LIVE TV

ଚୌଦ୍ୱାର ଜେଲ୍‌ରୁ ଦୁଇ କଏଦୀ ଫେରାର, ସ୍ପେଶାଲ ସେଲ୍ ଗ୍ରୀଲ୍ କାଟି ପାଚେରୀ ଡେଇଁ ଫେରାର ସୂଚନା

NEWS7
Chaudwar Jail

କଟକ ୩୧୦: ଚୌଦ୍ୱାର ଜେଲ୍‌ରୁ ଦୁଇ କଏଦୀ ଫେରାର । ଗୁରୁବାର ମଧ୍ୟରାତ୍ରରେ ଦୁଇ ହାର୍ଡକୋର ଅପରାଧୀ ପାଚେରୀ ଡେଇଁ ଫେରାର ହୋଇ ଯାଇଥିବା ଜଣାପଡିଛି l ଦୁଇ କଏଦୀ ହେଲେ ବିହାରର ରାଜା ଓରଫ ବିକାଶ ସାହାଣୀ ଓ ମଧୁକାନ୍ତ ରାଣା l ଦୁଇ ଅପରାଧୀ ଯାଜପୁର ପାଣିକୋଇଲି ଅଞ୍ଚଳରେ ଥିବା ପଣ୍ଡା ଅଳଙ୍କାର ଦୋକାନରୁ ଗତ ୨୦୨୫ ମସିହା ଜାନୁଆରୀ ୪ ତାରିଖରେ ଗୁଳି ମାଡ଼ କରି ସୁନା ଅଳଙ୍କାର ଲୁଟ୍ ଘଟଣାରେ ଦୁଇ ଅପରାଧୀ ଧରାପଡ଼ିଥିଲେ l ଏହି ଘଟଣାରେ ଯାଜପୁର ରୋଡ୍ ପୋଲିସ ଗିରଫ କରି ଚୌଦ୍ୱାର ଜେଲ୍‌କୁ ପଠାଇଥିଲା l ସେହିଦିନ ଠାରୁ ସେମାନେ ଚୌଦ୍ୱାର ଜେଲ୍‌ରେ ରହି ଆସୁଥିଲେ l ହେଲେ ଗତ ଗୁରୁବାର ମଧ୍ୟରାତ୍ରିରେ ସେମାନେ ରହୁଥିବା ୱାର୍ଡର ରଡ୍ କାଟି ଓ ପାଖରେ ଥିବା କମଳ ଓ ପ୍ୟାଣ୍ଟକୁ କାଟି ବାନ୍ଧି ପଚିରୀ ଡେଇଁ ଫେରାର ହେବାରେ ସଫଳ ହୋଇଛନ୍ତି l ଫେରାର ହେବା ଘଟଣା ଜଣାପଡିବା ପରେ ଶୁକ୍ରବାର ସକାଳୁ ଜେଲ୍‌ କର୍ତ୍ତୃପକ୍ଷ ଚୌଦ୍ୱାର ଥାନାକୁ ଜଣାଇଥିଲେ । ପରେ ଜେଲ୍ ଡିଜି, ଅନୁସନ୍ଧାନକାରୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଜେଲ୍‌ରେ ପହଞ୍ଚି ଅନୁଧ୍ୟାନ କରିବା ସହ ଦୁଇ ଜଣ ଓ୍ବାର୍ଡେନଙ୍କୁ  କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ବୋଲି ଜେଲ୍ ଡିଜି ପ୍ରତିକ୍ରିୟା ରଖିଛନ୍ତି ।

ସେପଟେ ଏହି ଘଟଣାରେ ୨ ୱାର୍ଡର ସସ୍‌ପେଣ୍ଡ ହୋଇଛନ୍ତି । କର୍ତ୍ତବ୍ୟରେ ଅବହେଳା ପାଇଁ ୱାର୍ଡର, ଚିଫ୍ ୱାର୍ଡରଙ୍କୁ ସସ୍‌ପେଣ୍ଡ କରାଯାଇଛି । ଅଲଗା ଅଲଗା ସେଲ୍‌ରେ ଥିଲେ । ଆରିରେ ରଡ୍ କାଟି ବାହାରିଥିଲେ । ବ୍ୟବହାର କରୁଥିବା କମଳକୁ ଦଉଡ଼ି କରି ପାଚେରୀ ଡେଇଁଥିଲେ । କଟକ ରେଞ୍ଜ୍ ଡିଆଇଜିଙ୍କୁ ତଦନ୍ତ ପାଇଁ ଜେଲ୍ ବିଭାଗ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ଜଣ ୱାର୍ଡରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ବୋଲି ଜେଲ୍ ଡିଜି ପ୍ରତିକ୍ରିୟା ରଖିଛନ୍ତି ।