News7 Logo

ଅଡୁଆରେ ‘ସାତ୍ ଫେରେ’ ଅଭିନେତା ଆଶିଷ କପୁର, ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଣେରୁ ଗିରଫ

NEWS7
actor

ନୂଆଦିଲ୍ଲୀ ୦୫।୦୯; ଟେଲି ଅଭିନେତା ଆଶିଷ କପୁର। ବର୍ତ୍ତମାନ ତାଙ୍କୁ ଦିଲ୍ଲୀ ପୋଲିସ ପୁଣେରୁ ଗିରଫ କରିଛି ଆଶିଷ କପୁରଙ୍କ ବିରୋଧରେ ଗତ ଅଗଷ୍ଟରେ ଦିଲ୍ଲୀରେ ଯୌନ ଉତ୍ପୀଡ଼ନର ମାମଲା ରୁଜୁ ହୋଇଥିଲା ପୀଡ଼ିତା ଅଭିଯୋଗ କରିଥିଲେ ଯେ ଅଗଷ୍ଟ ମାସର ଆରମ୍ଭରେ ଦିଲ୍ଲୀରେ ଏକ ହାଉସ ପାର୍ଟି ସମୟରେ ଅଭିନେତା ଆଶିଷ କପୁର ତାଙ୍କୁ ଯୌନ ଉତ୍ପୀଡ଼ନ କରିଥିଲେ

ମାମଲା ରୁଜୁ ହେବା ପରେ ପୋଲିସ ଟିଭି ଅଭିନେତାଙ୍କୁ ଅଲଗା ଅଲଗା ସ୍ଥାନରେ ଟ୍ରାକ କରିବାକୁ ଚେଷ୍ଟା କରୁଥିଲା ଯାଞ୍ଚ ଟିମ୍ ଗୋଆ ପର୍ଯ୍ୟନ୍ତ ଆଶିଷଙ୍କୁ କାବୁ କରିବା ପାଇଁ ଜାଲ୍ ବିଛାଇଥିଲା ପରେ ପୁଣେରୁ ଗିରଫ କରିଥିଲା ପୀଡ଼ିତା ଅଗଷ୍ଟ ୧୧ ତାରିଖରେ ଦିଆଯାଇଥିବା ପ୍ରାଥମିକ ଅଭିଯୋଗରେ କହିଥିଲେ ଯେ ପାର୍ଟିରେ ଆଶିଷ କପୁର ଅନ୍ୟ ଦୁଇ ଜଣ ଲୋକଙ୍କ ସହିତ ମିଶି ତାଙ୍କୁ ଶାରୀରିକ ନିଯ୍ୟାତନା ଦେଉଥିଲେ ଏବଂ ଅନ୍ୟ ଜଣେ ମହିଳା ପୀଡ଼ିତାଙ୍କୁ ମାରିଥିଲେ

ପରେ ଅଗଷ୍ଟ ୧୮ ତାରିଖରେ ପୀଡ଼ିତା ବୟାନ ବଦଳାଇ ଦେଇଥିଲେ ପୀଡ଼ିତା କହିଥିଲେ ଯେ କେବଳ ଆଶିଷ କପୁର ହିଁ ତାଙ୍କୁ ଯୌନ ଶୋଷଣ କରିଥିଲେ। ଅଭିଯୋଗକାରିଣୀ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ ଆକ୍ରମଣର ଭିଡିଓ ମଧ୍ୟ ଉତ୍ତୋଳନ କରାଯାଇଥିଲା କିନ୍ତୁ ପୋଲିସ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏପରି କୌଣସି ଫୁଟେଜ ମିଳିନାହିଁ