News7 Logo

'କକଟେଲ୍‌-୨’ ସେଟ୍‌ରୁ ଲିକ୍ ହେଲା ଶାହିଦ-କ୍ରିତିଙ୍କ ଫଟୋ, ସାମ୍ନାକୁ ଆସିଲା ରଶ୍ମିକାଙ୍କ ନୂଆ ଲୁକ୍

NEWS7
film set

ନୂଆଦିଲ୍ଲୀ,୧୭।୯ : ହୋମୀ ଅଦାଜାନିଆଙ୍କ ଲାଟେଷ୍ଟ ଫିଲ୍ମ ‘କକଟେଲ ୨’ର ଚର୍ଚ୍ଚା ଚାରିଆଡ଼େ ହେବାରେ ଲାଗିଛି । ଫିଲ୍ମର ଆନାଉନ୍ସମେଣ୍ଟ ପରେ ଏହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଏକ ଅଜବ ଉତ୍ସାହ ଦେଖିବାକୁ ମିଳୁଛି । ପୂର୍ବରୁ ଫିଲ୍ମର ନିର୍ଦ୍ଦେଶକ ହୋମୀ ଅଦାଜାନିୟା ନିଜ ଫିଲ୍ମର ଷ୍ଟାରକାଷ୍ଟର କେତେକ ବିଟିଏସ ଫଟୋ ଏବଂ ଭିଡ଼ିଓ ସେୟାର କରିଥିଲେ । ଯାହା ସୋସିଆଲ ମିଡ଼ିଆାରେ ଖୁବ୍ ଭାଇରାଲ ହୋଇଛି । ଏବେ ପୁଣି ଥରେ ଫ୍ୟାନ୍ସ ନିଜର ମନ ପସନ୍ଦର ଅଭିନେତ୍ରୀଙ୍କୁ ସୁଟିଂ କରୁଥିବା ସ୍ପଟ କରିଛନ୍ତି । ପୁଣି ଥରେ ଫିଲ୍ମର ଷ୍ଟାରକାଷ୍ଟର ଫଟୋ ଇଣ୍ଟରନେଟରେ ଛାଇ ଯାଇଛି ।

ଏହି ସମୟରେ କକଟେଲ ୨ର ଷ୍ଟାରକାଷ୍ଟ ଇଟାଲୀରେ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଠାରେ ରଶ୍ମିକାଙ୍କୁ ନୂଆ ଲୁକରେ ସ୍ପଟ୍ କରିଛନ୍ତି ଏବଂ ତାଙ୍କ ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଫିଲ୍ମର ଷ୍ଟାରକାଷ୍ଟ ତଥା ଶାହିଦ କପୁର, କ୍ରିତି ସାନନ ଏବଂ ରଶ୍ମିକା ମନ୍ଦାନାଙ୍କୁ କଲରଫୁଲ କଷ୍ଟ୍ୟୁମ ଏବଂ ନୂଆ ଲୁକରେ ଦେଖାଯାଇଛି ।

ଫିଲ୍ମର ସୁଟିଂ ଇଟାଲୀର ସିସଲୀରେ ଚାଲୁ ରହିଛି । ଭାଇରାଲ ଭିଡ଼ିଓରେ ରଶ୍ମିକା ମନ୍ଦାନାଙ୍କୁ ନୂଆ ଲୁକରେ ଦେଖିବାକୁ ମିଳିଛି । ଫିଲ୍ମର ସୁଟିଂ ସମୟରେ ରଶ୍ମିକା ମନ୍ଦାନାଙ୍କ ନୂଆ ହେୟରଷ୍ଟାଇଲ ଏବଂ ଷ୍ଟାଇଲିଶ ଅନ୍ଦାଜ ଫ୍ୟାନ୍ସଙ୍କ ହୃଦୟ ଜିତି ନେଇଛି । ଏହି ଭିଡ଼ିଓ ଫ୍ୟାନ୍ସଙ୍କ ଉତ୍ସାହକୁ ଦ୍ବିଗୁଣିତ କରି ଦେଇଛି ଏବଂ ଫିଲ୍ମକୁ ଫ୍ୟାନ୍ସମାନେ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ସେହିଭଳି ଅନ୍ୟପଟେ କ୍ରିତି ଏବଂ ଶାହିଦ କପୁରଙ୍କ ଫଟୋ ବି ଭାଇରାଲ ହେବାରେ ଲାଗିଛି ।