ଜଙ୍ଗଲରେ ବୁଲୁଛି ବାଘ, ସତର୍କ କଲା ବନ ବିଭାଗ- କେହି ଜଙ୍ଗଲକୁ ଯାଆନ୍ତୁ ନାହିଁ

Published By : Prameya-News7 Bureau | August 07, 2025 IST

ସୁନ୍ଦରଗଡ ୭।୮: ସୁନ୍ଦରଗଡ଼ ଲେଫ୍ରିପଡା ଫରେଷ୍ଟ ରେଞ୍ଜ ଅଞ୍ଚଳରେ ବାଘ ବୁଲୁଥିବା ନେଇ ବନ ବିଭାଗର ସତର୍କତା ।  କେହି ଜଙ୍ଗଲକୁ ଯାଆନ୍ତୁ ନାହିଁ । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଫରେଷ୍ଟ ରେଞ୍ଜ ଅଞ୍ଚଳରେ ବାଘ ଥିବା ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । 

ବୁଧବାର ଗୁଣ୍ଡିଆଡିହି ସେକ୍ସନ ମଶା ବିରା ଜଙ୍ଗଲରେ ବାଘ ବୁଲୁଥିବା କେତେକ ସ୍ଥାନୀୟ ଲୋକେ ଦେଖିଥିଲେ କିନ୍ତୁ ଖବର ପାଇ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଛି । ତେବେ ଏନେଇ ଉଜ୍ଜ୍ବଳପୁର ରେଞ୍ଜରଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ବାଘ ଛତିଶଗଡ ଅଞ୍ଚଳରୁ ଆସିଥିବ ଆଉ ଏବେ ଲେଫ୍ରିପଡା ରେଞ୍ଜରୁ ବାହାରି କିଞ୍ଜିରକେଲା ରେଞ୍ଜ ଅଞ୍ଚଳକୁ ଚାଲି ଯାଇଥିବା ଅନୁମାନ କରାଯାଉଛି  । ତେବେ ଏନେଇ ବନ ବିଭାଗ ପକ୍ଷରୁ ମାଇକ୍ ଯୋଗେ ଲୋକଙ୍କୁ ସଚେତନ କରାଯାଉଛି । କେହି ଗାଈ ଗୋରୁ ଛେଳି ନେଇ ଜଙ୍ଗଲକୁ ଯାଆନ୍ତୁ ନାହିଁ ।

You Can Read:

ଛାଟିପିଟି ହେବନି ବୋଲି ଝିଅ ନିଜକୁ ବାନ୍ଧିଥିଲା, ସିଡି ଘର ଉପରେ ପୋଡ଼ି ହୋଇ ଷ୍ଟାଚ୍ୟୁ ଭଳି ଥିଲା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.