ଭୋଗରାଇ ୮।୮: ଦୀଘା ସମୁଦ୍ରରେ ୧୦ ଫୁଟର ଉଚ୍ଚ ଜୁଆର । ସୁରକ୍ଷା ପାଚେରୀ ଡେଇଁ ରାସ୍ତାକୁ ମାଡି ଆସିଲା ସମୁଦ୍ର ପାଣି । ସ୍ଥାନୀୟ ଲୋକେ ଆତଙ୍କିତ । ସମୁଦ୍ର କୂଳରେ ଥିବା ଦୋକାନ ବଜାର ନେଇ ଧାଇଁଲେ ଲୋକେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନତା ଜାରି । ଆହୁରି ୩ ଦିନ ଏଭଳି ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଶ୍ରାବଣ ପୂର୍ଣ୍ଣିମା ପାଇଁ ସମୁଦ୍ର ଅଶାନ୍ତ ଥିବା ବେଳେ ସମୁଦ୍ରରେ ଉଚ୍ଚ ଲହରୀ ଉଠିଥିବା ସୂଚନା ମିଳିଛି ।
ସେପଟେ ମାଛ ଧରି କୂଳକୁ ଫେରିବା ବେଳେ ସମୁଦ୍ର ଅଶାନ୍ତ ପାଇଁ ବୁଡ଼ିଲା ଟ୍ରଲର । ସ୍ଥାନୀୟ ମତ୍ସ୍ୟଜୀବୀ ଓ ପୋଲିସର ସହାୟତାରେ ଉଦ୍ଧାର ହେଲେ ୧୪ ଜଣ ମତ୍ସ୍ୟଜୀବୀ । ଘଟଣାର ତଦନ୍ତ ଚଳାଇଛି ସ୍ଥାନୀୟ ପୋଲିସ । ଉଦ୍ଧାର ପରେ ସମସ୍ତଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି । ପଶ୍ଚିମବଙ୍ଗ କାନ୍ଥୀ ଶୌଲାଘାଟ ନିକଟରେ ଘଟିଛି ଘଟଣା । ଟ୍ରଲର ଟିକୁ ଶକ୍ତଧକ୍କା ଲାଗିବାରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଇଛି ।
You Can Read: