ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରେ ଅଭାବନୀୟ ଘଟଣାପୁରୁଣା ବ୍ରହ୍ମପୁର ମେଣ୍ଟୁ ଛକରେ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢ଼ାଳି ହୋଇ ନିଆଁ ଲଗାଇଦେଇଛନ୍ତି। ଏଥିରେ ସେ ଗୁରୁତର ହୋଇପଡ଼ିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗୁରୁତର ଯୁବକ ସୁରଜ ସାହୁ ପାରିବାରିକ କଳହରୁ ଏପରି କରିଛନ୍ତି। ସୁରଜଙ୍କ କୌଣସି କାରଣକୁ ନେଇ ପରିବାର ଲୋକଙ୍କ ସହ ଝଗଡ଼ା ହୋଇଥିଲା। ଆଉ ଏହି ଝଗଡ଼ାକୁ କାରଣରୁ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ

ତେବେ ଅଞ୍ଚଳବାସୀ ଯୁବକଙ୍କ ଶରୀରରେ ଲାଗିଥିବା ନିଆଁକୁ ଲିଭାଇକୁ ଉଦ୍ୟମ କରିବା ସହ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ଓ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ଯୁବକକୁ ଉଦ୍ଧାର କରି ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।