ଆନନ୍ଦପୁର : ଛାତ୍ରୀଙ୍କ ମିଛ ଫୋନ୍ ପାଇ କଲେଜ କ୍ୟାମ୍ପସରେ ପହଁଞ୍ଚିଲା ପିସିଆର୍ ଭ୍ୟାନ୍ । ସେପୁଣି ୫ମିନିଟ୍ ରୁ କମ୍ ସମୟ ମଧ୍ୟରେ। ଆନନ୍ଦପୁର ଉପଖଣ୍ଡ କନକମଞ୍ଜରୀ ମହାବିଦ୍ୟାଳୟଠାରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
କଲେଜ୍ ଗେଟ୍ ସାମ୍ନାରେ କିଛି ଯୁବକ ଛାତ୍ରୀ ଜଣଙ୍କୁ କମେଣ୍ଟ ମାରିବା ସହ ଜଗି ରହିଥିଲେ। ଭୟରେ ଛାତ୍ରୀ ଜଣକ କଲେଜର କନଫରେନ୍ସ୍ ହଲରେ ଲୁଚି ରହିଥିଲେ। ୧୧୨କୁ ଫୋନ୍ କରି ଏସବୁ ବିଷୟରେ ଜଣାଇଥିଲେ ସଂପକ୍ତ ଛାତ୍ରୀ। ଫୋନ୍ କରିବାର ୫ମିନିଟ୍ ମଧ୍ୟରେ ଆସି ପହଁଞ୍ଚି ଯାଇଥିଲା ପିସିଆର୍ । ଏସବୁ ଆପଣଙ୍କୁ ପୂରା ସତ ପରି ଲାଗୁଥିବା କିନ୍ତୁ ବାସ୍ତବିକ ଏହା ସତ ନଥିଲା ଥିଲା ଏକ ଫେକ୍ କଲ ଥିଲା । ଆଉ ଏ କାହାଣୀ ପଛର ନାୟକ ଥଲେ ଖୋଦ୍ କେନ୍ଦୁଝର ଏସ୍ପି କୁଶଲକର ନିତିନ ଦାଗୁଡୁ। ଏସ୍ପିଙ୍କ ନିର୍ଦ୍ଦେଶରେ ଛାତ୍ରୀ ଜଣଙ୍କ ଏଭଳି ଫୋନ୍ କଲ କରିଥିଲେ । ଉଦ୍ଦେଶ୍ୟ ରହିଥିଲା ଯେ , ଯେକୌଣସି ମୁହୂର୍ତ୍ତରେ ଛାତ୍ରୀମାନେ ପୋଲିସ୍ ସହାୟତା ନେଇପାରିବେ ।
ପୋଲିସ୍ ସେମାନଙ୍କ ସୁରକ୍ଷାରେ ସବୁବେଳେ ଜାଗ୍ରତ ରହିବା କଥା। ରାଜ୍ୟରେ ବଢ଼ୁଥିବା ମହିଳା ମାନଙ୍କପ୍ରତି ନିର୍ଯାତନାକୁ ଦୃଷ୍ଟିରେ ରଖି ବିଭିନ୍ନ ମହାବିଦ୍ୟାଳୟରେ କେନ୍ଦୁଝର ପୋଲିସ୍ ଆରମ୍ଭ କରିଛି ଷ୍ଟୁଡେଣ୍ଟ - ପୋଲିସ୍ ଇଣ୍ଟରାକ୍ସନ୍ ପ୍ରୋଗ୍ରାମ। ଏହି କ୍ରମରେ ଆଜି କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ଠାରେ ଖୋଦ୍ କେନ୍ଦୁଝର ଏସ୍ପି ଉପସ୍ଥିତ ରହି ମହିଳା ମାନଙ୍କ ସୁରକ୍ଷା ନେଇ ବିଭିନ୍ନ ଦିଗ ଉପରେ ଅବଗତ କରାଇଛନ୍ତି। ଏହି କା ର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଦ୍ୟରେ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରା , ମହାବିଦ୍ୟାଳୟ ଅଧ୍ୟକ୍ଷା ସୈଭାଗ୍ୟମୟୀ ନାୟକ ଓ ମହୀବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥଲେ।