକ ମଧ୍ୟରୁ ଏକ ଇଣ୍ଡମେର ଟେକ୍ନିକ୍ସ ପ୍ରାଇଭେଟ୍ ଲିମିଟେଡ୍ (ଆଇଟିପିଏଲ)ରେ ,୧୦୦ ପ୍ରତିଶତ ଭାଗିଦାରୀ ହାସଲ କରିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି। ଏହି ଅଧିଗ୍ରହଣ ଆଦାନୀ ଡିଫେନ୍ସର ବ୍ୟବସାୟ ହୋରାଇଜନ ଏୟରୋ ସଲ୍ୟୁସନ୍ସ ଲିମିଟେଡ୍ ମାଧ୍ୟମରେ କରାଯାଇଛି।
ହୋରାଇଜନ , ଏଡିଏସଟିଏଲ ଓ ପ୍ରାଇମ୍ ଏୟରୋ ମଧ୍ୟରେ ୫୦-୫୦ର ପାର୍ଟନରସିପ୍ ରହିଛି। ପ୍ରାଇମ୍ ଏୟରୋ , ଇଣ୍ଡନେର ଟେକ୍ନିକ୍ସର ନିର୍ଦ୍ଦେଶକ ପ୍ରଜୟ ପଟେଲଙ୍କ ମାଲିକାନାର କମ୍ପାନୀ। ଏହାର ସୂଚନା ଆଦାନୀ ଗ୍ରୁପ୍ର କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେଜ୍ ସୋମବାର ସେୟାର ବଜାର ବନ୍ଦ ହେବା ପରେ ଦେଇଛନ୍ତି। କହି ରଖୁଛି କି , ଆଜି ସୋମବାର ଆଦାନୀ ଏଣ୍ଟରପ୍ରାଇଜେସ୍ର ସେୟାରରେ ୪ପ୍ରତିଶତ ଏବଂ ଆଦାନୀ ପୋର୍ଟର ସେୟାରରେ ୩୨ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି।
ଏହି ଗ୍ରୀନଫିଲ୍ଡ ସୁବିଧା ମହାରାଷ୍ଟ୍ରର ନାଗପୁରରେ ମିହାନ ସ୍ପେଶାଲ ଆର୍ଥିକ କ୍ଷେତ୍ର (ଏସଇଜେଡ୍)ରେ ରହିଛି। ଏହା ୩୦ ଏକରରେ ବିସ୍ତୃତ ରହିଛି। ଏହି ସୁବିଧାରେ ୧୦ଟି ହ୍ୟାଙ୍ଗରରେ ୧୫ଟି ବିମାନ ବେ ରଖିବାର କ୍ଷମତା ଅଛି।
ଆଦାନୀ ଏୟାରପୋର୍ଟ୍ସର ନିର୍ଦ୍ଦେଶକ ଜିତ୍ ଆଦାନୀ କହିଛନ୍ତି , ଇଣ୍ଡିଆନ ଆଭିଏସନ ଇଣ୍ଡଷ୍ଟ୍ରିଜ୍ ଅଦ୍ଭୁତପୂର୍ବ ପରିବର୍ତ୍ତନ ଦେଖିଛି ଏବଂ ଯାତ୍ରୀ ଯାତାୟାତ ମାମଲାରେ ୩ୟ ସବୁଠୁ ବଡ଼ ଉଦ୍ୟୋଗ ହୋଇ ଯାଇଛି। ଆଗାମୀ ବର୍ଷ ଗୁଡ଼ିକରେ ଇଣ୍ଡିଆନ ଆଭିଏସନ କମ୍ପାନୀ ଗୁଡ଼ିକ ୧୫୦୦ରୁ ଅଧିକ ବିମାନ ଗୁଡ଼ିକୁ ନିଜର ବିମାନ କ୍ଷେତ୍ରରେ ସାମିଲ କରିବ। ଆମେ ଆଭିଏସନ ସେକ୍ଟରରେ ଏକ ନୂଆ ଯୁଗର ଆରମ୍ଭ କରିବାକୁ ଯାଉଛୁ। ସେ କହିଛନ୍ତି , ଏହି ଅଧିଗ୍ରହଣ ଭାରତକୁ ଏକ ପ୍ରମୁଖ ବୈଶ୍ୱିକ ଏମଆରଓ ଡେଷ୍ଟିନେସନ ଭାବେ ସ୍ଥାପିତ କରିବାକୁ ଆମର ପ୍ରୟାସର ଆଗାମୀ ପର୍ଯ୍ୟାୟ।