LIVE TV

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ;  ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଶାହାରୁଖ -ରାଣୀ , ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’

NEWS7
National Film Awards

ନୂଆଦିଲ୍ଲୀ : ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଆୟୋଜିତ ହୋଇଯାଇଛି । ଶାହରୁଖ ଖାନ ଓ ବିକ୍ରାନ୍ତ ମାସୀଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି । ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନଠାରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫିଲ୍ମ ‘ଜୱାନ’ ପାଇଁ ଶାହରୁଖଙ୍କୁ ଓ '12th ଫେଲ୍‌'ପାଇଁ ବିକ୍ରାନ୍ତ ମେସିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । 'ମିସେସ୍‌ ଚାଟାର୍ଜୀ Vs ନରୱେ'ପାଇଁ ରାଣୀ ମୁଖାର୍ଜୀଙ୍କୁ ମଧ୍ୟ ଜାତୀୟ ପୁରସ୍କାର ମିଳିଛି । ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି। ୨୦୨୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ବହୁ ପ୍ରଶଂସା ସାଉଁଟିଥିଲା । ଏହି ଚଳଚ୍ଚିତ୍ରରେ ସବ୍ୟସାଚୀ ମିଶ୍ର ଏବଂ ସୁପ୍ରିୟା ନାୟକ ଜୀବନ୍ତ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହୋଇଥିଲେ । ‘ପୁଷ୍କରା’ ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ରମେଶ ବାରିକ । ଶଙ୍କର ତ୍ରିପାଠୀ ଏହାର କାହାଣୀ ଏବଂ ସଂଳାପ ଲେଖିଥିଲେ ।

ସେହିପରି ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ କଥଲ, ଶ୍ରେଷ୍ଠ ଗୁଜରାଟୀ ଚଳଚ୍ଚିତ୍ର- ଭାଷ୍‌, ଶ୍ରେଷ୍ଠ ବେଙ୍ଗଲୀ ଚଳଚ୍ଚିତ୍ର ଭାବେ ଡିପ୍‌ ଫ୍ରିଜକୁ ସମ୍ମାନିତ କରାଯାଇଛି। ‘ଦ କେରଳ ଷ୍ଟୋରୀ’ ଚଳଚ୍ଚିତ୍ରର ନିର୍ଦେଶକ ସୁଦୀପ୍ତୋ ସେନଙ୍କୁ ଶ୍ରେଷ୍ଠ ନିର୍ଦେଶକ ଭାବେ ପୁରସ୍କୃତ କରାଯାଇଛି। ‘ଦ୍ଵାଦଶ ଫେଲ’ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ପୁରସ୍କୃତ ହୋଇଥିବାବେଳେ ‘ହନୁମାନ’ ଆନିମେସନ କ୍ଷେତ୍ରରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ସେହିଭଳି ସର୍ବୋତ୍ତମ ହିନ୍ଦୀ ଚଳଚ୍ଚିତ୍ର ପାଇଁ ‘କଥଲ’କୁ ପୁରସ୍କାର ଦିଆଯାଇଛି । କେରଳ ଫାଇଲ୍ସ ସିନେମା ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ ପୁରସ୍କାର ଜିତିଛି । ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶି ବୈଭବୀ ମର୍ଚାଣ୍ଟଙ୍କୁ ‘ରକି ରାନୀ କି ପ୍ରେମ କାହାନି’ ଚଳଚ୍ଚିତ୍ରର “ଢ଼ିଣ୍ଡୋରା ବାଜେ”ରେ ଗୀତ ପାଇଁ ପୁରସ୍କାର ମିଳିଛି । ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ “ଆନିମଲ୍” ଚଳଚ୍ଚିତ୍ରକୁ ଏକ ସ୍ୱତନ୍ତ୍ର ଉଲ୍ଲେଖ ମିଳିଛି । ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର ‘ବାଗୱନ୍ତ କେଶରୀ’ ସମ୍ନାନିତ ହୋଇଛି । ଶ୍ରେଷ୍ଠ ଅଣ ଫିଚର ଫିଲ୍ମ ପୁରସ୍କାର “ଦି ସାଇଲେଣ୍ଟ ଏପିଡେମିକ୍”କୁ ଦିଆଯାଇଛି । ଶ୍ରେଷ୍ଠ ଚଳଚ୍ଚିତ୍ର ସ୍କ୍ରିପ୍ଟ ପାଇଁ “ସନଫ୍ଲାୱାର୍ ୱେର୍ ଦି ଫାଷ୍ଟ ୱନ୍ସ ଟୁ ନୋ” ଚଳଚ୍ଚିତ୍ରକୁ ଚୟନ କରାଯାଇଛି । ଶ୍ରେଷ୍ଠ ଚଳଚ୍ଚିତ୍ର କ୍ରିଟିକ୍ ପୁରସ୍କାର ଉତ୍ପଲ୍ ଦତ୍ତଙ୍କୁ ଦିଆଯାଇଛି । ଅନ୍ୟପଟେ ​​​​​​​ଅଭିନେତା ମୋହନଲାଲଙ୍କୁ ସିନେମା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସର୍ବୋଚ୍ଚ ପୁରସ୍କାର  ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି।