News7 Logo

 ‘ତୁ ମେରି ମେଁ ତେରା ମେଁ ତେରା ତୁ ମେରି’କୁ ମିଳିଲା ରିଲିଜ ଡେଟ୍

NEWS7
Tu Meri Main Tera Main Tera Tu Meri

ମୁମ୍ବାଇ :  ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିଜର ଅପ୍‌କମିଂ ଫିଲ୍ମ ତୁ ମେରି ମେଁ ତେରା ମେଁ ତେରା ତୁ ମେରିକୁ ନେଇ ବେଶ୍‌ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି । ଏବେ ଫିଲ୍ମକୁ ନୂଆ ରିଲିଜ୍‌ ଡେଟ୍‌ ମିଳିଯାଇଛି । ସୂଚନା ଅନୁସାରେ ଫିଲ୍ମଟି ଚଳିତବର୍ଷ ଡିସେମ୍ବର ୩୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ନିଜେ ଅନନ୍ୟା ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡଲରେ ଏହି ଖବର ଜଣାଇଛନ୍ତି । ଏଥିସହ ସେ ଏକ ଫଟୋ ପୋଷ୍ଟ କରିଛନ୍ତି । ସେଥିରେ ତାଙ୍କୁ ଏକ ବାର୍‌ରେ ନାଚୁଥିବା ଦେଖିବାକୁ ମିଳୁଛି । ତୁ ମେରି ମେଁ ତେରା ମେଁ ତେରା ତୁ ମେରିରେ ଅନନ୍ୟାଙ୍କ ସହ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ ନଜର ଆସିବେ।

 ଫିଲ୍ମରେ ଅନନ୍ୟାଙ୍କ ଚରିତ୍ରର ନାଁ ରୁମି ରହିଛି । କାର୍ତ୍ତିକ ଏଥିରେମେହରା ଚରିତ୍ର ନିର୍ବାହ କରୁଛନ୍ତି । ସେମାନଙ୍କ କେମିଷ୍ଟ୍ରି ଦର୍ଶକଙ୍କୁ ବାନ୍ଧିପାରିବ ବୋଲି ନିର୍ମାତାମାନେ ଆଶା ପ୍ରକାଶ କରିଛନ୍ତି । ଏହି ରୋମାଣ୍ଟିକ କମେଡିକୁ ଜାତୀୟ ପୁରସ୍କାରପ୍ରାପ୍ତ ସମୀର ବିଦ୍ୱାନ୍‌ସ ନିର୍ଦ୍ଦେଶନା ଦେଇଛନ୍ତି । କରନ ଜୋହର, ଅଦାର ପୁନାୱାଲା ପ୍ରମୁଖ ପ୍ରଯୋଜନାରେ ରହିଛନ୍ତି । ପୂର୍ବରୁ ଫିଲ୍ମଟି ୨୦୨୬ ଫେବ୍ରୁଆରୀ ୧୩ ତାରିଖରେ ରିଲିଜ୍‌ ହେବ ବୋଲି କୁହାଯାଉଥିଲା । ସେହିପରି ଏହି ଫିଲ୍ମ ମାଧ୍ୟମରେ ଅନନ୍ୟା-କାର୍ତ୍ତିକଙ୍କ ଯୋଡି଼କୁ ଦ୍ୱିତୀୟ ଥର ଲାଗି ଦେଖିବାକୁ ମିଳିବ । ଏହା ପୂର୍ବରୁ ସେମାନେ ପତି ପତ୍ନୀ ଔର ୱରେ ସ୍କ୍ରିନ୍‌ ସେୟାର କରିଥିଲେ । ତାହା ୨୦୧୯ରେ ରିଲିଜ୍‌ ହୋଇଥିଲା । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଅନନ୍ୟାଙ୍କୁ ଏହି ଫିଲ୍ମ ବ୍ୟତୀତ ଚାନ୍ଦ ମେରା ଦିଲ୍‌ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହ ଲକ୍ଷ୍ୟ ଲାଲୱାନି ଯୋଡ଼ି ବାନ୍ଧିବେ । ଚାନ୍ଦ ମେରା ଦିଲ୍‌ଆସନ୍ତାବର୍ଷ ରିଲିଜ୍‌ ହେବ ।