ଭୋଟର ଅଧିକାର ଯାତ୍ରାରେ ଦୁର୍ଘଟଣା ; ରାହୁଲ ଗାନ୍ଧୀଙ୍କ କାର ଚକା ତଳେ ଖସି ପଡ଼ିଲେ ପୁଲିସ କର୍ମୀ

Published By : Prameya-News7 Bureau | August 19, 2025 IST

ନାୱାଦ ( ବିହାର) – ବିହାରରେ ଭୋଟର ଅଧିକାର ଯାତ୍ରା ବେଳେ ଦୁର୍ଘଟଣା ହୋଇଯାଇଛି। ଯେତେବେଳେ ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର କାର ତଳେ ପଡ଼ିଗଲେ ପୁଲିସ କର୍ମୀ। ସମୟ ପୂର୍ବରୁ ଗାଡ଼ିକୁ ରୋକି ଦିଆ ଯାଇଥିଲା। ପୁଲିସ ଯବାନଙ୍କ ପାଦରେ ଆଘାତ ଲାଗିଛି। ପୁଲିସକର୍ମୀମାନେ ଗାଡ଼ି ତଳୁ ତୁରନ୍ତ ତାଙ୍କୁ ଉଠାଇ ଆଣି ଥିଲେ। ଘଟଣାଟି ସେହି ସମୟରେ ଘଟିଛି, ଯେତେବେଳେ ରାହୁଲଙ୍କର ଭୋଟର ଅଧିକାର ଯାତ୍ରା ନୱାଦା ଦେଇ ଯାଉ ଥିଲା। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍‌ ଜୋରରେ ଭାଇରାଲ ହେଉଛି। 

ଏହା ପୂର୍ବରୁ ଆଉ ଏକ ଭିଡ଼ିଓ ରାହୁଲ ଗାନ୍ଧୀଙ୍କର ଭାଇରାଲ ହେଉଛି। ଯେଉଁଥିରେ ନୱାଦାର ହିସୁଆ ଦେଇ ଯେତେବେଳେ ଭୋଟର ଅଧିକାର ଯାତ୍ରା ଯାଉଥିବା, ତ ଥାନ ଭିତରୁ ହିଁ ବିଜେପି ସମର୍ଥନ ରାହୁଲ ଗାନ୍ଧୀ ମୁର୍ଦାବାଦ ନାରା ଦେଇଥିଲେ। ଏହି ସମୟରେ ରାହୁଲ ମଧ୍ୟ ଥାନା ସମ୍ମୁଖରେ କିଛି ସମୟ ଅଟକି ଥିଲେ। ସେ ନାରାବାଜି କରୁଥିବା ବିଜେପି ନେତାଙ୍କୁ ଆଙ୍ଗୁଠି ଦେଖାଇବା ସହ ହସି ହସି ଆଗକୁ ଯାଇ ଥିଲେ। ପ୍ରକୃତ କଥା ହେଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ଉପରେ କଂଗ୍ରେସ ବିଧାୟକ ନିତୁ କୁମାରୀଙ୍କର ପୋଷ୍ଟର ଲଗାଯିବାକୁ ନେଇ ବିଜେପି ନେତା କ୍ରୋଧିତ ହୋଇ ଥିଲେ। ପୂର୍ବତନ ବିଜେପି ବିଧାୟକ ଅନିଲ ସିଂହ ସମର୍ଥକଙ୍କ ସହ ଧାରଣାରେ ବସି ଥିଲେ। ପୁଲିସ ତାଙ୍କୁ ହେପାଜତକୁ ନେଇ  ଥାନାକୁ ପଠାଇ ଦେଇଥିଲା। 


ନୱାଦାରେ ସାଧାରଣ ସଭାକୁ ସମ୍ୱୋଧିତ କରି ରାହୁଲ ଗାନ୍ଧୀ କହି ଥିଲେ ଯେ, ବିହାରରେ ଲକ୍ଷ ଲକ୍ଷ ଲୋକ ଅଛନ୍ତି, ଯାହାଙ୍କ ନାଁ ଭୋଟର ତାଲିକାରୁ କାଟି ଦିଆ ଯାଇଛି। ସମ୍ୱିଧାନ ଆପଣଙ୍କୁ ଭୋଟର ଅଧିକାର ଦେଇଥାଏ , ଯାହାକୁ ମୋଦ –ଶାହ ଛଡ଼େଇ ନେଉଛନ୍ତି। ବିଜେପି ଓ ଇଲେକ୍ସନ କମିଶନରେ ପାର୍ଟନରସିପ୍‌ ଅଛି। ସେ କହିଥିଲେ ଯେ, ବିହାରରେ ନୂଆ ଉପାୟରେ ଭୋଟ୍ ଚୋରି ହେଉଛି, କିନ୍ତୁ ଆମେ ଏହା ତାଙ୍କୁ କରିବାକୁ ଦେବୁ ନାହିଁ । ଏହି ଦେଶ ଆଦାନୀ-ଅମ୍ୱାନୀଙ୍କର ନୁହେଁ , କୃଷକଙ୍କର। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.