LIVE TV

ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା, ନୂଆ ଗାଇଡ୍ଲାଇନ୍ ଜାରି କଲା ଗଣଶିକ୍ଷା ବିଭାଗ

NEWS7
Education Dept

ଭୁବନେଶ୍ବର ୨୧୦: ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ଗାଇଡ ଲାଇନ  ଜାରି କଲା ଗଣଶିକ୍ଷା ବିଭାଗ ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ହେବ ମୂଲ୍ୟାୟନ ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ଛପାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାହାକୁ ରଖାଯିବ ଏବଂ ପରୀକ୍ଷା ଦିନ ସକାଳେ ବିଦ୍ୟାଳୟରେ ପ୍ରଶ୍ନପତ୍ର ପହଞ୍ଚିବ ପରୀକ୍ଷାର ସୁପରିଚାଳନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ସହ ତ୍ରିସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି ଗଣଶିକ୍ଷା ବିଭାଗ ସହ ୫୦ ମାର୍କର ପରୀକ୍ଷା ଦେବେ ବିଦ୍ୟାର୍ଥୀ । ପାସ୍ କରି ନଥିଲେ ସପ୍ଲିମେଣ୍ଟାରୀ ଦେବେ । ତଦାରଖ ପାଇଁ ତ୍ରିସ୍ତରୀୟ କମିଟି ଗଠନ ।

ଶିକ୍ଷଣ ଫଳାଫଳ, ଦକ୍ଷତା-ଆଧାରିତ ନମୁନା ପ୍ରଶ୍ନବ୍ୟାଙ୍କ, ଟିଆଇଇଟି ଅଧ୍ୟାପକଙ୍କ ତାଲିମ ଦିଆଯିବ କାର୍ଯ୍ୟାନ୍ବୟନ ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ, ରାଜ୍ୟସ୍ତରୀୟ ପରୀକ୍ଷା ସୂଚୀ ପ୍ରସ୍ତୁତି, ଜିଲ୍ଲା ସହ ନମୁନା ପ୍ରଶ୍ନର ଆଦାନପ୍ରଦାନ, ଡିଆଇଇଟି ବ୍ୟତୀତ ଅନ୍ୟ ଅଂଶୀଦାର ଯେପରିକି ଡିଇଓ, ବିଇଓ ଓ ସିଆରସିସିଙ୍କୁ ତାଲିମ ପ୍ରଦାନ ଓସେପା କରିବ ଜିଲ୍ଲାସ୍ତରୀୟ ମନିଟରିଂ କମିଟି ମାର୍ଗଦର୍ଶନରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ(ଡିଇଓ) ଓ ଡିଆଇଇଟି ସେମାନଙ୍କ ଜିଲ୍ଲା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରିବେ ପ୍ରଶ୍ନପତ୍ର ଗୁଡ଼ିକ ଟିଇ ଆଣ୍ଡ୍ ଏସ୍‌ସିଇଆରଟି ଦ୍ଵାରା ପ୍ରଦାନ କରାଯାଇଥିବା ମୂଲ୍ୟାଙ୍କନ ଢାଞ୍ଚା ଓ ନମୁନା ପ୍ରଶ୍ନ ଉପରେ ଆଧାରିତ ହେବ । ଡିଇଓ ମାନେ ପ୍ରଶ୍ନପତ୍ର ମୁଦ୍ରଣ ପାଇଁ ପଦକ୍ଷେପ ନେବା ସହ ଜିଲ୍ଲାସ୍ତରରେ ସେଗୁଡ଼ିକର ସୁରକ୍ଷିତ ସଂରକ୍ଷଣକୁ ସୁନିଶ୍ଚିତ କରିବେ ଧାର୍ଯ୍ୟ ପରୀକ୍ଷା ତାରିଖର ଅତିକମ୍‌ରେ ୭ ଦିନ ପୂର୍ବରୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ ବିଇଓ ମାନେ ବ୍ଲକସ୍ତରରେ ଏକ ନିର୍ଦ୍ଦିଷ୍ଟ ଷ୍ଟ୍ରଙ୍ଗ ରୁମରେ ପ୍ରଶ୍ନପତ୍ର ଗୁଡ଼ିକର ସୁରକ୍ଷିତ ସଂରକ୍ଷଣ ସୁନିଶ୍ଚିତ କରାଇବେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ବାରା ଗଠିତ ଦଳ ପରୀକ୍ଷାର ୩ଦିନ ପୂର୍ବରୁ ପ୍ରଶ୍ନପତ୍ର ସଂଗ୍ରହ କରିବେ

ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟିରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ମାଧ୍ୟମିକ, ପ୍ରାଥମିକ, ଏସ୍‌ଟି ଆଣ୍ଡ ଏସ୍‌ସି ଉନ୍ନୟନବିଭାଗ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି, ଟେକ୍ସଟ୍‌ବୁକ୍‌ପ୍ରଡକ୍ସନ୍ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ, ଆରଆଇଇ ଭୁବନେଶ୍ଵରର ଅଧ୍ୟକ୍ଷ ଏହି କମିଟିର ସଦସ୍ୟ ରହିଛନ୍ତି ଟିଇ ଆଣ୍ଡ୍ ଏସ୍‌ସିଇଆରଟି ନିର୍ଦ୍ଦେଶକ ସଦସ୍ୟ ଆବାହକ ଭାବେ ସ୍ଥାନ ପାଇଛନ୍ତି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ଏବଂ ବ୍ଲକସ୍ତରରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି

ନିଷ୍ପତ୍ତ ଅନୁଯାୟୀ ଟିଇ ଆଣ୍ଡ୍ ଏସ୍‌ସିଇଆରଟି ଭାବେ କ୍ଲଷ୍ଟର ସ୍ତରରେ ନୋଡାଲ ହାଇସ୍କୁଲ (ଯେଉଁଠାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପତ୍ର ସଂରକ୍ଷଣ କରାଯାଏ)ରେ ରଖିବେ ସିଆରସିସିମାନେ ଏହି ଟିମ୍‌ର ନେତୃତ୍ବ ନେବେ ପରୀକ୍ଷା ଦିନ ସକାଳେ ବିଇଓଙ୍କ ଦ୍ବାରା ଗଠିତ ଟିମ୍ ଦ୍ବାରା କଡ଼ା ସୁରକ୍ଷା ଓ ଗୋପନୀୟ ଭାବେ ସମସ୍ତ ସ୍କୁଲକୁ ପ୍ରଶ୍ନପତ୍ର ନେବେ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୌଖିକ ଓ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ମୋଟ୍‌ ୫୦ ମାର୍କରୁ ୧୦ ମାର୍କ ମୌଖିକ ଓ ୪୦ ମାର୍କ ଲିଖିତ ପରୀକ୍ଷା ରହିବା । ୮ମ ଶ୍ରେଣୀ ପାଇଁ କେବଳ ୫୦ ମାର୍କର ଲିଖିତ ପରୀକ୍ଷା କରାଯିବ ପ୍ରଶ୍ନପତ୍ରରେ ସମିଟିଭ୍ ଆସେସ୍‌ମେଣ୍ଟ-୧ ପୂର୍ବରୁ ପଢ଼ାଯାଇଥିବା ପାଠ୍ୟକ୍ରମରୁ ୩୦% ପ୍ରଶ୍ନ ଓ ପରେ ପଢ଼ାଯାଇଥିବା ପାଠ୍ୟକ୍ରମରୁ ୭୦% ପ୍ରଶ୍ନ ରହିବ ୩୦% ମାର୍କ ରଖିଲେ ପିଲା ପାସ୍ କରିବେ ଯେଉଁମାନେ କୃତକାର୍ଯ୍ୟ ହେବେନାହିଁ, ସେମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ ।