News7 Logo

ଉଦ୍ଧାର ମୃତଦେହ ୟୁଟ୍ୟୁବରଙ୍କ ନୁହେଁ, କୋଲକାତାର ଯୁବ ଇଞ୍ଜିନିୟର ଅନିମେଷ

NEWS7
lamataput

ଲମତାପୁଟ: ୮୨ ଦିନ ପରେ ମିଳିଲା ନିଖୋଜ ଯୁବ ଇଞ୍ଜିନିର ଅନିମେଷ ଦାସଙ୍କ ଗଳିତ ଶବ । ଅନିମେଷଙ୍କ ନିଜ ଘର କଲିକତାରେ । ସେ ଭୁବନେଶ୍ବରରେ ରହୁଥିବା  ନିଜ ବଡ଼ ଭାଇ ଏବଂ ଭାଉଜ ପୁତୁରାଙ୍କୁ ନେଇ ଭୁବନେଶ୍ବରରୁ କୋରାପୁଟ ଜିଲ୍ଲା ଡୁଡୁମା ଜଳପ୍ରପାତ ବୁଲିବା ପାଇଁ ଆସିଥିଲେ l ପରିବାର ସହ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ବୁଲିବା ପାଇଁ ଯାଇଥିଲେ । ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ତଳ ଭାଗରେ ଥିବା ପ୍ରାୟ ୩ କିଲୋମିଟର ଦୂର ଗୁମୁଡାପୁଟ ନିକଟରେ   ଏକ ଗଳିତ ମୃତ ଦେହ ଭାସୁଥିବା ଦେଖିଥିଲେ ଗ୍ରାମବାସୀ l ତେବେ ଏହି ମୃତଦେହ ମିଳିବା ପରେ ସମସ୍ତେ ଭାବିଲେ ଏହା ଗଞ୍ଜାମ ଜିଲ୍ଲାର ୟୁଟ୍ୟୁବରଙ୍କ ମୃତଦେହ। ତେବେ ଏହା ଯୁବ ଇଞ୍ଜିନିର ଅନିମେଷ ଦାସଙ୍କ ଗଳିତ ଶବ

ମାଛକୁଣ୍ଡ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲା l ଗଳିତ ମୃତ ଦେହରୁ ମୁଣ୍ଡ ନଥିବା  ବେଳେ ଡୁଡୁମାରେ ନିଖୋଜ ଦୁଇ ଯୁବକ ତଥା ଅନିମେଷ ଦାସ ନା ସାଗର କୁଣ୍ଡୁଙ୍କ ମୃତ ଦେହ ଚି଼ହ୍ନଟ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା l ଶବକୁ ଜବତ କରି ଯାଞ୍ଚ କରିବା ବେଳେ ଏକ ମୋବାଇଲ ଫୋନ ମିଳିଥିଲା l ଗଳିତ ମୃତ ଦେହକୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଛେଦ ପାଇଁ ପଠାଇ ଥିବା ବେଳେ ମୋବାଇଲ ଫୋନ କୁ ପୋଲିସ ଯାଞ୍ଚ କରିବାରୁ ଅନିମେଷ ଙ୍କ ଫୋନ ହୋଇଥିବା ଜଣାପଡିଥିଲା l ଆସନ୍ତାକାଲି ମେଡିକାଲ ଟିମ ଏବଂ ସାଇଣ୍ଟି ଫିକ ଶବ ଭ୍ୟବଛେଦ ପରେ ମୁତ ବ୍ୟକ୍ତି ଜଣକ ଅନିମେଷ ବୋଲି ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି l

ଜୁନ ୧୪ ତାରିଖ ରେ ଡୁଡୁମା ଜଳପ୍ରପାତରେ ଯୁବ ଇଞ୍ଜିନିୟର ଅନିମେଷ ଦାସ  ନିଖୋଜ ହୋଇଯାଇଥିଲେ l ଅନିମେଷ ନିଜ ବଡ଼ ଭାଇ ଏବଂ ଭାଉଜ ପୁତୁରା ନେଇ ଭୁବନେଶ୍ବରରୁ କୋରାପୁଟ ଜିଲ୍ଲା ଡୁଡୁମା ଜଳପ୍ରପାତ ବୁଲିବା ପାଇଁ ଆସିଥିଲେ ଡୁଡୁମା ଜଳପ୍ରପାତର ୫୫୦ ଫୁଟ ପାଦ ତଳକୁ ଯାଇଥିଲେ ପରିବାର ବର୍ଗ ସେଠାରେ ବୁଲା ବୁଲି କରିବା ସମୟରେ  ଅନିମେଷଙ୍କ ଚପଲ ବାହାରେ ଥିବା ବେଳେ ସେ ନିଖୋଜ ଥିବା ଜଣାପଡ଼ିଥିଲା l ପରିବାର ଲୋକ ଏବଂ  ଡୁଡୁମାରେ ଥିବା ସ୍ଥାନୀୟ ବାସିନ୍ଦା ଖୋଜା ଖୋଜି କରିବା ସ୍ୱେତେ କୌଣସି ପତା ମିଳିନଥିଲା l ଉଦ୍ଧାର କାର୍ଯ୍ୟ ପାଇଁ ଲମତାପୁଟ ଅଗ୍ନିମକୁ  କୋରାପୁଟ ଓଡ୍ରାଫ ଟିମ ଖୋଜି ଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା l