LIVE TV

ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀର ମୃତ୍ୟୁ, ଗଞ୍ଜେଇ ଚାଲାଣ ମାମଲାରେ ଜେଲ୍‌ରେ ଥିଲେ

NEWS7
Kandhamal

କନ୍ଧମାଳ ୭।୧୦: ଫୁଲବାଣୀ ସର୍କଲ ଜେଲ୍‌ରେ ଥିବା ଜଣେ ବିଚାରାଧୀନ କଏଦୀର ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଫିରିଙ୍ଗିଆ ଥାନା କେଲାପଡ଼ା ପଞ୍ଚାୟତର କମଡକାମ୍ବା ଗ୍ରାମର ଯଶୋବନ୍ତ ଅମାତ । ଗଞ୍ଜେଇ ଚାଲାଣ ମାମଲାରେ ସେ ଗିରଫ ହୋଇ ଜେଲ୍‌ରେ ଥିଲେ ।

ଗତ ସେପ୍ଟେମ୍ବର ୫ ତାରିଖରେ ଫିରିଙ୍ଗିଆ ପୋଲିସ ଯଶୋବନ୍ତ ଏବଂ ତାଙ୍କ ସ୍ତ୍ରୀଙ୍କୁ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ଫୁଲବାଣୀ ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଥିଲା । ଯଶୋବନ୍ତଙ୍କ ଶରୀର ଅସୁସ୍ଥ ହେବାରୁ ତା ପ୍ରଥମେ ଫୁଲବାଣୀ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଜେଲ୍ କର୍ତ୍ତୃପକ୍ଷ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଏକ ଏତଲା ଦାଏର କରିଥିବା ସୂଚନା ମିଳିଛି l