News7 Logo

ପ୍ରତି ପଞ୍ଚାୟତରେ ହେବ ଗୋଟିଏ ମଡେଲ ସ୍କୁଲ, ବିକାଶରେ ସହାୟକ ହେବେ ଛାତ୍ରଛାତ୍ରୀ

NEWS7
Education Minister

ଭୁବନେଶ୍ବର ୫।୯: ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମ୍ବୋଧନ । ମନ୍ତ୍ରୀ କହିଲେ, ପ୍ରତି ପଞ୍ଚାୟତରେ ଗୋଟିଏ ମଡେଲ ସ୍କୁଲ ହେବ । ବେସରକାରୀ ସ୍କୁଲକୁ ଟପିବ ସରକାରୀ ସ୍କୁଲ । ୬୭୯୪ ପଂଚାୟତରେ ହେବ ମଡେଲ ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ଶହ ମଡେଲ ସ୍କୁଲ କରିବାକୁ ନିଷ୍ପତି । ଶିକ୍ଷା ବଜେଟ୍ ବୃଦ୍ଧି କରାଯାଇଛି ।

ଜାତୀୟ ଶିକ୍ଷାନୀତିକୁ ଲାଗୁ କରିବାକୁ କାର୍ଯ୍ୟ କରାଯାଇଛି । ଶିକ୍ଷା ନୀତି ଲାଗୁ ପରେ ପିଲାମାନଙ୍କ ଆବଶ୍ୟକତା ପୂରଣ ହେବ । ପୂର୍ବରୁ ଶିକ୍ଷା ପରେ ଚାକିରି ନଥିଲା । କିନ୍ତୁ ଏବେ ପାଠ ପରେ ଚାକିରି ମିଳିବ । ଦକ୍ଷତା ବୃଦ୍ଧି ହେବ । ଆତ୍ମନିର୍ଭଶୀଳ ହେବେ ଛାତ୍ରଛାତ୍ରୀ । ପ୍ରାରମ୍ଭିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ନୂଆ ଶିକ୍ଷା ନୀତିରେ ଅଛି । କେନ୍ଦ୍ର ସରକାରଙ୍କ ସହ ଏମୟୁ ହୋଇଛି । ୪୬୨ ସ୍କୁଲ ମିଳିଛି । ଅତ୍ୟାଧୁନିକ ଶିକ୍ଷା ପାଇ ପାରିବେ । ଶିଶୁ ବାଟିକା ଲାଗୁ ହୋଇଛି । ଅଷ୍ଟମ ପରିବର୍ତ୍ତେ ନବମ ଦଶମ ପିଲାଙ୍କୁ ବି ମଧ୍ୟାହ୍ନ ଭୋଜନ ଦିଆଗଲା । ସିଏମ୍ ପୋଷଣ ମାଧ୍ୟମରେ ମଧ୍ୟାହ୍ନ ଭୋଜନ ବଣ୍ଟନ କରାଯାଉଛି । ମାଗଣା ପୁସ୍ତକ ବି ଦିଆଯାଉଛି ।

ଶିକ୍ଷକ ଅଭାବ ରହିଥିଲା । ୧୬ ହଜାର ଶିକ୍ଷକ ନିଯୁକ୍ତି କରାଗଲା । ଶିକ୍ଷକଙ୍କ ଦରମା ବୃଦ୍ଧି, ପାଚିକାଙ୍କ ଦରମା ହଜାରରୁ ହଜାର କରାଗଲା । ଶିକ୍ଷକ ଠିକା ନିଯୁକ୍ତି ଉଚ୍ଛେଦ କରିବାକୁ ନିଷ୍ପତି ହୋଇଛି। ଏବେ ଶିକ୍ଷକଙ୍କର ରେଗୁଲାର ପୋଷ୍ଟିଂ ହେବେ । ୩୧ ହଜାର କୋଟି ଶିକ୍ଷା ବଜେଟ । ପୂର୍ବାପେକ୍ଷା ୧୮ ପ୍ରତିଶତ ଅଧିକ କରାଯାଇଛି । ଘରେ କେହି ରହିବେ ନାହିଁ । ସବୁ ସ୍କୁଲ ଯାଇ ପାଠ ପଢିବେ । ଏହି ନୀତିକୁ କେନ୍ଦ୍ର ବି ପ୍ରଶଂସା କରିଛି । ଗୋଟିଏ ପଂଚାୟତରେ ଗୋଟିଏ ମଡେଲ ସ୍କୁଲ ହେବ ବେସରକାରୀ ସ୍କୁଲକୁ ଟପିବ ସରକାରୀ ସ୍କୁଲ । ୬୭୯୪ ପଂଚାୟତରେ ହେବ ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ଶହ ମଡେଲ ସ୍କୁଲ କରିବାକୁ ନିଷ୍ପତି ନିଆଯାଇଛି । କଞ୍ଜୁସି ହେବ ନାହିଁ । ରାଜ୍ୟ ଦେଶର ବିକାଶରେ ସହାୟକ ହେବେ ଛାତ୍ରଛାତ୍ରୀ । ଏହି ଆହ୍ବାନକୁ ସୁଯୋଗରେ ସମସ୍ତେ ପରିଣତ କରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।