ନୂଆପଡ଼ା ୨୪।୭: ଲଗାଣ ବର୍ଷାରେ ଭାଙ୍ଗିଗଲା ପୋଲ l ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ୧୦ ଗୋଟି ଗାଁ ବିଚ୍ଛିନ୍ନ ହୋଇଛି ।ବୁଧବାର ରାତିରେ ଲଗାଣ ବର୍ଷା ଯୋଗୁଁ ସୁନାବେଡାରୁ ଗାତିବେଡା ଯିବା ରାସ୍ତାରେ ଭାଙ୍ଗିଲା କୋକଟା ନାଳ ପୋଲ । ପୋଲ ଭାଙ୍ଗିବା ଯୋଗୁଁ ଚାଷ ମଧ୍ୟ ପ୍ରଭାବିତ ହୋଇଛି । ୧୦ ଗୋଟି ଗାଁକୁ ଯାତାୟତ ଠପ୍ l ସୁନାବେଡା ଠାରୁ ସୋସେଙ୍ଗ, ଶିବ ନାରାୟଣ ପୁର, ଦେଓଶୀଲ, ଗାତିବେଡା, ସାଲେପଡା, କୋଟରାବେଡାକୁ ଯୋଗାଯୋଗ ବିଚ୍ଛିନ୍ନ ।
ସେହିପରି ସୁନାବେଡା ଘାଟି ରାସ୍ତାରେ ଲଗାଣ ବର୍ଷା ଯୋଗୁଁ ଜାମଗାଁ ଓ ରୁପିଆମ ଯିବା ରାସ୍ତାରେ ପାହାଡ଼ରୁ ପଥର ଧସିବା ସହ ଓଲଟିଛି ବିଦ୍ୟୁତ ଖମ୍ବ । ବର୍ତ୍ତମାନ ସୁନାବେଡା ଅଞ୍ଚଳକୁ ଚାରି ଚକିଆ ଯାନ ଯାତାୟତ ବାଧାପ୍ରାପ୍ତ ହୋଇଛି ।
You Can Read:
ନୃସିଂହନାଥରୁ ବାହାରି ହରିଶଙ୍କର ଯିବାବେଳେ ବାଟବଣା ହୋଇ ଫସିଥିଲେ, ଗନ୍ଧମାର୍ଦ୍ଧନ ପାହାଡରୁ ୧୭ ପର୍ଯ୍ୟଟକ ଉଦ୍ଧାର