LIVE TV

ଶୁଭମନ ଗିଲ୍‌ଙ୍କୁ ଜବରଦସ୍ତି କରାଯାଇଛି ଦିନିକିଆ ଅଧିନାୟକ, ପୂର୍ବତନ କ୍ରିକେଟରଙ୍କ ବଡ଼ ବୟାନ

NEWS7
rohit sharma

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଏକ ବଡ଼ ପଦକ୍ଷେପ ସ୍ଵରୂପ ଭାରତୀୟ ଦିନିକିଆ ଦଳର ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇ ସାରିଛି। ବିସିସିଆଇ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ କାଢ଼ି ଶୁଭମନ ଗିଲଙ୍କୁ ଦିନିକିଆ ଦଳର ନୂତନ ଅଧିନାୟକ ନିଯୁକ୍ତ କରିଛି। ତେବେ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଘୋଷିତ ଦଳରେ ଅଛନ୍ତି। ବିରାଟ କୋହଲି ମଧ୍ୟ ରୋହିତଙ୍କ ସହିତ ଅଷ୍ଟ୍ରେଲିଆ ଗସ୍ତ  କରିବେକିନ୍ତୁ ବର୍ତ୍ତମାନ ଦୁଇ ବରିଷ୍ଠ ଖେଳାଳି ଏହି ସିରିଜରେ ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଖେଳିବେ। ବିସିସିଆଇର ଏହି ନିଷ୍ପତ୍ତିରେ ଅନେକ ଅଭିଜ୍ଞ ଖେଳାଳି ଅସନ୍ତୁଷ୍ଟ ସହ କ୍ଷୋଭ ପ୍ରକାଶ କରିଛନ୍ତି।

ଶୁଭମନ ଗିଲଙ୍କ ଉପରେ ଲଦି ଦିଆଯାଇଛି ଅଧିନାୟକତ୍ୱ

ଭାରତୀୟ କ୍ରିକେଟ୍ ଦଳର ଅଭିଜ୍ଞ ମହମ୍ମଦ କୈଫ୍ ବୋର୍ଡର କଡ଼ା ସମାଲୋଚନା କରିଛନ୍ତି। କୈଫଙ୍କ ମତରେ ଶୁଭମନ ଗିଲ୍ଙ୍କୁ ଦିନିକିଆ ଦଳର ଅଧିନାୟକତ୍ୱ କରିବାକୁ ବାଧ୍ୟ କରାଯାଇଛି। ଦିନିକିଆର ଅଧିନାୟକତ୍ୱ ଗ୍ରହଣ କରିବା ପାଇଁ ଗିଲ୍‌ଙ୍କ ଉପରେ ଚାପ ପକାଯାଇଛି। ସେ କହିଛନ୍ତି ଯେ ଏତେ କମ ବୟସରେ ଶୁଭମନ ଗିଲ୍ଙ୍କୁ ଏତେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବା ତାଙ୍କ ପ୍ରଦର୍ଶନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ​​​​​​​

BCCI କାହିଁକି ଗିଲ୍ଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲା ?

ଶୁଭମନ ଗିଲଙ୍କୁ ଦିନିକିଆ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିବା ପରେ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏହି ନିଷ୍ପତ୍ତି ପଛରେ କାରଣ ଦର୍ଶାଇଛନ୍ତି। ଗରକର କହିଛନ୍ତି ଯେ ରୋହିତ ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିବେ କି ନାହିଁ ଏ ପର୍ଯ୍ୟନ୍ତ କୌଣସି ନିଶ୍ଚିତତା ନାହିଁ। ଆଗାମୀ ଦୁଇ ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆ ବହୁତ କମ ଦିନିକିଆ ଖେଳିବ। ଅର୍ଥାତ୍ ବିଶ୍ୱକପ ପୂର୍ବରୁ ରୋହିତ ଓ କୋହଲିଙ୍କ ପାଇଁ ଅଧିକ ମ୍ୟାଚ୍ ଖେଳିବାର ସୁଯୋଗ ମିଳିବ ନାହିଁ। ଏହି କାରଣରୁ ଶୁଭମନ ଗିଲଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି ଯାହା ଦ୍ଵାରା ସେ ଦିନିକିଆ ବିଶ୍ଵକପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇପାରିବେ।

ଭାରତୀୟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ୨୦୨୩ ବିଶ୍ୱକପର ଫାଇନାଲରେ ପହଞ୍ଚିଥିଲଲା। ପୂରା ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ପରାଜୟ ବିନା ଫାଇନାଲରେ ପହଞ୍ଚିଥିବା ଭାରତ ଶେଷରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା। ପରବର୍ତ୍ତୀ ସମୟରେ ରୋହିତଙ୍କ ନେତୃତ୍ଵରେ  ଭାରତ ୨୦୨୪ ଟି-୨୦ ବିଶ୍ୱକପ ​​ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ତଥାପି, ପରବର୍ତ୍ତୀ ବିଶ୍ୱକପ ପୂର୍ବରୁ, ରୋହିତ ଶର୍ମାଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି।