LIVE TV

ପାହାଡ଼ ଉପରେ ଯୁବକଙ୍କୁ ଗୁଳିକରି ହତ୍ୟା, ଚାଷ ଜମି ନେଇ ଲାଗିଥିଲା ବିବାଦ

NEWS7
kkk

ଗୁଣୁପୁର ୦୮।୧୦ : ପାହାଡ଼ ଉପରେ ହତ୍ୟା । ଆନ୍ଧ୍ର ଓ ଓଡିଶା ସୀମାନ୍ତ ରାୟଗଡ଼ା ଶିକଲା ପାହାଡ଼ ଉପରେ ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମୃତକ ବ୍ୟକ୍ତି ଜଣକ ହେଲେ ଆନ୍ଧ୍ର ପାର୍ବତୀପୁର ମାନ୍ୟମ ଜିଲ୍ଲା ଗୁମାଲକ୍ଷ୍ମୀପୁର ମଣ୍ଡଳ ଓଡ୍ରାବାଙ୍ଗ ଗାଁର ପୁବାଲା ପାରାୟା ବୋଲି ଜଣାପଡିଛି।

ପୁବାଲା ଅନେକ ଦିନ ଧରି ଆନ୍ଧ୍ରରୁ ଆସି ପାହାଡ଼ ଉପରେ ଜଙ୍ଗଲୀ ଚାଷ କରୁଥିଲେ । ଆନ୍ଧ୍ରରୁ ଆସି ଏଠାରେ ଡଙ୍ଗର ଜମିରେ ଚାଷ କରୁଥିବାରୁ ବିବାଦ ଲାଗିରହୁଥିଲା । ଆଉ ଏବେ ସେହି ବ୍ୟକ୍ତି କେହି ଗୁଳି କରି ହତ୍ୟା କରିଥିବା ଅନୁମାନ କରାଯାଇଛି । ରାୟଗଡ଼ା ଶିକଲା ପାହାଡ଼ ଉପରେ ପୁବାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତେବେ କିଏ ଓ କାହିଁକି ହତ୍ୟା କରିଛି । ସେନେଇ କୌଣସି ସଠିକ ସୂଚନା ମିଳିନାହିଁ । ପୋଲିସର ତଦନ୍ତ ପରେ ହିଁ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।