LIVE TV

ବର୍ଷା ଯୋଗୁଁ ଜଳସ୍ତର ବଢୁଛି, ହେଲେ ବିପଦ ସଂକେତ ଉପରେ ନାହିଁ

NEWS7
EIC

ଭୁବନେଶ୍ବର ୨୭।୯: ରାଜ୍ୟର କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ । ଏଭଳି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ସେ କହିଛନ୍ତି, ଶୁକ୍ରବାର ୪୯ ବ୍ଲକ୍‌ରେ ୫୦ ମିମି ଓ କାଲିମେଳା ବ୍ଲକରେ ୧୦୦ ମିମି ବର୍ଷା ହୋଇଛି । ଦକ୍ଷିଣ ଓଡ଼ିଶାରେ ବର୍ଷା ଯୋଗୁଁ କୋରାପୁଟ, ମାଲକାନଗିରି ଓ ପଶ୍ଚିମରେ କଳାହାଣ୍ଡିରେ ରେଡ୍ ଓ୍ବାର୍ଣ୍ଣିଂ ଥିଲା । ବର୍ଷା ଯୋଗୁଁ ଜଳସ୍ତର ବଢୁଛି । ହେଲେ ବିପଦ ସଂକେତ ଉପରେ ନାହିଁ । ଯେହେତୁ ଜଳସ୍ତର ବଢୁଛି, ମହାନଦୀ ଶାଖା କାଠଯୋଡ଼ି, ବିରୁପା, କୁଶଭଦ୍ରା, ଦୟା, ଭାର୍ଗବୀ, ଲୁଣା, ଦେବୀ, ପାଇକା, ଚିତ୍ରୋତ୍ପଳା ପାଇଁ ସତର୍କତା ରହିଛି । ବଂଶଧରା ଓ ଋଷିକୂଲ୍ୟାରେ ଜଳସ୍ତର ବଢୁଛି । ହେଲେ ବିପଦ ସଂକେତ ତଳେ ଅଛି । ହୀରାକୁଦର ସର୍ବୋଚ୍ଚ ସ୍ତର ୬୩୦ ଫୁଟ । ଏବେ ୬୨୭. ୮୫ ଫୁଟ ପାଣି ଅଛି । ଡ୍ୟାମ୍‌ର ୧୬ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ତଳମୁଣ୍ଡ ସ୍ଥିତି ଦେଖା ନିଷ୍ପତ୍ତି ନିଆଯାଇଛି । ଆଉ ୬ଟି ଗେଟ୍ ବନ୍ଦ ହେବ । ମୁଣ୍ଡଳୀରେ ୫.୯୬ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ସୁକ୍ତେଲ, ଜିରା ନଦୀରେ ବର୍ଷା ଯୋଗୁଁ ଖଇରମାଲ ଓ ମୁଣ୍ଡଳୀରେ ଜଳ ବୃଦ୍ଧି ହେବ । ତେଲରୁ ଅଧିକ ପାଣି ଆସିବ ହେଲେ ଏହା ୬ ଲକ୍ଷ କ୍ୟୁସେକ୍ ତଳେ ରହିବ । ନଦୀରୁ ପାଣି କମିଲେ ତଳିଆ ଅଞ୍ଚଳରେ ପାଣି କମିଯିବ । ରେଙ୍ଗାଲିରେ ବ୍ରାହ୍ମଣୀ ନଦୀ ପାଇଁ ଗୋଟିଏ ଗେଟ୍ ବନ୍ଦ ହୋଇଛି । ଜଳସ୍ତର ୧୨୩.୩୫ ମିଟର ଅଛି । ଯାହା ୦.୫ ମିଟର ତଳେ ଅଛି । IMDର ପୂର୍ବାନୁମାନରେ ଆଗାମୀ ଦିନରେ ବର୍ଷା ସମ୍ଭାବନା ନାହିଁ ।