ରାସ୍ତାରେ ମକା ରଖି ଚାଷୀଙ୍କ ଅଭିନବ ପ୍ରତିବାଦ, ଶୀତ ରାତିରେ ନିଆଁ ପୁଇଁ ଢ଼େମସା ତାଳେ ତାଳ ନାଚିଲେ

NEWS7
a-recent-report-revealed-that-47-percent-indian-professionals-unsatisfied-with-salary-growth

ଉମରକୋଟ ୨୩।୧୨: ନବରଙ୍ଗପୁରରେ ମକା ଚାଷୀ ଆନ୍ଦୋଳନରେ ବସିଛନ୍ତି । ଚାଷୀଙ୍କ ଏହି ଆନ୍ଦୋଳନ ସ୍ଥଳରେ ଭିନ୍ନ ଏକ ପ୍ରତିବାଦର ଦୃଶ୍ୟ ଦେଖିବାକୁ ମିଳିଛି । ଶୀତ କାକରରେ ରାତିରେ ଉଜାଗର ରହିବା ସହିତ ଢ଼େମସା ନୃତ୍ୟରେ ନାଚି ନାଚି ଏବଂ ନିଆଁ ପୁଇଁବା ସହ ଦେଶିଆ ନାଟକ ଦ୍ବାରାନୋରଞ୍ଜନ କରି ଚାଷୀ ଜଣାଇଲେ ପ୍ରତିବାଦ ।

ନିଜ ଉତ୍ପାଦିତ ମକା ଫସଲର ଉଚିତ ପ୍ରାପ୍ୟ ପାଇବା ପାଇଁ ରାଜରାସ୍ତାରେ ବସିଛନ୍ତି ଚାଷୀ । ମକା ମଣ୍ଡି ଖୋଲିବା ସହ ଶୀଘ୍ର ମଣ୍ଡିରୁ ଧାନ ଉଠାଇବା ପାଇଁ ନବରଙ୍ଗପୁରର ତିନି ବ୍ଲକରେ ଚକଅଖ ଜାମ୍ କରି ଚାଷୀ ଜଣାଉଛନ୍ତି ପ୍ରତିବାଦ ।  ତେବେ ଶୀତ ରାତିରେ ଅଭିନବ ଉପାୟରେ ଚାଷୀ ପ୍ରତିବାଦ ଜଣାଇଛନ୍ତି । ପ୍ରବଳ ଶୀତକୁ ଖାତିର ନକରି ରାତିରେ ଉଜାଗର ରହି  ରାସ୍ତା ଅବରୋଧ କରିବା ସହିତ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ନୃତ୍ୟ ଢ଼େମସାର ତାଳେ ତାଳେ ନାଚିବା ସହ ସ୍ଥାନୀୟ ଦେଶିଆ ନାଟକର ବ୍ୟବସ୍ଥାକାରୀ ଆନ୍ଦୋଳନକାରୀ ମାନେ ରାତି ସାରା ମନୋରଞ୍ଜନ କରି ପ୍ରତିବାଦ ଜଣାଇ ନିଜ ହକ୍ ସାବ୍ୟସ୍ତ କରିଛନ୍ତି । ଏହି ସମୟରେ କଂଗ୍ରେସ ନେତା ମୁନ୍ନା ତ୍ରିପାଠୀ ଆନ୍ଦୋଳନକାରୀ ଚାଷୀଙ୍କ ସହ ମିଶି ଢ଼େମସା ନାଚ କରିଥିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଆନ୍ଦୋଳନକାରୀ ଚାଷୀଙ୍କ ଶୀତ ରାତିରେ ଦେଶିଆ ନାଟକ ଦ୍ବାରାନୋରଞ୍ଜନ କରିଥିଲେ ।