News7 Logo

ବିଜେଡିରୁ ଇସ୍ତଫା ଦେଲେ ହରିଶଙ୍କର ରାଉତ, କହିଲେ ମୋ ପ୍ରତି ହୋଇଛି ଅବିଚାର

NEWS7
bjd

କଟକ ୧୧/୦୯: ବିଜେଡିରୁ ଇସ୍ତଫା ଦେଲେ ଛାତ୍ରନେତା ହରିଶଙ୍କର ରାଉତ । ସାମ୍ୱାଦିକ ସମ୍ମିଳନୀ କରି ଇସ୍ତଫା ଦେଲେ ହରିଶଙ୍କର । କହିଲେ, ୨୦ ବର୍ଷ ଦଳ ପାଇଁ କାମ କରିଛି କିଛି ମିଳିଲାନି । ଏହାସହ ସେ କହିଛନ୍ତି ନବ ଗଠିତ ବିଜୁ ଛାତ୍ର ସଂଗଠନର ନେତୃତ୍ୱ ନେବାଲାଗି ତାଙ୍କୁ ପୂର୍ବରୁ ପ୍ରତିଶୃତି ମିଳିଥିଲା । କିନ୍ତୁ ତାହା ପୂରଣ ହେଲାନି ବୋଲି ଅଭିଯୋଗ କରିଛନ୍ତି ହରି ଶଙ୍କର।

ମୁଁ ଦଳ ପାଇଁ ନିଷ୍ଠାର ସହ କାମ କରିଛି, କିନ୍ତୁ ମୋତେ ପ୍ରତ୍ୟାଖାତ କରାଗଲା, କିନ୍ତୁ ମୋ ପ୍ରତି ଅବିଚାର କରାଗଲା । ତେବେ ମୁଁ କୌଣସି ଗୋଷ୍ଠୀ ସହ ମୁଁ ନାହିଁ, ଆଗକୁ କଣ କରିବି ସେ ବିଷୟରେ କିଛି ଚିନ୍ତା କରିନି ବୋଲି କହିଛନ୍ତି ହରି ଶଙ୍କର । ବିଜେଡି ଏବେବି ଅନ୍ୟମାନଙ୍କ ଦ୍ୱାରା ପରିଚାଳିତ । ଦଳ ସଭାପତି ଦଳ ଉପରୁ ନିୟନ୍ତ୍ରଣ ହରାଇଛନ୍ତି ବୋଲି କହିଛନ୍ତି ହରି ଶଙ୍କର ରାଉତ। ପୂର୍ବରୁ ବିଜେଡି ଛାତ୍ର ସଂଗଠନର ମହା ସଚିବ ଏବଂ ଜାଗା ମିଶନର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ । 

​​​​​​​କିଛିଦିନ ତଳେ ହରିଶଙ୍କର ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କରିଥିଲେ । ଛାତ୍ର ସଭାପତି ହେବା ନେଇ ବିଜେଡି ତାଙ୍କୁ ବାରମ୍ୱାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା କଥା ସେ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ତେବେ ତାଙ୍କୁ ଷଡ଼ଯନ୍ତ୍ର କରି ଦବାଇଦେବାକୁ ଚେଷ୍ଟା କରାଯାଉଛି ବୋଲି ସେ ଦଳ ଉପରେ ଅସନ୍ତୋଷ ପ୍ରକାଶ କରି କହିଥିଲେ । ତେବେ ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି ।