LIVE TV

କିଲର ଲୁକ୍...ଚମତ୍କାର ପର୍ଫମାନ୍ସ ! ୨୭ହଜାର କମିଲା ଆପାଚିର ଦାମ୍

NEWS7
tvs

ନୂଆଦିଲ୍ଲୀ ୨୪।୦୯: ୨ ହ୍ବିଲର ଶୋକିନ୍‌ଙ୍କ ପାଇଁ ଖୁସି ଖବର । କମୁଛି ସବୁ ଗାଡିର ଦାମ୍‌ । ଏହାରି ମଧ୍ୟରେ ଟିଭିଏସ୍‌ ମଧ୍ୟ ନିଜ ବାଇକ୍‌କୁ କରିଛି ଶସ୍ତା । ନିଜର ପ୍ରିମିୟମ୍‌ ସ୍ପୋର୍ଟ୍ସ ବାଇକର ଦାମ୍‌ କରିଛି ହ୍ରାସ । ଆଉ ଗ୍ରାହକଙ୍କୁ ଉତ୍କୃଷ୍ଟ ଦାମ୍‌ରେ ଦେଉଛି ଦଶହରା ଭେଟି । କିଲର ଲୁକ୍, ଚମତ୍କାର ପର୍ଫମାନ୍ସ ପାଇଁ ପରିଚିତ ଟିଭିଏସ୍‌ ଆପାଚି । କମ୍ପାନୀ ଆପାଚି ୩୧୦ ସିରିଜ୍ ଉପରେ ଏକ ବଡ ଦାମ୍‌ ହ୍ରାସ କରିଛି।

ଟିଭିଏସ୍ ମୋଟର କମ୍ପାନୀ ଏହାର ପ୍ରମୁଖ ମଡେଲ୍ Apache RR 310 ଏବଂ RTR 310ର ଦାମ୍‌ ହ୍ରାସ କରିଛି। ନୂଆ ନିୟମ ଅନୁଯାୟୀ, ୩୫୦ ସିସିରୁ ଛୋଟ ଇଞ୍ଜିନ୍ ଥିବା ବାଇକ୍ ଉପରେ ଜିଏସ୍ଟି ୨୮% ରୁ ୧୮%କୁ ହ୍ରାସ କରାଯାଇଛି । ବର୍ତ୍ତମାନ ଆପାଚି ୩୧୦ ସିରିଜର କ୍ରେତାମାନେ ଏହି ବାଇକ୍ ଉପରେ ୨୭ ହଜାର ପର୍ଯ୍ୟନ୍ତ ସିଧାସଳଖ ରିହାତି ପାଇବେ ।  ଯାହା ଭାରିଆଣ୍ଟ ଅନୁସାରେ ଭିନ୍ନ ଭିନ୍ନ ରହିଛି । ଆସନ୍ତୁ ପ୍ରତ୍ୟେକ ଭାରିଆଣ୍ଟ ଉପରେ କେତେ ହୋଇଛି ରିହାତି...

Apache RR 310ର ବେସ୍‌ ନନ୍‌-BTO ରେସିଂ ରେଡ୍ ଭାରିଆଣ୍ଟର ଦାମ୍‌୨୧ ହଜାର ୭୫୯ ଟଙ୍କା ହ୍ରାସ ପାଇଛି । ଏହାର ନୂଆ ଦାମ୍‌ ବର୍ତ୍ତମାନ ୨ ଲକ୍ଷ ୫୬ ହଜାର ୨୪୦ ଟଙ୍କା ରହିଛି । ଡାଇନାମିକ୍ ପ୍ଲସ୍ ଏବଂ ପ୍ରୋ କିଟ୍ (ରେସ୍ ରେପ୍ଲିକା) ଭାରିଆଣ୍ଟଗୁଡ଼ିକ ୩ ଲକ୍ଷ ୧୭ ହଜାର ୯୦ ଟଙ୍କାରେ ଉପଲବ୍ଧ । ଏହି ମଡେଲ୍‌ର ଦାମ୍‌  ୨୬ ହଜାର ୯୦୯ ଟଙ୍କା ହ୍ରାସ ପାଇଛି । ଅନ୍ୟପଟେ ଆନିଭର୍ଷରି ଏଡିଶନ (ଗ୍ଲସି ବ୍ଲାକ୍ ଆଣ୍ଡ ଗୋଲ୍ଡ) ୨୬ ହଜାର ୩୬୦ ଟଙ୍କା ଶସ୍ତା ହୋଇଛି । ଏବେ ଏହା ୩ କୋଟି ୧୦ ଲକ୍ଷ ୬୪୦ରେ ଉପଲବ୍ଧ ।

ଆପାଚି RTR 310ର ବେଶ୍‌ ଆର୍ସେନାଲ୍ ବ୍ଲାକ୍ ଭାରିଆଣ୍ଟର ଦାମ୍‌ ୧୮ ହଜାର ୭୫୦ ଟଙ୍କା ହ୍ରାସ ପାଇଛି । ଏହା ଏବେ ୨ ଲକ୍ଷ ୨୧ ହଜାର ୨୪୦ ଟଙ୍କାରେ ଉପଲବ୍ଧ । ସେହିପରି RTR 310ର ଡାଇନାମିକ୍ ପ୍ଲସ୍ ଏବଂ ପ୍ରୋ କିଟ୍ (ସେପାଙ୍ଗ୍ ବ୍ଲୁ) ଭାରିଆଣ୍ଟଗୁଡ଼ିକ ୨୪ ହଜାର ୮୬୦ ଟଙ୍କା ଶସ୍ତା ହୋଇଛି । ଯାହା ବର୍ତ୍ତମାନ ୨ ଲକ୍ଷ ୯୩ ହଜାର ୧୪୦ ଟଙ୍କାରେ ମିଳୁଛି । Apache RTR 310ର ଆନିଭର୍ସାରୀ ଏଡିସନ୍‌ (ଗ୍ଲସି ବ୍ଲାକ୍ ଆଣ୍ଡ ଗୋଲ୍ଡ) ଭାରିଆଣ୍ଟର ନୂଆ ଦାମ୍‌ ୨ ଲକ୍ଷ ୮୬ ହଜାର ୬୯୦ ଟଙ୍କା । ଏହା ୨୪ ହଜାର ୩୧୦ ଟଙ୍କା ହୋଇଛି ଶସ୍ତା ।  

ପ୍ରିମିୟମ୍ ମୋଟରସାଇକେଲ୍ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହା ଏକ ବଡ ସୁଯୋଗ। ଏହି ନୂଆ ଦାମ୍‌ରେ ସବୁ ବାଇକ୍‌ ସାରା ଦେଶରେ ମିଳିବ । ତଥାପି ଉତ୍ତରାଖଣ୍ଡର କ୍ରେତାମାନଙ୍କ ପାଇଁ ସାମାନ୍ୟ ପୃଥକ ଦାମ୍‌ ସ୍ଥିର କରିଛି କମ୍ପାନୀ । ଆପାଚି 310 ସିରିଜ୍‌ରେ ୩୧୨.୨ccର ଲିକ୍ବିଡ୍‌ କୁଲ୍ଡ, ସିଙ୍ଗଲ୍-ସିଲିଣ୍ଡର, ରିଭର୍ସ-ଇକଲାଇନ୍ DOHC ଇଞ୍ଜିନ୍ ରହିଛି । ଯାହା ୩୭.୪୮bhp ଜେନେରେଟ୍ କରେ ।

୬-ସ୍ପିଡ୍ ଟ୍ରାନ୍ସମିସନ୍ ସହିତ ସଜ୍ଜିତ ଏହି ବାଇକ୍‌ର ଘଣ୍ଟାପ୍ରତି ସ୍ପୀଡ ୧୬୫ କିଲୋମିଟର । ଏହା ୬.୭ ସେକେଣ୍ଡରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ୧୭୪ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ବାଇକ୍‌ରେ ୧୧ ଲିଟରର ଫୁଏଲ୍ ଟାଙ୍କି ରହିଛି । ଏହାର ଆଗ ଭାଗରେ KYB ଇନଭର୍ଟେଡ୍ ଫର୍କ ଏବଂ ପଛ ଭାଗରେ ଏକ ମନୋଶକ୍ ସସପେନସନ୍ ରହିଛି। ଯାହା ବାଇକ୍‌କୁ ଅଧିକ୍‌ ଷ୍ଟାଇଲିସ୍‌ ଏବଂ ସ୍ପିଡ୍‌ କରିବାରେ ସହାୟକ ହୋଇଥାଏ ।